ଲାଞ୍ଜିଗଡ ବ୍ଲକ ବିଦ୍ୟାଳୟ କ୍ରୀଡା ସଂଘଠନର ବୈଠକ ଅନୁଷ୍ଠିତ :Ommtv Kalingavikas
ଲାଞ୍ଜିଗଡ ବ୍ଲକ ବିଦ୍ୟାଳୟ କ୍ରୀଡା ସଂଘଠନର ବୈଠକ ଅନୁଷ୍ଠିତ :Ommtv Kalingavikas
ଲାଞ୍ଜିଗଡ ବ୍ଲକ ବିଦ୍ୟାଳୟ କ୍ରୀଡା ସଂଘଠନର ବୈଠକ ଅନୁଷ୍ଠିତ :Ommtv Kalingavikas
କଳାହାଣ୍ଡି ଜିଲ୍ଲା,୦୪/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ବିଇଓ ଙ୍କ ଉପସ୍ଥିତି ରେ ବ୍ଲକ ସ୍କୁଲ ଖେଳ ଏବଂ କ୍ରୀଡ଼ା ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି I ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର ଙ୍କ ସଭାପତି ପତିତ୍ବରେ ବ୍ଲକ ସ୍କୁଲ ଖେଳ ଏବଂ କ୍ରୀଡ଼ା ସଂଘରର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ୨୦୨୫ ଶିକ୍ଷା ବର୍ଷରେ ଆୟୋଜିତ ହେବାକୁ ଥିବା ସମସ୍ତ କ୍ରୀଡା,ସ୍କାଉଟ ଓ ଗାଇଡରେ କେଉଁଭଳି ସ୍କୁଲ ର ଛାତ୍ର ଛାତ୍ରୀ ପୂର୍ଣ୍ଣାଙ୍ଗ ଭାବେ ସମସ୍ତେ ଭାଗ ନେଇ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ବ୍ଲକ ରାଜ୍ୟ ସ୍ତରରେ ଗୌରବ ହାସଲ କରିବେ ସେ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ଉକ୍ତ ବୈଠକରେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ଲକ୍ଷ୍ମୀ ପ୍ରିୟା ମୁଦୁଲି ନୋଡାଲ ଖେଳ ଶିକ୍ଷୟିତ୍ରୀ ଧରିତ୍ରୀ ବିଷୋୟୀ,ଆଦର୍ଶ ବିଦ୍ୟାଳୟ ର ଖେଳ ଶିକ୍ଷକ ଅଜୟ କୁମାର ପଲେଇ,ଲାଞ୍ଜିଗଡ ର ଖେଳ ସକ୍ଷତ୍ରୀ ବନିତା ଧଙ୍ଗଡ଼ାମାଝି, ହେମନ୍ତ ସାହୁ, କାଳି ପ୍ରସାଦ ମଣ୍ଡଳ, ତେଜରାଜ ବିଶ୍ୱାଳ,ସାଗରିକ ମାହାଙ୍କୁଡ଼, ଅନନ୍ତ ପ୍ରଧାନୀ,ସମତେ ଲାଞ୍ଜିଗଡ଼ ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ବୈଠକରେ ଭାଗ ନେଇ ନିଜର ମତ ବ୍ୟକ୍ତ କରିଥିଲେ।
