ଆମ୍ବେଦକର ଜୟନ୍ତୀ ପାଳନ:Ommtv

ଆମ୍ବେଦକର ଜୟନ୍ତୀ ପାଳନ:Ommtv

ଆମ୍ବେଦକର ଜୟନ୍ତୀ ପାଳନ:Ommtv

ଆମ୍ବେଦକର ଜୟନ୍ତୀ ପାଳନ:Ommtv 

କଳିଙ୍ଗ ବିକାଶ, ଢେଙ୍କାନାଳ। ଜିଲ୍ଲା ଆମ୍ବେଦକର ଜୟନ୍ତୀ ପାଳନ କମିଟି ପକ୍ଷରୁ ସଭାପତି କୈଳାଶ ଚନ୍ଦ୍ର ବେହେରା ଙ୍କ ଆବାହକତ୍ବରେ ବାବା ସାହେବ ଡଃ ବି ଆର ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳନ ଉତ୍ସବ କୁ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ତାଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରି ବାବା ସାହେବ ଙ୍କ ଜୀବନୀ ଉପରେ ତାଙ୍କର ଶିକ୍ଷା ଦୀକ୍ଷା ଅଭିଜ୍ଞତା ଦକ୍ଷତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଆୟୋଜିତ ଏକ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଇଁ ବିଜୟ କୁମାର ବିଶ୍ଵାଳ, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ୍ ପଣ୍ଡିତ ପ୍ରମୋଦ ପ୍ରସାଦ ନନ୍ଦ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଦୀପ୍ତିସ ପଟ୍ଟନାଯକ, ସମାଜସେବୀ ଶିଶିର ଶତପଥୀ, ବାବା ସାହେବ ଙ୍କ ସ୍ମୃତିଚାରଣ କରିଥିଲେ। ବାବା ସାହେବ ଦଳିତ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ହେଁ ଦେଶର ସମସ୍ତ ରାଜନେତା ମାନଙ୍କ ମଧ୍ୟରେ ଜଣେ ଜ୍ଞାନୀ ଗୁଣୀ ବ୍ୟକ୍ତିତ୍ୱ ଥିବାରୁ ସାରା ବିଶ୍ଵରେ ବୃହତ୍ ସମ୍ବିଧାନ ପ୍ରଣୟନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ରତ୍ନ ଡଃ ଆମ୍ବେଦକର ସମସ୍ତ ଭାରତୀୟ ମାନଙ୍କର ଗର୍ବ ଓ ଗୌରବ। ତାଙ୍କ ଜନ୍ମ୍ ଜୟନ୍ତୀ ଶ୍ରାଦ୍ଧ ପାଳନ ପ୍ରତ୍ୟେକ ଭାରତୀୟ ମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ। ଅନ୍ୟ ମାନଙ୍କ ମଧ୍ୟରେ ବନମାଳୀ ମଲ୍ଲିକ, ଲଳିତ କୁମାର ବେହେରା, ତ୍ରିନାଥ ବେହେରା ପ୍ରମୂଖ ଯୋଗଦାନ କରିଥିଲେ। କମିଟି ସଂଯୋଜିକା ଆଇନଜୀବୀ ମମତାଞ୍ଜଳୀ ବେହେରା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।