ରଥ ଯାତ୍ରା ଅବସରରେ ନବକିଶୋରଙ୍କ କୃତ୍ରିମ ଜଙ୍ଗଲ ସୃଷ୍ଟି ଅଭିଯାନ "ନବ କଳେବର ବାଟିକା": Ommtv Kalingavikas

୪୨ ମୌଜାରୁ ପଦ୍ମଲୋଚନ ସାହୁଙ୍କ ରିପୋର୍ଟ

କଟକ, ୪୨ ମୌଜା ଅନ୍ତର୍ଗତ ଶ୍ରୀରାମ କାଠଯୋଡି ନଦୀ କୂଳରେ ପବିତ୍ର ରଥ ଯାତ୍ରା ଅବସରରେ ପ୍ରକୃତି ବନ୍ଧୁ ନବ କିଶୋର ପଣ୍ଡାଙ୍କ ସବୁଜ ବିପ୍ଳବ ଅଭିଯାନରେ କୃତ୍ରିମ ଜଙ୍ଗଲ ସୃଷ୍ଟି ପାଇଁ "ନବ କଳେବର ବାଟିକା" ସ୍ଥାପନ କରାଯାଇଛି। ସୁରକ୍ଷା ବାଡ଼ ଘେରି ମଧ୍ୟରେ ପ୍ରାୟ ୧୦ ହଜାର ବର୍ଗ ଫୁଟ ନଦୀ ବନ୍ଧ ସଂଲଗ୍ନ କାଠଯୋଡି ନଦୀ ତଟରେ ନବମ କୃତ୍ରିମ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷ ଚାରା ରୋପଣ କରାଯାଇଛି। ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା, ପ୍ରକୃତି ଆରାଧନା ଓ ବୃକ୍ଷ ବନ୍ଦନା କାର୍ଯ୍ୟକ୍ରମ ପରେ ଅଁଳା, ଅଶୋକ, ଆମ୍ବ, ପଣସ, ପଦ୍ମ କେଦାର, ନଡ଼ିଆ, କଦଳୀ ଓ ଇଣ୍ଡିଆନ ମଲବେରି ପ୍ରଭୃତି ବୃକ୍ଷ ଚାରା ଉପସ୍ଥିତ ସବୁଜ ପ୍ରେମୀ ମାନେ ଲଗାଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଟ ପଣ୍ଡିତ ଜଗନ୍ନାଥ ଆଚାର୍ଯ୍ୟ, ସଂକ୍ରୀତ୍ତନ ଗୁରୁ ଯୁଧିଷ୍ଟିର ନାୟକ, ସୁମିତ୍ରା ସ୍ବାଇଁ, ରବୀନ୍ଦ୍ର ସାହୁ, ହୋମିଓପାଥିକ ଚିକିତ୍ସକ ତ୍ରିଲୋଚନ ସାହୁ, ସମାଜସେବୀ ବସନ୍ତ କୁମାର ପଣ୍ଡା, ଚନ୍ଦନ ପଣ୍ଡା, ଚୁଇଁ ସ୍ବାଇଁ, ସନାତନ ପଣ୍ଡା ଶୁଭମ ରାଜ ପଣ୍ଡା, ଟିକିନ ବେହେରା ଓ ଗଣମାଧ୍ୟମ ପ୍ରତନିଧି ପ୍ରଭୃତି ଯୋଗ ଦେଇ ବୃକ୍ଷରୋପଣ କରିବା ସହିତ ପ୍ରକୃତି ବନ୍ଧୁ ନବକିଶୋରଙ୍କ ଏହି ମହତ ପ୍ରୟାସକୁ ଉତ୍ସାହିତ କରିଥିଲେ।