ଲାଞ୍ଜିଗଡ ଦଶହରାର ଦୁର୍ଗାପୂଜା ମୂର୍ତ୍ତି ଓ ମେଢ଼ର ଆକର୍ଷଣୀୟ ନା ଜବାବ :Ommtv kalinga vikas

ଲାଞ୍ଜିଗଡ ଦଶହରାର ଦୁର୍ଗାପୂଜା ମୂର୍ତ୍ତି ଓ ମେଢ଼ର ଆକର୍ଷଣୀୟ ନା ଜବାବ :Ommtv kalinga vikas

ଲାଞ୍ଜିଗଡ ଦଶହରାର ଦୁର୍ଗାପୂଜା ମୂର୍ତ୍ତି ଓ ମେଢ଼ର ଆକର୍ଷଣୀୟ ନା ଜବାବ :Ommtv kalinga vikas

ଲାଞ୍ଜିଗଡ ଦଶହରାର ଦୁର୍ଗାପୂଜା ମୂର୍ତ୍ତି ଓ ମେଢ଼ର ଆକର୍ଷଣୀୟ ନା ଜବାବ :Ommtv kalinga vikas

କଳାହାଣ୍ଡି ଜିଲ୍ଲା, ୦୧/୧୦ (କ, ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ଠାରେ ୨୦୨୫ ମସିହାର ବୋହୁ ସୁନ୍ଦର ମୂର୍ତ୍ତି ଓ ମେଢ଼ ଆକର୍ଷଣୀୟ ହେଇଅଛି I ଯାହା କହିବାକୁ ଗଲେ ନା ଜବାବ ଏହାରି ଅର୍ଥ ହେଲା ୬୦ ବର୍ଷରେ ପ୍ରଦାର୍ପଣ କଲା ଲାଞ୍ଜିଗଡ ଦୁର୍ଗାପୂଜା କିନ୍ତୁ ଏଇ ମେଢ଼ ମୂର୍ତ୍ତି ଭଳି କେବେ ହେଲେ ଏତେ ସୁନ୍ଦର ହୋଇନଥିଲା ବୋଲି ଲାଞ୍ଜିଗଡ ଅଞ୍ଚଳ ବାସୀ ଙ୍କ ର ଲାଞ୍ଜିଗଡ ଦୁର୍ଗାପୂଜା କମିଟି ଉପରେ ସମସ୍ତ ଙ୍କ ର ଭୁରି ଭୁରି ପ୍ରଶଂସା କରୁଛନ୍ତି I ସାର୍ବଜନନୀ ମା ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣୀୟ ତୋରଣ ସହିତ ମା"ଙ୍କ ଚତୁର୍ଦ୍ଧା ମୂର୍ତ୍ତି ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ଙ୍କ ଭାବ ବିହୋଳରେ ମନ ମୋହିତ ହେଇ ଯାଉଛନ୍ତି I ସେହିପରି ରଙ୍ଗIରଙ୍ଗ କାର୍ଯ୍ୟକ୍ରମ ଓ ଦୋକାନ ବଜାର,ଖେଳନା, ମିଠା ଦୋକାନ,ଆଇସ କ୍ରିମ, ମଥୁରା କେକ,ମୀନ ବଜାରର ବଡ଼ ମାନଙ୍କ ପାଇଁ ରାମ ଦୋଳି, ଡ୍ରଗନ ଟ୍ରେନ ଛୋଟ ପିଲାଙ୍କ ପାଇଁ ଘୋଡା ଦୋଳି ଏସବୁ ଉପଭୋଗ କରିବା ସନ୍ଧ୍ୟା ଯାତ୍ରା ପଡିଆରେ ଆସର ଜମି ଯାଉଛି I ଏହି ଦୁର୍ଗାପୂଜା ପୂଜା ଆରମ୍ଭ କରିବା ପାଇଁ ମହାପଞ୍ଚମୀ ଦିନ ବା ଶନିବାର ୨୭ ତାରିଖ ଦିନ ଦୁଇ ପ୍ରହରରେ ଲାଞ୍ଜିଗଡ ଅଞ୍ଚଳର ବୋହୁ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଉଭୟ ବିରାଟ ଶୋଭାଯାତ୍ରାରେ ଯାଇ ନିକଟସ୍ଥ ବଂଶଧରI ନଦୀରେ ପୂଜାର୍ଚନା କରି ବାଜା,ଶଙ୍ଖ, କୀର୍ତନ ଧ୍ୱନି ରେ ନଦୀକୁ ଯାଇ ସେଠାରୁ ପ୍ରଥମେ କୁଆଁରୀ ଝିଅ ମାନେ କଳସରେ ନିଦୀ ପାଣି ଉଠେଇ ଆଣନ୍ତି I ତାପରେ ପାଣି ଆଣିଥିବା କଳଶକୁ ଦୁର୍ଗା ମଣ୍ଡପରେ ଦୁର୍ଗାପୂଜାର ମୁଖ୍ୟ ପୂଜକ ସ୍ଥାପନା କରେଇ ଥାନ୍ତି ଓ ପରେ ଅଧିବାସ କର୍ମ କରଥାନ୍ତି ମହା ପଞ୍ଚମୀ ଦିନ I ରବିବାର ମହା ଷଷ୍ଠି ଦିନ ଠାରୁ ମା " ଦୁର୍ଗାଙ୍କ ପୂଜା କର୍ମ କର୍ମାଣୀ ଆରମ୍ଭ ହୋଇଥାଏ,ପୂର୍ବ ବର୍ଷ ଠାରୁ ଏ ବର୍ଷ ତୋରଣ ସାଙ୍ଗକୁ ଆକର୍ଷଣୀୟ ମୂର୍ତ୍ତି, ମଣ୍ଡପ ଓ ମେଢ଼କୁ ମୁଖ୍ୟ ଗୁରୁତ୍ୱ ଦିଆଯାଇଛି I ଏହି ଦୁର୍ଗାପୂଜାରେ କର୍ତ୍ତା ଭାବେ ଲାଞ୍ଜିଗଡ଼ର ପିତାମ୍ବର ଡ଼ମ୍ବବିଶି ଓ ତାଙ୍କ ଧର୍ମିଣୀ ଦେବକୀ ଡ଼ମ୍ବବିଶି ଥିବାବେଳେ ମୁଖ୍ୟ ପୂଜକ ଭାବେ ରୋହିତ କୁମାର ଆଚାର୍ଯ୍ୟ ତାଙ୍କ ସହିତ ସହଯୋଗୀ ବ୍ରାହ୍ମଣ ଅଛନ୍ତି ମୋହନ ପୁରୋହିତ, ବିଶ୍ୱଜିତ ଚାନ୍ଦ, ଅଭିଷେକ ଦେବତା, ଦେବାଶିଷ ଦେବତା ରହିଛନ୍ତି I ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ହେବାକୁ ଥିବାବେଳେ,ପ୍ରତେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ,ନାଟକ ସହିତ ମେଲୋଡି ହେଉଅଛି କାଲି ଶେଷରେ ବା ଦଶହରା ଦିନ ରାତି ୦୮ ଘଣ୍ଟା ସମୟରେ ରାବଣ ପୁଡ଼ି ଅନୁଷ୍ଠିତ ହେବ I ଏହି ସମସ୍ତ କାର୍ଯ୍ୟକ୍ରମକୁ ଦେଖି ଆସୁଥିବା ସମସ୍ତ ଭକ୍ତ ଭାବ ବିହୋଳ ହୋଇ ପଡୁଛନ୍ତି I ଏହି ଦୁର୍ଗାପୂଜା କମିଟିର ସଭାପତି ଏମ ଚନ୍ଦ୍ର ଶେଖର,ସାଧାରଣ ସମ୍ପାଦକ କିଶୋର ପେସନିଆ,କୋଷଦକ୍ଷ ସୁମନ୍ତ ଦଳବେହେରା,ଉପ ସଭାପତି ଜୟନ୍ତ ମାହାଙ୍କୁଡ଼,ସହ ସମ୍ପାଦକ କାର୍ତିକ ଓଡ଼ିଆ, ସହ କୋଷଦକ୍ଷ ରାଘବ ଗହୀର ରହିଥିବା ବେଳେ ଶାନ୍ତ କମିଟି ଭାବେ ଲାଞ୍ଜିଗଡ ଥାନା ଆଇ ଆଇ ସି ଯଶବନ୍ତ ହିଆଲ,ଡ଼ଃ ନରେନ୍ଦ୍ର ଦାଶ,ଡ଼ଃ ପ୍ରଶାନ୍ତ ପରମାଣିକ, ଅମର ମହାନ୍ତି,ଅଗ୍ନିଶମ ବିଭାଗ ଏଏସଓ ସନତ ପ୍ରଧାନ,ଭୋବIନି ନନ୍ଦ,ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଶ୍ରୀମୁଖ ଅଗସ୍ତି,ଲାଞ୍ଜିଗଡ ପୂର୍ବତନ ପଞ୍ଚାୟତ ସରପଞ୍ଚ ଚନ୍ଦ୍ରଧ୍ଵଜ ପେସନିଆ,ସୁବାଷ ମହାପାତ୍ର ପ୍ରମୁଖ ରହିଛନ୍ତି I ସେଥି ମଧ୍ୟରୁ ଆୟୋଜକ କମିଟି ପକ୍ଷରୁ ଲାଞ୍ଜିଗଡ ଯୁବକ ସଙ୍ଘ ସଭାପତି ହିମାଦ୍ରୀ ପେସନିଆ, ପୂର୍ବତନ ସଭାପତି ବିନୋଦ ଗଉଡ଼,ଯୁବକ ସଂଘ ସମ୍ପାଦକ ଭୂପେନ୍ଦ୍ର ମହାରଥI ସମେତ ଲାଞ୍ଜିଗଡ ସହରର ସମସ୍ତ ଯୁବ ଗୋଷ୍ଟି ଦୁର୍ଗାପୂଜା କମିଟି କୁ ସହଯୋଗ କରିଛନ୍ତି I