ଯଶିପୁର ଖଣ୍ଡରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦଘାଟନ ଉତ୍ସବ:Ommtv kalinga vikas

ଯଶିପୁର ଖଣ୍ଡରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦଘାଟନ ଉତ୍ସବ:Ommtv kalinga vikas

ଯଶିପୁର ଖଣ୍ଡରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦଘାଟନ ଉତ୍ସବ:Ommtv kalinga vikas

ଯଶିପୁର ଖଣ୍ଡରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦଘାଟନ ଉତ୍ସବ:Ommtv kalinga vikas

ଯଶିପୁର: ଯଶିପୁରଠାରେ ଖଣ୍ଡସ୍ତରୀୟ ଶତାବ୍ଦୀ ଉଦଘାଟନୀ ଉତ୍ସବ ବିଜୟା ଦଶମୀ ଦିନ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ପ୍ରଥମେ ପଦ୍ମପୁରସ୍ଥିତ ଦୁର୍ଗାମଣ୍ଡପରୁ ପୂଜାର୍ଚ୍ଚନା କରି ଘୋଷବାଦ୍ୟ ତାଳେ ତାଳେ ପଥ ସଂଚଳନ ବାହାରି ମୁଖ୍ୟ ବଜାର ଦେଇ ରରୁଆଁ ଛକ ପର୍ଯ୍ୟନ୍ତ ସଂଚଳନ କରି ହସ୍ପିଟାଲ୍‌ ରାସ୍ତା ହୋଇ ପୁରୁଣାବଜାର ଦୁର୍ଗାମଣ୍ଡପ ନିକଟରେ ପହଂଚିଥିଲା। ସେଠାରେ ଥିବା ପଡିଆରେ ଏକ ଶତାବ୍ଦୀ ଉଦଘାଟନ ସଭାର ଆୟୋଜନ କରାଯାଇଥିଲା।ସଭା ପୂର୍ବରୁ ସ୍ବୟଂସେବକମାନଙ୍କ ଦ୍ବାରା ଶାରିରୀକ ପ୍ରଦର୍ଶନୀ କରାଯାଇଥିଲା। ସୂଚୀ ଅନୁସାରେ ସ୍ଥାନୀୟ ସ୍ବୟଂସେବକମାନେ ଯୋଗାସନ,ନିୟୁଦ୍ଧଃ,ଦଣ୍ଡପ୍ରହାର ଆଦି ପ୍ରଦର୍ଶନ କରିଥିଲେ।ଏହାପରେ ସଭାରେ ଅତିଥି ଭାବେ ଯୋଗଦେଇଥିବା ବରିଷ୍ଠ କ୍ରୀଡାବିତ୍‌ ତ୍ରିଲୋଚନ ମହାନ୍ତ ଅଭିଭାଷଣ ରଖିଥିଲେ।ତତ୍‌ପରେ ବକ୍ତା ଭାବେ ଯୋଗଦେଇଥିବା ଜିଲ୍ଲା ଶାରୀରିକ ପ୍ରମୁଖ ଅଧ୍ୟାପକ ସିପୁନ୍‌ କୁମାର ଦାସ ଶହେ ବର୍ଷର ପୂର୍ତ୍ତି ଅବସରରେ ସଂଘର ଶହେବର୍ଷ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସର ସଂଘଚାଳକ ଡଃ ମୋହନ ଭଗବତଙ୍କର ପଂଚ ପରିବର୍ତ୍ତନ ବାର୍ତ୍ତା ବଖାଣିଥିଲେ।ଅନ୍ୟତମ ଅତିଥି ଭାବେ ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶରାମ ସିଂ ଖୁଣ୍ଟିଆ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ନରେନ୍ଦ୍ର ସାହୁ, ସମାଜସେବୀ ବିପିନ୍‌ ବିହାରୀ ମହାନ୍ତ ଯୋଗଦେଇ ପଥସଂଚଳନ ତଥା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲା ସେବା ପ୍ରମୁଖ ଡଃ ରଂଜନ ଶିଖର ଓ ଖଣ୍ଡ ସଂଘଚାଳକ ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ମାର୍ଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡ କାର୍ଯ୍ୟବାହ ପ୍ରିୟନାଥ ମହାନ୍ତ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ଉପସଭାପତି ଅରବିନ୍ଦ ସାହୁ,ଜିଲ୍ଲା ମାର୍ଗପ୍ରମୁଖ କାର୍ତ୍ତିକ ମହାନ୍ତ,ଦେବେନ୍ଦ୍ର ପ୍ରସାଦ,ଖଣ୍ଡ ସହକାର୍ଯ୍ୟବାହ ଇଂ ସତ୍ୟନାରାୟଣ ମାଝୀ, ସେବାପ୍ରମୁଖ ଉଦୟଗିରି ମହାନ୍ତ,ଖଣ୍ଡ ବୌଦ୍ଧିକ ପ୍ରମୁଖ ବ୍ରଜେଶ୍ବର ମହାନ୍ତ, ୟଶ ପ୍ରସାଦ,ପଙ୍କଜ କୁମାର ମହାନ୍ତ,ନିଉଟନ୍‌ ମହାନ୍ତ,ଆୟୁଷ ମହାନ୍ତ ଓ ଗୁରୁମା ରଶ୍ମିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।ପଥ ସଂଚଳନ ତଥା କାର୍ଯ୍ୟକ୍ରମରେ ଶତାଧିକ ସ୍ବୟଂସେବକ ଗଣବେଶରେ ସାମିଲ ହୋଇଥିବା ବେଳେ ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ଯଶିପୁରରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି କଳିଙ୍ଗ ବିକାଶ ନ୍ୟୁଜ୍‌