କଂଗ୍ରେସ ପକ୍ଷରୁ" ସଂଗଠନ ସୃଜନ ଅଭିଯାନ" ଲାଞ୍ଜିଗଡ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି :Ommtv Kalinga Vikas

କଂଗ୍ରେସ ପକ୍ଷରୁ" ସଂଗଠନ ସୃଜନ ଅଭିଯାନ" ଲାଞ୍ଜିଗଡ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି :Ommtv Kalinga Vikas

କଂଗ୍ରେସ ପକ୍ଷରୁ" ସଂଗଠନ ସୃଜନ ଅଭିଯାନ" ଲାଞ୍ଜିଗଡ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି :Ommtv Kalinga Vikas

କଂଗ୍ରେସ ପକ୍ଷରୁ" ସଂଗଠନ ସୃଜନ ଅଭିଯାନ" ଲାଞ୍ଜିଗଡ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୦୮/୦୯ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରୋପୋର୍ଟ ଆଜି କଂଗ୍ରେସ କୁ ଆଗାମୀ ଦିନରେ ସୁଦୃଢ଼ କରିବା ଓ ଦାୟିତ୍ୱ ବାନ ବ୍ୟକ୍ତିଙ୍କୁ ନିରପେକ୍ଷ ଭାବେ କିପରି ଜିଲ୍ଲା ସଭାପତି ଚୟନ ହୋଇପାରିବ ସେନେଇ ଆଜି ଲାଞ୍ଜିଗଡ଼ ଠାରେ ହୋଟେଲ ସୁଦାମ କୃଷ୍ଣା ସଭାଗୃହ ହଲରେ ଜିଲ୍ଲା ସଭାପତି ଓ ଚୟନ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକ କାର୍ଯ୍ୟକ୍ରମରେ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ଶେଖ ମସ୍ତାନ ଅଲ୍ଲୀ ଯୋଗଦେଇ ଲାଞ୍ଜିଗଡ ବ୍ଲକରୁ ୨୬ ଗୋଟି ପଞ୍ଚାୟତରୁ ଆସିଥିବା ସମସ୍ତ କର୍ମୀ ମାନଙ୍କ ସହିତ ବ୍ୟକ୍ତି ଗତ ଭାବେ ଆଲୋଚନା କରି ଥିଲେ ଏବଂ ସମସ୍ତ ଙ୍କୁ ନିଜ ନିଜ ମତକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀଅଲ୍ଲୀ ଅନୁରୋଧ କରି ଥିଲେ। ଉକ୍ତ ବୈଠକରେ ପିସିସି ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ବଲଭଦ୍ର ମାଝୀ,ଲାଞ୍ଜିଗଡ ବ୍ଲକ ସଭାପତି ବିଜୟ ନାଏକ, କଳାହାଣ୍ଡି ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ, ଜିଲ୍ଲା ଯୁବ ସଭାପତି ମହମ୍ମଦ ସାହେବ, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦ୍ରୋପଦି ମାଝୀ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରୀତମ ବେହେରା ମଞ୍ଚାସୀନ ଥିଲେ।

ଲାଞ୍ଜିଗଡ଼ କଂଗ୍ରେସର ବରିଷ୍ଠ ସକ୍ରୀୟ ସଦସ୍ୟ ମନୋଜ କୁମାର ରାଉତ,ପୂର୍ବତନ ଜିଲ୍ଲା ପରିଷଦ ଲାଞ୍ଜିଗଡ ବ୍ଲକ ଟଙ୍କଧର ମାଝୀ,ପୂର୍ଣ୍ଣ ଚନ୍ଦ୍ର ଗଉଡ, ଗୋବିନ୍ଦ ପ୍ରଧାନୀ,କର୍ଣ ସାହୁ,ଯୁବ ନେତା ସନ୍ତୋଷ କୁମାର ତୁଳ ଗୋପାଳ ଦାସ ମହାନନ୍ଦ,କେଶବ ଚନ୍ଦ୍ର ବାରିକ ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ସମିତି ସଭ୍ୟ ପ୍ରଦିପ ମାଝୀ,ମହିଳା ସଭାନେତ୍ରୀ ଶାନ୍ତି ହରିଜନ,ରାଜିବ ଗାନ୍ଧୀ ସଂଗଠନ ସମ୍ପାଦିକା ମାଧୁରୀ ଦୁର୍ଗା,ସଦାନନ୍ଦ ନାଏକ,ପୁର୍ଣଚନ୍ଦ୍ର ନାଏକ,ସୁରେନ୍ଦ୍ର ମାଝୀ, ସତ୍ୟ କୁମର,ଭାସ୍କର ଚନ୍ଦନ, ଗଣେଶ ବେହେରା,ଦଶରଥ ପାତ୍ର,ଗଜି ହରିଜନ, ପ୍ରଫୁଲ୍ଲ ଦଳପତି,ଭୀମସେନ ନାୟକ, ସୁଦାମ ମାଝୀ ସମେତ ସମସ୍ତ ବରିଷ୍ଠ କର୍ମକର୍ତ୍ତା ଓ ପଞ୍ଚାୟତ ର ସଭାପତି ଓ ସମ୍ପାଦକ ପ୍ରମୁଖ କାର୍ଯ୍ୟ କ୍ରମରେ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ପୂର୍ବତମ ମନ୍ତ୍ରୀ ତଥା ରାୟଗଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଡଃ ବଳଭଦ୍ର ମାଝୀ ସ୍ବାଗତ ଭାଷଣ ସହ ସମସ୍ତଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପର୍ଯ୍ୟ ବେକ୍ଷକ ଶ୍ରୀଅଲ୍ଲୀ ଡବଲ ଇଞ୍ଜିନ ସରକାର କେନ୍ଦ୍ର ଓ ଓଡ଼ିଶାର ଥାଇ ମଧ୍ୟ ଦାଦନ ସମସ୍ୟା ଉଗ୍ରରୂପ ନେଉଛି ବୋଲି ସେ ମତ ବ୍ୟକ୍ତ କରିଥିଲେ I ଓଡ଼ିଶାରେ ବେରୋଜଗାର ବଢିବା ଭଳି ଅନେକ ସମସ୍ୟା ସହିତ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିଫଳତା ଉପରେ ବର୍ଷିଥିଲେ।