ଲାଞ୍ଜିଗଡ ବ୍ଲକରେ ଠିକା କାମକୁ ନେଇ ବିଜେଡି,ବିଜେପି ମଧ୍ୟ୍ୟରେ ବାକ ଯୁଦ୍ଧ:Ommtv Kalingavikas
ଲାଞ୍ଜିଗଡ ବ୍ଲକରେ ଠିକା କାମକୁ ନେଇ ବିଜେଡି,ବିଜେପି ମଧ୍ୟ୍ୟରେ ବାକ ଯୁଦ୍ଧ:Ommtv Kalingavikas
ଲାଞ୍ଜିଗଡ ବ୍ଲକରେ ଠିକା କାମକୁ ନେଇ ବିଜେଡି,ବିଜେପି ମଧ୍ୟ୍ୟରେ ବାକ ଯୁଦ୍ଧ:Ommtv Kalingavikas

କଳାହାଣ୍ଡି ଜିଲ୍ଲା,୦୪/୦୬ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଅନ୍ତର୍ଗତ ଚମ୍ପାଦଇପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ ବିଜେପି ପାର୍ଟିର ବ୍ଲକ କର୍ମକର୍ତ୍ତା ମାନେ ଆଜି ସକାଳ ୧୧ ଘଣ୍ଟା ସମୟରେ ସାମ୍ବାଦିକ ସମିଳନୀ ଡାକି ଥିଲେ I ଯାହାଫଳରେ ଲାଞ୍ଜିଗଡ ବ୍ଲକର ସମସ୍ତ ସମ୍ବଦିକ ବନ୍ଧୁ ପହଞ୍ଚିଯାଇଥିଲେ ଠିକ ସମୟରେ ତାପରେ ସାମ୍ବାଦିକ ସମିଳନୀ ଆରମ୍ଭ ହୋଇଥିଲା I ଠିକା କାମକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ତୁ ତୁ ମେଁ ମେଁ କାରଣ ହେଲା ବିଜେପି ପାର୍ଟିର ଲାଞ୍ଜିଗଡ ବ୍ଲକର ପୂର୍ବତନ ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷ ରାୟ ଓ ବିଶ୍ଵନାଥପୁର ମଣ୍ଡଳ ସଭାପତି ତୁଳସି ମାଝୀ ଏବଂ ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଏଇମାନେ କହିବା କଥାଯେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମରେ ବର୍ତ୍ତମାନ ଏଗାର ମାସର ସରକାର ପ୍ରତେକ ପଞ୍ଚାୟତ ଓ ପ୍ରତେକ ଗ୍ରାମକୁ ଉର୍ନ୍ନତି ମୂଳକ କାମ କରବା ପାଇଁ ଟଙ୍କା ଦେଇଛନ୍ତି,କିନ୍ତୁ ୨୪ ବର୍ଷର ବିଜେଡି ସରକାର ଯାହା କରି ନାହାନ୍ତି ତାହା ଆଜି ଏଗାର ମାସର ଆମ ବିଜେପି ସରକାର କାମ କରିକି ଦେଖେଇଛି I ଶ୍ରୀ ସନ୍ତୋଷ ରାୟ କହିବା କଥାଯେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ବିଜେଡି ହେଲେ ବୋଲି କଣ ୱାର୍ଡ ମେମ୍ବର,ସରପଞ୍ଚ,ସମିତି ସଭ୍ୟ ଓ ସଭ୍ୟା ବିଜେଡି କି ସେ ସମସ୍ତଙ୍କର ଜନ ପ୍ରତିନିଧି ବିଜେଡି ସରକାର ହୋଉ ବା ବିଜେପି ସରକାର କି କଂଗ୍ରେସ ସରକାର ହେଉ ସେ ସମସ୍ତଙ୍କ ପାଇଁ କାମ କରିବା କଥା I କାରଣ କୌଣସି ଦଳରୁ ନିର୍ବାଚିତ ହେଇ ନଥାନ୍ତି ସରପଞ୍ଚ କି ସମିତି ସଭ୍ୟ ଓ ସମିତି ସଭ୍ୟା ତେଣୁକରି ସେମାନେ ଆମ ସାଥିରେ ହାତ ମିଳେଇ ବିକଶିତ ଓଡିଶା କାର୍ଯ୍ୟକ୍ରମରେ ଆମକୁ ସାହାଯ୍ୟ କରନ୍ତୁ ନହେଲେ ଭବିଷ୍ୟତରେ ବିଜେଡି କର୍ମୀମାନେ ନିଜ ନିଜେ ଯେଉଁ ଠିକା କାମ ଗୁଡାକ ବାଣ୍ଟି ନେଉଛନ୍ତି ତାକୁ ଆମେ କରେଇଦେବୁ ନାହିଁ I ଯଦି ସରକାରଙ୍କ ଜନକଲ୍ୟାଣୀ କାର୍ଯ୍ୟ ଲୋକା ଅଭିମୁଖୀ କାର୍ଯ୍ୟ ଜନତାଙ୍କ ପାଖରେ ପହଞ୍ଚେଇବା ଗୁରୁ ଦାଇତ୍ୱ ଆମ ପାଖରେ ରହିଅଛି I ସତ ପ୍ରତିଶଦ କାମକୁ ଆୟତ କରିକି ଲୋକଙ୍କ ପାଖରେ ପହଞ୍ଚେଇବା ଆମର କର୍ତ୍ତବ୍ୟ ଏହି କାମରେ ବିଜେଡି ଦଳର ନେତା ଆମକୁ ବାଧା ଦେଇ ପାରିବେ ନାହିଁ ବୋଲି ଆମେ ସଂକଳ୍ପ କରୁଅଛୁ I ଏହି ସାମ୍ବାଦିକ ସମିଳନୀରେ ଯୋଗ ଦେଇଥିବା କର୍ମ କର୍ତ୍ତାମାନେ ହେଲେ ଲାଞ୍ଜିଗଡ ବ୍ଲକ କୃଷକ ମୋର୍ଚ୍ଚା ସଭାପତି କାନ୍ଦର୍ପ ନାୟକ,ପୂର୍ବତନ ମଣ୍ଡଳ ସଭାପତି ତ୍ରିନାଥ ପାତ୍ର, ଆନନ୍ତରମ ପ୍ରଧାନୀ, ପ୍ରମାଦ କୁମାର ବିଭାର,ବ୍ଲକ ଯୁବ ମୋର୍ଚ୍ଚା ସଭାପତି ମିଳନ ମହାପାତ୍ର, ଉପସଭାପତି ଦେବ ପଟେଲ, ଅମରେଶ ବୁଦ୍ଧିଆ,ଗୌତମ କୁମାର ନାଗ, ଭଗବାନ ରାଉତ ସମସ୍ତ କର୍ମକର୍ତ୍ତା ଆମ ଅIଘରେ ସେହି ଗୋଟିଏ କଥା ବଖାଣି ଥିଲେ ବିଜେଡି କର୍ମୀ ଏବଂ ନେତା ମାନଙ୍କ ଉପରେ ବିଜେପି କର୍ମୀ ବର୍ଷଣ କରିଥିଲେ I
