ଈଶାଣୀବ୍ରହ୍ମପୁର ପଞ୍ଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ:Ommtv Kalinga Vikas
ଈଶାଣୀବ୍ରହ୍ମପୁର ପଞ୍ଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ:Ommtv Kalinga Vikas
ଈଶାଣୀବ୍ରହ୍ମପୁର ପଞ୍ଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ:Ommtv Kalinga Vikas
କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣୀବ୍ରହ୍ମପୁର ପଞ୍ଚାୟତ ର ସାଧୁସହି ନଦୀ ପଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ଭାରତର ବିଭିନ୍ନ ଜାଗାରେ ସେବା ସପ୍ତାହ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ କଟକ ସଦର ବିଜେପି ନେତା ପୂର୍ବତନ ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ,ଜିଲ୍ଲା ଉପ ସଭାପତି ନିର୍ମଳ ଦାସ,ପୂର୍ବତନ ସମିତି ସଭ୍ୟ ଆୟତପୂର୍ ପଞ୍ଚାୟତ ର ଗୋକୁଳ ଚନ୍ଦ୍ର ପ୍ରଧାନ,ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କିରଣ ଚନ୍ଦ୍ର ସାହୁ, ଈଶାଣୀବ୍ରହ୍ମପୁର ପଞ୍ଚାୟତର ବିଜେପି ନେତା ରଞ୍ଜନ କୁମାର ବିଶୋଇ,ଦେବାଶିଷ ତ୍ରିପାଠୀ,ତପନ ସ୍ୱାଇଁ,ଜଗନ୍ନାଥ ଆଚାର୍ଯ୍ୟ,ସାଗର ବିଶୋଇ,ସଞ୍ଜୟ ପରିଡ଼ା,ବୋଧପୁର ପଞ୍ଚାୟତର ସ୍ୱରୂପ ରଥ,ଅରବିନ୍ଦ ମହାନ୍ତି,ଶଙ୍କର ପଣ୍ଡା,ପାଖ ମାଣପୁର ଓ ସିର୍ଲୋ ପଞ୍ଚାୟତର ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଓ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ।ବିଜେପି ନେତା ଦିଲୀପ ମଲ୍ଲିକ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ପ୍ରକୃତି କୁ ସୁନ୍ଦର ଓ ସବୁଜିମା କରି ଗଢି ତୋଳିବାକୁ ଶ୍ରୀ ମଲ୍ଲିକ ଆହ୍ବାନ ଦେଇଥିଲେ। ଏହି ସୁନ୍ଦର କାର୍ଯ୍ୟକ୍ରମକୁ ସଫଳ କରିବାକୁ କିରଣ ଚନ୍ଦ୍ର ସାହୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
