ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ୫୨ ତମ ବାର୍ଷିକ ସଭା ଅନୁଷ୍ଠିତ। : Ommtv Kalinga Vikas

ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ୫୨ ତମ ବାର୍ଷିକ ସଭା ଅନୁଷ୍ଠିତ। : Ommtv Kalinga Vikas

ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ର ୫୨ ତମ ବାର୍ଷିକ ସଭା ଅନୁଷ୍ଠିତ। : Ommtv Kalinga Vikas
ଭୁବନେଶ୍ୱର,ଆଜି ୧୯.୧୧.୨୦୨୫ ରିଖରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ୫୨ତମ ବାର୍ଷିକ ସାଧାରଣ ସଭା ଭୁବନେଶ୍ୱର ର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ପି ସତ୍ୟନାରାୟଣ ଓ ଶ୍ରୀ ପ୍ରଶାନ୍ତ ମହାପାତ୍ର ଯଥାକ୍ରମେ ସଭାପତି ଓ ସାଧାରଣ ସଂପାଦକ ହିସାବରେ ନିର୍ଦୋନ୍ଦରେ ରେ ୨୦୨୫-୨୮ ଅବଧି ପାଇଁ ସର୍ବସମ୍ମତିକ୍ରମେ ବିଧବଦ୍ଧଭାବେ ମନୋନୀତ ହେଲେ । ବିଭିନ୍ନ ଜିଲ୍ଲାରୁ ନୂତନଭାବେ ମନୋନୀତ ବା ନିର୍ବାଚିତ ସଭାପତି ଓ ସଂପାଦକଙ୍କ ସହିତ କାର୍ଯ୍ୟକାରିଣୀ ସଭ୍ୟମାନେ ଏହି ସାଧାରଣ ସଭାରେ ଉପସ୍ଥିତ ଥିଲେ । ଏଥି ସହିତ ୧୦୦୦ ସାଧାରଣ ସଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ସର୍ବଭାରତୀୟ ସଂଘର ସଭାପତି ଶ୍ରୀଯୁକ୍ତ ଜେ. ଏସ୍. ସିନ୍ଧେ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜୀବ ସିଂଘଲ ଉପସଭାପତି ପୂର୍ବାଞ୍ଚଳ ଶ୍ରଯୁକ୍ତ ପି କେ ସିଂହ ଯୁଗ୍ମ ସମ୍ପାଦକ ପୂର୍ବାଞ୍ଚଳ, ଶୀଯୁକ୍ତ ଭି ଜଗନ୍ନାଥ ରାଓ ଏବଂ ଯୁଗ୍ମ ସମ୍ପାଦକ ପଶ୍ଚିମାଂଞ୍ଚଳ, ଶ୍ରୀଯୁକ୍ତ ବୈଦ୍ୟନାଥ ଜାଗୁସ୍ତି ଉପସ୍ଥିତ ରହିଥିଲେ ।

ସର୍ବଭାରତୀୟ ପଦାଧୂକାରୀ GST 2.0 ଉପରେ ଆଲୋଚନା କରିଥିବାସ୍ଥଳେ, କେମିଷ୍ଟ ସମାଜ କିପରି ସମାଜର ସେବା ଅନବରତ କରିଚାଲିଛନ୍ତି ସେଥ‌ିପ୍ରତି ଆଲୋକପାତ କରିଥିଲେ ।
ସରକାରଙ୍କ ପ୍ରଣିତ ନୀତିକୁ ଆଖିଆଗରେ ରଖି ଯଥାରୀତି ଔଷଧ ବଣ୍ଟନ ସହିତ ସେବନର ପ୍ରଣାଳୀ ପଦ୍ଧତି ପ୍ରାଞ୍ଜଳ ଭାବରେ ସେବନକାରୀଙ୍କୁ ବୁଝାଇଥାନ୍ତି । ତନତନ କରି ସମସ୍ତ କାଗଜପତ୍ରକୁ ତଦାରଖ କରି ସଂଘ କମ୍ପାନୀମାନଙ୍କର ଔଷଧକୁ ବଜାର ପ୍ରବେଶ କରାଇଥାଏ । ଯାହାଦ୍ୱାରା ନିମ୍ନମାନର ଔଷଧଠାରୁ ଜଣେ ସାଧାରଣ ଲୋକ ଅନେକ ଦୂରେଇ ରହେ ।
ସଂଘଦ୍ୱାରା ପରିଚାଳିତ ପ୍ରଣାଳୀରେ ଔଷଧକମ୍ପାନୀରୁ ଜଣେ ଗ୍ରହୀତା ପାଖରେ ଏକ ସୁନ୍ଦର ବିତରଣ ପଦ୍ଧତି ମାଧ୍ଯମରେ ପହ‌ଞ୍ଚିପାରେ ।
ସମସ୍ତ ସଭ୍ୟଙ୍କର ଯଥା ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ଲାଭ କିପରି ସଠିକ୍ ରହିବ ସେଥିପ୍ରତି ସଂଘ ସର୍ବଦା ତତ୍ପର ଥାଏ । ସଭାପତି ୟୁସିଡିଏ କହିଲେ ଅନେକ ସମୟରେ ସରକାରଙ୍କଦ୍ଵାରା ପ୍ରଣିତ ନୂତନ ପଦ୍ଧତିର ସଠିକ୍ ଉପଯୋଗ ପାଇଁ କର୍ମଶାଳାମାନ କରି ସଂଘ ସଭ୍ୟମାନଙ୍କୁ ତାଲିମ ଦେଇଥାଏ ।
ସାଧାରଣ ସଂପାଦକ UCDA ସର୍ବପରେ ସଂଘ ସର୍ବଦା ସଭ୍ୟମାନଙ୍କର, ଖାଉଟି ମାନଙ୍କର ତଥା ସମାଜର ହିତ ପାଇଁ ଦାୟୀତ୍ବବଦ୍ଧତା ବଜାଏ ରଖେ ।
ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସଭାପତି ଗିରିଜା ପ୍ରସାଦ ରଥ ସଂପାଦକ ପ୍ରଶାନ୍ତ କୁମାର ଜେନା ଏବଂ ସମସ୍ତ ପଦାଧିକାରୀ, କାର୍ଯ୍ୟକାରିଣୀ ସଭ୍ୟ ତଥା ସାଧାରଣ ସଭ୍ୟଙ୍କଦ୍ଵାରା ସଭାକାର୍ଯ୍ୟ ସୁଚାରୁରୂପରେ ପରିଚାଳନା କରାଯାଇଥିବାରୁ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସାଧାରଣ ସଂପାଦକ ୟୁସିଡିଏ ଖୋର୍ଦ୍ଧା ଜିଲ୍ଲାର ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।