ଲାଞ୍ଜିଗଡରେ ବସୁଧା ପାଇପ ପାଣି ସମସ୍ୟା କେବେ ଆଉ ଦୂର ହେବ ? Ommtv Kalingavikas
ଲାଞ୍ଜିଗଡରେ ବସୁଧା ପାଇପ ପାଣି ସମସ୍ୟା କେବେ ଆଉ ଦୂର ହେବ ? Ommtv Kalingavikas
ଲାଞ୍ଜିଗଡରେ ବସୁଧା ପାଇପ ପାଣି ସମସ୍ୟା କେବେ ଆଉ ଦୂର ହେବ ? Ommtv Kalingavikas
କଳାହାଣ୍ଡି ଜିଲ୍ଲା,୨୮/୦୭ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ସହରରେ ବସୁଧା ପାଇପ ପାଣି ସମସ୍ୟା ବାରମ୍ବାର ମାସ ମାସ ସଂଖ୍ୟା ସପ୍ଲାଇ ପାଇପ ପାଣି ବନ୍ଦ ରହୁଛି I ବର୍ଷକ ବାର ମାସରୁ ୦୬ ମାସ ପାଣି ଆସି ନଥାଏ ଯାହା ଫଳରେ ଜନ ସାଧାରଣ ଶୁଦ୍ଧ ପାଣି ଟୋପାଏ ପାଇଁ ତରସି ଯାନ୍ତି କିନ୍ତୁ ସରକାରି ବାବୁ ମାନେ ବାଃ ବାଃ ନିଅନ୍ତି ଖାତା ପୋଥିରେ ସରକାରଙ୍କୁ ଦେଖେଇ ଦିଅନ୍ତି ଯେ ଆମେ ସମସ୍ତ ଗ୍ରାମକୁ ବସୁଧା ଯୋଜନI ମାଧ୍ୟମରେ ଶୁଦ୍ଧ ପାଣି ଯୋଗାଉଛୁ ସେଇଟା ପୁରା ଭୂଲ I ଲାଞ୍ଜିଗଡରେ ଆଜିକୁ ଦୁଇ ମାସ ପୁରିଗଲାଣୀ କିନ୍ତୁ ଲାଞ୍ଜିଗଡ ଜନ ସାଧାରଣଙ୍କୁ ସରକାର ଶୁଦ୍ଧ ପାଣି ଟୋପାଏ ଯୋଗାଇ ପାରୁ ନାହାନ୍ତି I ଯେତେବେଳେ ସପ୍ଲାଇ ପାଣି ଆସି ନଥାଏ ସେତେବେଳେ ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ,ଲାଞ୍ଜିଗଡ ବ୍ଲକ ଜନ ପ୍ରତିନିଧି ଓ ପାନୀୟ ଜଳ ଯୋଗାଣ ବିଭାଗକୁ ବାରମ୍ବାର କହିଲାପରେ ମଧ୍ୟ ଶୁଣି ନଥିଲେ I ଆମେ ଯେତେବେଳେ ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗ ଶ୍ରୀ ମାଝୀ ଜେଇଙ୍କୁ ଯୋଗଯୋଗ କରଥିଲୁ ସେ ଆମକୁ ପ୍ରତି ଉତ୍ତର ଦେଇ କହିଥିଲେ ମୁଁ ଯାଇ ଦେଖିବି କରେଇ ମଧ୍ୟ ଦେବି ତାପରେ ଦେଢ଼ ମାସ ବା ୪୫ ଦିନ ବିତିଗଲା ପଛେ କଲେନାହିଁ I ଆମେ ନିଜେ ଲାଞ୍ଜିଗଡ ବିଡ଼ିଓଙ୍କୁ ଫୋନ୍ ଯୋଗେ କହି ଥିଲୁ ସେ ତୁରନ୍ତ ଭବାନୀପାଟଣା ଏସଡ଼ିଓ ସାରଙ୍କୁ କହିଥିଲେ I ତାପରେ ଆମେ ମଧ୍ୟ ବିଡ଼ିଓ ସାରଙ୍କ ଠାରୁ ଏସଡ଼ିଓ ସାରଙ୍କ ଫୋନ୍ ନମ୍ବର ଆଣି ଭବାନୀପାଟଣା ଏସଡ଼ିଓ ସାରଙ୍କୁ ଯୋଗାଯୋଗ କରି ସମସ୍ତ କଥା କହିଥିଲୁ I ଏସଡ଼ିଓ ସାର ନିଜେ ପାଇପ ଲାଇନ ଠିକାଦାରଙ୍କୁ କହି ନୂଆ ପାଇପ ଆଣି ପାଞ୍ଚ ଦିନ ମଧ୍ୟରେ କାମ ଠିକାଦାର ସାରେଇଥିଲେ ଆଜକୁ ପାଇପ କାମ ସରି ଏକ ସପ୍ତାହ ହେଲାଣି କିନ୍ତୁ ଲାଞ୍ଜିଗଡରେ ପାଇପ ପାଣି ସପ୍ଲାଇ ହେଇ ପାରୁନାହିଁ I ପାଇପ କାମ ସାରିବା ପରେ ସରକାରୀ ବାବୁ ନା ଜନ ପ୍ରତିନିଧି ସରପଞ୍ଚଙ୍କ ମନବୃତ୍ତି ନାହିଁ ଯେ ଜନ ସାଧାରଣଙ୍କୁ ସ୍ୱଚ୍ଛ ନିର୍ମଳ ପାଣି ସବିଧାରେ ଯୋଗାଇଦେବା, ତାଙ୍କରି ମନରେ ଭାବନା ନାହିଁ I ଯାହାଫଳରେ ପାଣି ଟୋପାଏ ପାଇଁ ହନ୍ତ ସନ୍ତ ହେଉଛନ୍ତି ଲାଞ୍ଜିଗଡ ପଞ୍ଚାୟତର ଜନ ସାଧାରଣ ଯଦିଓ ପାଇପ ପାଣି ଛଡା ଯାଉଛି ମାତ୍ର ୧୦ ମିନିଟରୁ ୧୫ ମିନିଟ ସମୟ ଯାହାଫଳରେ ଲୋକେ ବାରମ୍ବାର ଜେଇଙ୍କୁ ଅତିକମରେ ୩୦ ମିନିଟ ସମୟ ପାଣି ଛାଡିଲେ କହିଲେ ମଧ୍ୟ୍ୟ ସେ କାହାରି କଥା ଶୁଣୁ ନାହାନ୍ତି I ଆଉ ଦେଖିବାକୁ ବାକି ରହିଲା ଆଉ କେତେ ଦିନ ପରେ ଲାଞ୍ଜିଗଡ ପଞ୍ଚାୟତରେ ଜନ ପ୍ରତିନିଧି ଓ ସରକାରୀ ବାବୁ ମିଶି କେବେ ସ୍ୱଚ୍ଛ ନିର୍ମଳ ପାଣି ଛାଡୁଛନ୍ତି I
