ପ୍ରେରଣା ସାମାଜିକ କଳା ପରିଷଦର ବାର୍ଷିକ ଉତ୍ସବ ୨୦୨୫ : Ommtv କଳିଙ୍ଗ ବିକାଶ

ପ୍ରେରଣା ସାମାଜିକ କଳା ପରିଷଦର ବାର୍ଷିକ ଉତ୍ସବ ୨୦୨୫ : Ommtv କଳିଙ୍ଗ ବିକାଶ

ପ୍ରେରଣା ସାମାଜିକ କଳା ପରିଷଦର ବାର୍ଷିକ ଉତ୍ସବ ୨୦୨୫ : Ommtv କଳିଙ୍ଗ ବିକାଶ

ଯାଜପୁର ଖବର (ବ୍ୟୁରୋ) : ( ଡନ ଙ୍କ ରିପୋର୍ଟ ) ଯାଜପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ପ୍ରେରଣା ସାମାଜିକ କଳା ପରିଷଦର ବାର୍ଷିକ ଉତ୍ସବ ୨୦୨୫ ଗୌତମ ବୁର୍ଦ୍ଧ ସଂସ୍କୃତି ଭବନଠାରେ ମହା ଧୁମଧାମ ସହିତ ପାଳିତ ହୋଇ ଯାଇଛି।ଏହି ଉତ୍ସବରେ ଅତିଥି ରୂପେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ,ହରିହର ସ୍ୱାଇଁ ସଂଗ୍ରାମ କେଶରୀ ପାତ୍ର,ନଟବର ଦାସ,ସମୀର କୁମାର ସାହୁ, ରଞ୍ଜୁଲତା ହୋତା,ସନ୍ତୋଷ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ବାର୍ଷିକ ଉତ୍ସବରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭ ଉନ୍ମୋଚନ କରି ଥିଲେ। ଉକ୍ତ ଉତ୍ସବ ଅନୁଷ୍ଠାନ ତରଫରୁ ହୋଇଥିବା ଭିନ୍ନ ଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ସେବା, କଳା ଓ ବିଭିନ୍ନ କ୍ଷେତ୍ରରେ ଉଲେଖ୍ୟନୀୟ କାର୍ଯ୍ୟ ନିମନ୍ତେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଅନୁଷ୍ଠାନର ସମ୍ପାଦକୀୟ ବିବରଣୀ ପାଠ ସହ ପରିଷଦ ର ଅଗ୍ରଗତି ଉପରେ ସାମ୍ୟକ ସୂଚନା ଉପସ୍ଥାପନା କରାଯାଇଥିଲା।ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ତଥା ଆଗଧାଡ଼ିର ଯୁବ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥଵା ବେଳେ ନାଟ୍ୟ ରଚନା କ୍ଷେତ୍ରରେ ମନିଶା ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନେ ନିଜର ଅଭିଭାଷଣ ରେ ପ୍ରେରଣା ସାମାଜିକ କଳା ପରିଷଦ ମହତକାଂକ୍ଷୀ ଉର୍ଦ୍ଦେଶ୍ୟ ନାଟକ ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାର ବାର୍ତ୍ତାକୁ ସାଧୁବାଦ ଜଣାଇଵାସହ ଅନୁଷ୍ଠାନ ଉତ୍ତରାତ୍ତର କାମନା ସହ ଆଗକୁ ବଡିବା ଲାଗି ପ୍ରେରଣା ଯୋଗାଇଥିଲେ।ସସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃର୍ତ୍ୟ ସମସ୍ତ ଦର୍ଶକଙ୍କୁ ଆତ୍ମବିଭୋର କରିଥିଲା। ପ୍ରେରଣା ସାମାଜିକ କଳା ପରିଷଦର କଳାକାରଙ୍କ ଦ୍ୱାରା ଦେଶପ୍ରେମ ଉପରେ ଆଧାରିତ ଏକ ନାଟକ ମଞ୍ଚସ୍ଥ ହେଇଥିଲା ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ଆଗଧାଡିର ନିର୍ଦ୍ଦେଶକ ପ୍ରସନ୍ନ ବିଶ୍ବାଳ ଏବଂ ରଚନା ଓ ସଂଳାପ ମନୀଷା ରାଉତ କରିଥିବା ବେଳେ ମଞ୍ଚ ପରିଚାଳନା ଦାୟିତ୍ୱ ସମରଜିତ ମହାନ୍ତି ନିର୍ବାହ କରି ଥିଲେ।ଉଚ୍ଚ କୋଟୀର ସଂଳାପରେ ନାଟକଟି ଦର୍ଶକଙ୍କ କରତାଳି ରେ ବେଶ୍ ପ୍ରଶଂସା ସାଉଁଟି ଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ପ୍ରେରଣା ସାମାଜିକ କଳା ପରିଷଦର ସଭାପତି ସୁଶାନ୍ତ କୁମାର ନାୟକ ଙ୍କ ପ୍ରତକ୍ଷ୍ଯ ତଦ୍ଭ୍ୱବଧାନ ଚାଲିଥିବା ବେଳେ ସମ୍ପାଦକ ସମରଜିତ ମହାନ୍ତି ଓ ଅନୁଷ୍ଠାନର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

ପ୍ରେରଣା ସାମାଜିକ କଳା ପରିଷଦର ବାର୍ଷିକ ଉତ୍ସବ ୨୦୨୫ : Ommtv କଳିଙ୍ଗ ବିକାଶ