କିଟରେ ବିଶ୍ୱ ସାଇକଲିଂ ଦିବସ:Ommtv Kalingavikas
କିଟରେ ବିଶ୍ୱ ସାଇକଲିଂ ଦିବସ:Ommtv Kalingavikas
କିଟରେ ବିଶ୍ୱ ସାଇକଲିଂ ଦିବସ:Ommtv Kalingavikas

କିଟ୍ ବିଶ୍ୱବିଦ୍ୟାଳୟ ମିନତି ମହାପାତ୍ର ସାଇକଲିଂ ଭେଲୋଡ୍ରୋମରେ ଆଜି
ବିଶ୍ୱ ସାଇକଲିଂ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଭାରତର ବିଶିଷ୍ଟ ମହିଳା ସାଇକଲ୍ ଚାଳକ ମିନତୀ ମହାପାତ୍ର, ଓଡ଼ିଶା ସାଇକେଲିଂ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ ରାଉତ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍ କ୍ରୀଡା ମହାନିର୍ଦ୍ଦେଶକ ଡ ଗଗନେନ୍ଦୁ ଦାଶ ପ୍ରମୁଖ ଯୋଗଦେଇ ସାଇକଲ୍ କ୍ରୀଡାର ପ୍ରଚାର ପ୍ରସାର ଓ ବିକାଶ ଦିଗରେ କିଟ୍ କିସ୍ ର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ଉପସ୍ଥିତ ସାଇକଲ ଚାଳକଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ। ସାଇକଲ୍ ଚାଳନା ଉପରେ ଗୁରୁତ୍ଵ ଦେଇ ଶ୍ରୀ ସାମନ୍ତ କହିଲେ ସାଇକଲ୍ ଚାଳନା ଦ୍ଵାରା ଆମର ଦୁଇ ପ୍ରକାର ଲାଭ ହୋଇଥାଏ। ସାଇକଲ୍ ଚାଳନା ଯୋଗୁଁ ଶରୀର ସୁସ୍ଥ ରହିଥାଏ। ଏହା ସହ ଅନାବଶ୍ଯକ ଭାବେ ଗାଡି ବ୍ୟବହାର ନକରି ସାଇକଲ୍ ବ୍ୟବହାର କଲେ ବାୟୁ ପ୍ରଦୂଷଣ ମଧ୍ଯ ହେବନାହିଁ ବୋଲି ସେ କହିଥିଲେ। ଏହି ଅବସରରେ ଓଡ଼ିଶା ସାଇକଲ୍ ଆସୋସିଏସନ ପକ୍ଷରୁ କେକ୍ କାଟି ବିଶ୍ୱ ସାଇକଲିଂ ଦିବସ ପାଳନ କରାଯାଇଥିଲା।
