ରାଇରଙ୍ଗପୁର ଶିଶୁ ବିକାଶ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ:Ommtv 

ରାଇରଙ୍ଗପୁର ଶିଶୁ ବିକାଶ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ:Ommtv 

ରାଇରଙ୍ଗପୁର ଶିଶୁ ବିକାଶ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ:Ommtv 

ରାଇରଙ୍ଗପୁର ଶିଶୁ ବିକାଶ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ:Ommtv 

ରାଇରଙ୍ଗପୁର ପୌରାଞ୍ଚଳର ଗଢସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ମୁଖ୍ୟ ଅତିଥି ଉପ୍ରା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତିମିର ରଂଜନ ପଣ୍ଡା ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ସ୍ତମ୍ଭକାର ବାଗ୍ମୀ ଅଧ୍ୟାପକ ଲଳିତ ମହାନ୍ତ ଐତିହ୍ୟ ସମ୍ପନ୍ନ ଭାରତୀୟ ଆର୍ଯ୍ୟ ସଂସ୍କୃତିର ପ୍ରଜ୍ଞାଦୀପ୍ତ ପୁରୁଷଙ୍କ ଆଦର୍ଶକୁ ପାଥେୟ କରି ଓ ସମାଜସେବାରେ ବ୍ରତୀ ଶିଶୁ ବିକାଶ ବିଦ୍ୟା ମନ୍ଦିରର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଉତ୍ତମ ପାଠପଢି ସମାଜରେ ଜଣେ ସଫଳ ମଣିଷ ହେବାପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାରକାନ୍ତ ମହାନ୍ତ,ଜୀବନର ଲକ୍ଷ୍ୟ ସ୍ଥିର ରଖିବା ସହିତ କର୍ତ୍ତବ୍ୟନିଷ୍ଠ,ଉତ୍ତମ ଚରିତ୍ର ଗଠନ ଦିଗରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ।

ଉତ୍ସବରେ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ତଥା ସମ୍ପାଦକ ଚିତ୍ତରଂଜନ ମହାନ୍ତ ପୌରହିତ୍ୟ କରିଥିଲେ। ଏହି ଅବସରରେ ବିଦ୍ୟଳୟର ଶିକ୍ଷା,କ୍ରୀଡା,କଳା,ନୃତ୍ୟ,ସ୍ବଚ୍ଛତା ପରି ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାନ୍ତାଳୀ,ଝୁମର, ଲୋକକଳା ଭଳି ଉଚ୍ଚକୋଟିର ନୃତ୍ୟଗୀତ ପରିବେଷଣ କରାଯାଇଥିଲା। ସମ୍ପାଦକ ଚିତ୍ତରଂଜନ ମହାନ୍ତ ଉତ୍ସବକୁ ପରିଚାଳନା କରିଥିବା ବେଳେ ଗୁରୁମା,ଗୁରୁଜୀ ଗୌରବ କୁମାର ସାହୁ,ମିନତୀ ମହାନ୍ତ,ଅନୀତା ମହାନ୍ତ,ରୂପଶ୍ରୀ ବେହେରା,ଗାୟତ୍ରୀ ବାରିକ,ଶୁଭଶ୍ରୀ ମହାନ୍ତ,ରୀମା ବିନ୍ଧାଣୀ ଓ ଅନୁପ୍ରିୟା କୁଅଁର ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ପ୍ରଧାନ ଆଚାର୍ଯ୍ୟ ଜ୍ୟୋତିପ୍ରକାଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କର ରିପୋର୍ଟ୍‌ କଳିଙ୍ଗ ବିକାଶ ନ୍ୟୁଜ୍‌