ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ ପକ୍ଷରୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନ କରୁଥିବା ଏକ ଆନ୍ତଃ - ସ୍କୁଲ ପ୍ରତିଯୋଗିତା :Ommtv Kalinga Vikas
ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ ପକ୍ଷରୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନ କରୁଥିବା ଏକ ଆନ୍ତଃ - ସ୍କୁଲ ପ୍ରତିଯୋଗିତା :Ommtv Kalinga Vikas
ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ ପକ୍ଷରୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନ କରୁଥିବା ଏକ ଆନ୍ତଃ - ସ୍କୁଲ ପ୍ରତିଯୋଗିତା :Ommtv Kalinga Vikas
"ରଙ୍ଗତୁଳି - ୨୦୨୫" ଆୟୋଜିତ
ଭୁବନେଶ୍ୱର:
ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ ପକ୍ଷରୁ ସଫଳତାର ସହିତ ଆନ୍ତଃ - ସ୍କୁଲ କଳା ପ୍ରତିଯୋଗିତା " ରଙ୍ଗ ତୂଳୀ - ୨୦୨୫" ଆୟୋଜିତ ହୋଇଯାଇଛି। ଏହି ଅତୀବ ଆକାଂକ୍ଷିତ କାର୍ଯ୍ୟକ୍ରମ ଚଳିତ ଥର ଏହାର ୪ର୍ଥ ସଂସ୍କରଣରେ ପହଞ୍ଚିଥିବାବେଳେ ଏହା ସମଗ୍ର ସହରର ୧୦୦ରୁ ଅଧିକ ସ୍କୁଲରୁ ୫୦୦ରୁ ଅଧିକ ଯୁବ କଳାକାରଙ୍କୁ ଏକତ୍ରିତ କରିଥିଲା। ସେମାନେ ଦୁଇଟି ବର୍ଗରେ ପ୍ରତିଯୋଗିତା କରିଥିଲେ। ୫ମ ରୁ ୭ମ ଶ୍ରେଣୀ ପିଲାଙ୍କ ନିମନ୍ତେ 'ମୋ ସ୍ୱପ୍ନର ଭାରତ ' ଶୀର୍ଷକ ରଖାଯାଇଥିବା ବେଳେ ୮ମ ରୁ ୧୦m ଛାତ୍ର ଛାତ୍ରୀଙ୍କ ପାଇଁ ' ଯୁଦ୍ଧ ବିନା ବିଶ୍ଵ ' ବିଷବସ୍ତୁ ରଖାଯାଇଥିଲା।

ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ଓଡ଼ିଶା ବିଧାନସଭାର ସମ୍ମାନନୀୟ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରୋଟାରୀଆନ ମନୋଜ କୁମାର ତ୍ରିପାଠୀ, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆରଆଇଡି - ୩୨୬୨, କ୍ଲବ ଆଡଭାଇଜର ପିଡିଜି ଅଶ୍ଵିନୀ କର, ଆଦିତ୍ୟ ପ୍ରସାଦ ପାଢ଼ୀ, କ୍ଲବ ପ୍ରେସିଡେଣ୍ଟ, ପି କେ ଅମର ସେକ୍ରେଟାରୀ, ପ୍ରୋଜେକ୍ଟ ଚେୟାର ସନ୍ତୋଷ ସେନାପତି, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର, ଡିଜିଏମ ଏସବିଆଇ, ଶ୍ରୀମତୀ ମିନତି ସିଂହ, ସବ୍ - ଏଡ଼ିଟର ଟାଇମ୍ସ ଅଫ ଇଣ୍ଡିଆ ଉଦ୍ଘାଟନ କରିଥିଲେ।
ଯୁବ ଅଂଶଗ୍ରହଣକାରିମାନେ ଉଲ୍ଲେଖନୀୟ ସୃଜନଶୀଳତା ଓ କୌଶଳ ପ୍ରଦର୍ଶନ କରି ଏଭଳି କଳା କୃତି ସୃଷ୍ଟି କରିଥିଲେ ଯାହା ସେମାନଙ୍କର ଉଭୟ କଳ୍ପନା ଏବଂ କଳାତ୍ମକ ପ୍ରତିଭାକୁ ପ୍ରତିଫଳିତ କରିଥିଲା।
ଉକ୍ତ କାର୍ଯ୍ୟକ୍ରମ ଭବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ସହିତ ପରିସମାପ୍ତ ହୋଇଥିଲା।
ଗ୍ରୁପ୍ - ବି ରୁ ଅଚ୍ୟୁତ କୁମାର ରାୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବୈଭବ ଶୁଭଦର୍ଶୀ, ବିଜେଇଏମ୍ - ୧, ଏବଂ ସାଇଶ୍ରୀ ସିଂହ, ଲୋୟଲା ସ୍କୁଲ, ଯଥାକ୍ରମେ ୧ମ, ୨ୟ ଓ ୩ୟ ପୁରସ୍କାର ଲାଭ କରିଥିଲେ।
ଗ୍ରୁପ୍ - ଏ ରୁ ପାୟଲପ୍ରିୟା ବାରିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରତ୍ୟାଶା ପ୍ରିୟଦର୍ଶିନୀ, ଡିଏଭି ଚନ୍ଦ୍ରଶେଖରପୁର, ଏବଂ ଜ୍ୟୋତିପ୍ରକାଶ ରାୟ, କେ ସି ବେହେରା ସରକାରୀ ୟୁ ପି ସ୍କୁଲ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଲାଭ କରିଥିଲେ।
ଏତଦ୍ ବ୍ୟତୀତ ପ୍ରତ୍ୟେକ ଗ୍ରୁପ୍ ରୁ ୧୦ ଜନ ଛାତ୍ର ଛାତ୍ରୀଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।
ମୋଟ ୧ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ସହିତ ଫଳକ ବିଜେତା ମାନଙ୍କୁ ପ୍ରଦାନ କରାଯାଇଥିଲା।
ନିଜର ଅଭିଭାଷଣରେ ମୁଖ୍ୟ ଅତିଥି
ଶ୍ରୀମତୀ ସୁରମା ପାଢ଼ୀ ଯୁବ କଳାକାରଙ୍କୁ ସେମାନଙ୍କର ଉଲ୍ଲେଖନୀୟ କୃତି ପାଇଁ ପ୍ରଶଂସା କରିବା ସହିତ
ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ମିଡୋଜ୍ କୁ ଯୁବ ପ୍ରତିଭା ପରିପୋଷଣ ନିମନ୍ତେ ତାହାର ପ୍ରୟାସ ନିମନ୍ତେ ସାଧୁବାଦ୍ ଜଣାଇଥିଲେ।
" କଳା ହେଉଛି ଅଭିବ୍ୟକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ ଏବଂ ଏତେ ସଂଖ୍ୟକ ଯୁବ ପ୍ରତିଭା ସେମାନଙ୍କର ସୃଜଶୀଳତା କୁ ଏଭଳି ସକାରାତ୍ମକ ଉପାୟରେ ପରିସ୍ଫୁଟ କରୁଥିବା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ବୋଲି ସେ କହିଥିଲେ। ରୋଟରିଆନ୍ ସ୍ଵପ୍ନିତା ଶତପଥୀ ଏବଂ ରୋଟରିଆନ୍ ପ୍ରଫେସର୍ ଡ଼. ଇଶା ମିଶ୍ର ଉଭୟ ଉଦଘାଟନ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ରଙ୍ଗତୁଳୀ - ୨୦୨୫ ର କୋର୍ ଟିମ୍ ସହାୟତାରେ ପରିଚାଳନା କରିଥିଲେ। ରୋଟାରୀଆନ୍ ରାମକୃଷ୍ଣ ପଣ୍ଡା କ୍ଲବ ବୁଲେଟିନ
" ଦି ମିଦୋଜ" ପ୍ରକାଶନ ଉନ୍ମୋଚନ କୁ ଅତିଥିଙ୍କ ସହିତ ସଂଯୋଜନା କରିଥିଲେ। ରୋଟାରୀ କ୍ଲବ ପ୍ରେସିଡେଣ୍ଟ ରୋଟରିଆନ୍ ଆଦିତ୍ୟ ପ୍ରସାଦ ପାଢ଼ୀ, ଏବଂ ଇଭେଣ୍ଟ ଚେୟାର, ପାଷ୍ଟ ପ୍ରେସିଡେଣ୍ଟ ସନ୍ତୋଷ ସେନାପତି, ସମସ୍ତ ଅଂଶଗ୍ରହଣକାରୀ, ପ୍ରାୟୋଜକ, ଅଂଶୀଦାର, ରୋତ୍ରାକ୍ଟାର ଏବଂ ସମୁଦାୟ କୋର୍ ଟିମ୍ କୁ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସେମାନଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ।
ଏହି ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ଠାରୁ ଯଥେଷ୍ଟ ଅଧିକ, ଏହା ଛାତ୍ର ଛାତ୍ରୀଙ୍କ ନିମନ୍ତେ ସେମାନେ ନିଜକୁ ପରିପ୍ରକାଶ କରିବା, ଏବଂ ସେମାନଙ୍କ କଳାତ୍ମକ ଦକ୍ଷତା ବୃଦ୍ଧି ଏବଂ ଆତ୍ମବିଶ୍ବାସ ନିର୍ମାଣର ଏକ ସୁଯୋଗ। ଏହି ପ୍ରତିଯୋଗିତା ଯୁବ ପ୍ରତିଭାଙ୍କୁ ଏକ ମଞ୍ଚ ଯୋଗାଇ ଦେଉଥିବାରୁ ଆମେ ଗର୍ବିତ ବୋଲି ପ୍ରେସିଡେଣ୍ଟ କହିଥିଲେ।
କାର୍ଯ୍ୟକ୍ରମକୁ ଅଭିଭାବକ, ଶିକ୍ଷକ ଏବଂ ଉପସ୍ଥିତ ଜନସାଧାରଣ ପ୍ରଶଂସା କରିବା ସହିତ ଗୁଣାତ୍ମକ
କଳାକୃତି ଓ ଉଚ୍ଚ ମାନର ଆୟୋଜନ କୁ ମଧ୍ୟ ପ୍ରଶଂସା କରିଥିଲେ। ସ୍କୁଲ ପିଲାଙ୍କ ମଧ୍ୟରେ ଏଭଳି କଳାତ୍ମକ ସର୍ଜନା ନିମନ୍ତେ ପ୍ରଚେଷ୍ଟା ଦିଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅନେକ ମତ ରଖିଥିଲେ। ରୋଟାରୀ କ୍ଳବ୍ ଅଫ ଭୁବନେଶ୍ୱର
ମିଦୋଜ ଯୁବ ପ୍ରତିଭାଙ୍କୁ
ସମର୍ଥନ କରିବା ଓ ରଙ୍ଗତୁଲିର ଭବିଷ୍ୟତ ସଂସ୍କରଣ ଗୁଡିକରେ ଏହି ପରମ୍ପରା ବାଜୟ ରଖିବାକୁ ଆଗ୍ରହ ରଖୁଛି।
