ସାମ୍ବାଦିକ ସମ୍ମିଳନୀ କରି "ଗ୍ରିନ କଳାହାଣ୍ଡି" ଓ "ନିୟମଗିରି ସୁରକ୍ଷା ସମିତି"କଲା ଗର୍ଜନ : Ommtv Kalinga Vikas

ସାମ୍ବାଦିକ ସମ୍ମିଳନୀ କରି "ଗ୍ରିନ କଳାହାଣ୍ଡି" ଓ "ନିୟମଗିରି ସୁରକ୍ଷା ସମିତି"କଲା ଗର୍ଜନ : Ommtv Kalinga Vikas

ସାମ୍ବାଦିକ ସମ୍ମିଳନୀ କରି "ଗ୍ରିନ କଳାହାଣ୍ଡି" ଓ "ନିୟମଗିରି ସୁରକ୍ଷା ସମିତି"କଲା ଗର୍ଜନ : Ommtv Kalinga Vikas
କଳାହାଣ୍ଡି ଜିଲ୍ଲା, ୨୪/୦୯(କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକ ର ବିଶ୍ୱନାଥପୁର ପୂର୍ତ୍ତ ବିଭାଗ ବଙ୍ଗଳI ଠାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମଟି ଗ୍ରିନ କଳାହାଣ୍ଡି ଏବଂ ନିୟମଗିରି ସୁରକ୍ଷା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା I

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶ ବିତ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରାୟ,ଗ୍ରିନ କଳାହାଣ୍ଡିର ଅଦକ୍ଷ ଶ୍ରୀଯୁକ୍ତ ସିଦ୍ଧାର୍ଥ ନାୟକ,ଗ୍ରିନ କଳାହାଣ୍ଡି ଲାଞ୍ଜିଗଡ ବ୍ଲକର ସଭାପତି କର୍ଣ ସାହୁ, ଯୁବ ସଭାପତି ଭାସ୍କର ଚନ୍ଦନ,ବରିଷ୍ଟ ଆଇନଜୀବି ପୁର୍ଣ ଚନ୍ଦ୍ର ନାୟକ,ଗ୍ରିନ କଳାହାଣ୍ଡିର କର୍ମ କର୍ତ୍ତା ମନୋଜ ରାଉତ ଏବଂ ଗ୍ରିନ କଳାହାଣ୍ଡିର ସମସ୍ତ କର୍ମ କର୍ତ୍ତା ଓ ନିୟମଗିରି ସୁରକ୍ଷା ସମିତିର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀ କରା ଯାଇଥିଲା I ଏହି ସାମ୍ବାଦିକ ସମ୍ମିଳନୀ କରିବାର ମୁଖ୍ୟ ଉଦେଶ୍ୟ ହେଲା ଯେ ବେଦାନ୍ତ କମ୍ପାନୀ ଆଜକୁ ୨୨ ବର୍ଷ ପୁରିଗଲା ପଛେ ଲାଞ୍ଜିଗଡ ବ୍ଲକର କୌଣସି ଉର୍ନତ ମୂଳକ କାମ କଲାନାହିଁ କି ପରିବେଶ ଉପରେ ଧ୍ୟାନ ଦେଲା ନାହିଁ I ଏବେ ଯେତେବେଳେ ନିଜର ନିଜସ୍ୱ କଞ୍ଚାମାଲ ପାଇଁ ଖଣି ନାହିଁ ବର୍ତମାନ କୁମ୍ଭୀର କାନ୍ଦଣା କାନ୍ଦୁଛି ବେଦାନ୍ତ,ବେଦାନ୍ତକୁ କଞ୍ଚମାଲ ପାଇଁ ଲାଞ୍ଜିଗଡ ସ୍ଥିତ ନିୟମଗିରୀ ପର୍ବତ ଅଞ୍ଚଳରେ ଗ୍ରାମସଭା କରି ବେଦାନ୍ତକୁ କଞ୍ଚାମାଲ ବକ୍ସIଇଡ ଯୋଗେଇ ଦିଆଯାଉ ବୋଲି ନେତା ମାନଙ୍କୁ ଧରି ଲାଗିଅଛି I ବେଦାନ୍ତ କମ୍ପାନୀକୁ ନିୟମଗିରୀ ବକ୍ସIଇଡ଼ ଖଣି ନ ଦେବା ପାଇଁ ସୁପ୍ରିମକୋର୍ଟ ଆଜକୁ ୧୫ ବର୍ଷ ତଳେ ବା ୨୦୦୯ ମସିହାରେ ଖଣି ଖନନ ପାଇଁ ମନା କରି ଦେଇଥିଲେ I ହେଲେ ଏବେ ବର୍ତ୍ତମାନ କିଛି ଲାଞ୍ଜିଗଡ ବ୍ଲକର ସ୍ଥାନୀୟ କିଛି ଭଦ୍ର ଲୋକ ଓ କିଛି ସଂଗଠନ ଏବଂ ରାଜନୈତିକ ଦଳ ଲୋକଙ୍କୁ ଭୁଆଁ ବୁଲାଇ ବେଦାନ୍ତକୁ ନିୟମଗିରୀ ଖଣି ଖନନ ଏବଂ ଲିଜ ଦେବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ନିବେଦନ କରିଛନ୍ତି I ଏହି କଥାକୁ ଗ୍ରିନ କଳାହାଣ୍ଡି ଓ ନିୟମଗିରୀ ସୁରକ୍ଷା ସମିତି ତରଫରୁ ଖଣ୍ଡନ କରାଯାଇଛି,ଯଦି ଓ ବେଦାନ୍ତ କମ୍ପାନୀକୁ ନିୟମଗିରୀ ବକ୍ସIଇଡ଼ ଖଣିକୁ ଭବିଷ୍ୟତରେ ଖଣି ଖନନ କରିବା ପାଇଁ ଦିଆଯିବ ନାହିଁ,ବୋଲି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶ ବିତ ଶ୍ରୀ ସାମନ୍ତରାୟ ମତବ୍ୟକ୍ତ କରିଛନ୍ତି I