ଚଳିତ ବର୍ଷ ମା " ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି :Ommtv kalinga vikas
ଚଳିତ ବର୍ଷ ମା " ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି :Ommtv kalinga vikas
ଚଳିତ ବର୍ଷ ମା " ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି :Ommtv kalinga vikas
କଳାହାଣ୍ଡି ଜିଲ୍ଲା, ୦୨/୧୦ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଭବାନୀପାଟଣା ଠାରେ ମା " ମାଣିକିଶ୍ବରୀଙ୍କ ଛତରଯାତ୍ରା ମଙ୍ଗଳବାର ୩୦/୦୯/୨୦୨୫ ତାରିଖ ଦିନ ସଂନ୍ତିଶୃଙ୍ଖଳା ସହିତ ଉତ୍ସାହ ଓ ଉଦ୍ଧିପନା ମଧ୍ୟରେ ସମ୍ପନ୍ନ ହୋଇଯାଇଛି I ପରମ୍ପରା ଆଗରେ ପୁଣି ମୁଣ୍ଡ ନୂଆଁଇଛି ଜିଲ୍ଲା ମୁଖ୍ୟ ପ୍ରଶାସନ,ଛତର ବାହାରିବା ଜେନଖାଲ ନିକଟରୁ ମା " ମାଣିକେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସାରI ହଜାର ହଜାର ବୋଦା,ମେଣ୍ଢା,କୁକୁଡ଼ା,ପାରା ପଶୁ ପକ୍ଷୀଙ୍କ ବଳି ପଡିଥିଲା I ଯାହାଫଳରେ ରାସ୍ତା ସାରା ରକ୍ତ ଛିଟାରେ ଲାଲ ରଙ୍ଗ ହୋଇଯାଇଥିଲା,ଭବାନୀପାଟଣାର ଏହି ମା " ମାଣିକେଶ୍ବରୀ ଛତରଯାତ୍ରାରେ ମା " ଙ୍କ ଦର୍ଶନ କରିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ I ଏହି ଛତରଯାତ୍ରI ପୂର୍ବାଦିନ ମହାଷ୍ଟମୀ ରାତିରେ ମା "ମାଣିକେଶ୍ବରୀ ମନ୍ଦିରରେ ମହାବଳି ପଡିବା ପରେ ଉତ୍ତର ଦ୍ୱାର ଠାରେ ଥିବା ବୁଢାରଜା ଭୈରବଙ୍କ ସମ୍ମୁଖରେ ପୋଢା ବଳି ଦିଆଯାଇଥାଏ I ତାପରେ ବ୍ଲିଳମ୍ବିତ ରାତ୍ରରେ ମା " ଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାରେ ଥିବା ଜେନIଖIଲ ପର୍ଯ୍ୟନ୍ତ ନିଆଯାଇଥିଲା I ସେଠାରେ ବା ମଙ୍ଗଳବାର ବଡ଼ୀଭୋରୁ ଜେନIଖାଲରେ ପୂଜାପାଠ ପରେ ମା " ଙ୍କ ପାଖରେ ବଳି ଦିଆଯାଇଥିଲା,ତାପରେ ମା " ମାଣିକେଶ୍ବରୀଙ୍କ ଛତରଯାତ୍ରା ସକାଳ ପାଞ୍ଚ ଘଣ୍ଟା ସମୟରୁ ଆରମ୍ଭ ହୋଇଥିଲା I ଏହି ଯାତ୍ରାରେ ଜାତି,ଧର୍ମ,ବର୍ଣ ନିର୍ବିଶେଷରେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ମଧ୍ୟରେ ଘୁମୁରା,ନିଶାନ, ଶଙ୍ଖ,ଘଣ୍ଟ,ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ମଧ୍ୟରେ ଛତର ନାଚି ନାଚି ଦିନ ୧୧ ଘଣ୍ଟା ୪୮ ମିନିଟ ସମୟରେ ମା " ତାଙ୍କ ମନ୍ଦିର ଭିତରକୁ ପ୍ରତ୍ୟାବର୍ତନ କରିଥିଲେ I ମା " ଙ୍କ ପାଖରେ ମନIସୀ ଥିବା ସମସ୍ତ ଶ୍ରଦ୍ଧାଳୁମାନେ ଭବାନୀପାଟଣା ସହରର ଚତୁର୍ପାଶ୍ୱରେ ପଶୁପକ୍ଷୀ ବଳି ଦେଇଥିଲେ, ଯାହାଫଳରେ ସମସ୍ତ ରାସ୍ତା ଘାଟ ରକ୍ତ ରଞ୍ଜିତ ହୋଇଯାଇଥିଲା I

ଏହି ଛତରଯାତ୍ରାରେ ୨୩ ଗୋଟି ସଂସ୍କୃତିକ ଦଳ ଶୋଭାଯାତ୍ରାରେ ଭାଗ ନେଇଥିଲେ ମା " ଙ୍କ ଛତର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ମହାରାଜ ଅନନ୍ତ ପ୍ରତାପ ଦେଓ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ମା " ଙ୍କୁ ବନ୍ଦାପନା କରି ମନ୍ଦିର ଭିତରକୁ ପାଛୋଟି ନେଇଥିଲେ I ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଲକ୍ଷ୍ୟIଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ସଙ୍ଗେ ସଙ୍ଗେ ପ୍ରଚୁର ପରିମାଣରେ ପଶୁ ପକ୍ଷୀ ବଳି ଦିଆଯାଇଥିଲା I ମା " ମାଣିକେଶ୍ବରୀଙ୍କ ଛତରଯାତ୍ରା ଦେଖିବା ପାଇଁ ଓଡିଶା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରାପ୍ରଦେଶ,ଛତିଶଗଡ଼,ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ,ବିହାର ଓ ପଶ୍ଚିମବଙ୍ଗୋ ବୋହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥିଲେ ମା " ଙ୍କୁ ଟିକେ ଦର୍ଶନ କରି ମା " ଙ୍କୁ ଟିକେ ଗୁହାରି କରି ନିଜ ଦୁଃଖ ଜଣାଇବା ପାଇଁ I ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ଓ ବହୁ ପରିମାଣରେ ପୋଲିସ ଅଧିକାରୀଙ୍କୁ ମୃତୟନ କରାଯାଇଥିଲା I କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଏସପି ନାଗରାଜ ଦେବରକୋଣ୍ଡା ନିଜେ ଉପସ୍ଥିତ ରହି ଆଇନ ଶୃଙ୍ଖଳାଗତ ତଦାରଖ କରିଥିଲେ I ଏହି ଛତରଯାତ୍ରା କାର୍ଯ୍ୟକ୍ରମ ଟିକୁ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଧାରା ବିବରଣୀ ପ୍ରଚାର ପ୍ରସାର କରାଯାଇଥିଲା,ସୂଚନା ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସଂଯୋଜନାରେ ସତ୍ୟନାରାୟଣ ମହାପାତ୍ର,ପଣ୍ଡିତ ମଙ୍ଗୁଳୁ ମିଶ୍ର,ରମେଶ ଶତପଥି,ତପନ ରଥ,ହେମନ୍ତ ମୁଣ୍ଡ, ମିନତୀ ପ୍ରଧାନ,ସ୍ନେହଲତା ଷଢଙ୍ଗୀ,ବିରଞ୍ଚି ମୁଣ୍ଡ ପ୍ରମୁଖ ଛତରଯାତ୍ରା ଉପରେ ଧାରIବିବରଣୀ ଦେଇଥିଲେ I
