ବୃଦ୍ଧା ଆଶ୍ରମରେ ରଜ ଉତ୍ସବ ପାଳନ
ବୃଦ୍ଧା ଆଶ୍ରମରେ ରଜ ଉତ୍ସବ ପାଳନ
ବୃଦ୍ଧା ଆଶ୍ରମରେ ରଜ ଉତ୍ସବ ପାଳନ
ଭୁବନେଶ୍ୱର,୧୫ା୬ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ସ୍ୱର୍ଗତ ସନ୍ତୋଷ ଦାସଙ୍କ
ଜନ୍ମ ଜୟନ୍ତୀ ଅବସରରେ ଅଗ୍ରଣୀ ଶିକ୍ଷାଭିତ୍ତିକ ଅନୁଷ୍ଠାନ ସନ୍ତୋଷ
ମେମୋରିଆଲ ଏଜୁକେସନାଲ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନୀଳାଦ୍ରିବିହାର
ସ୍ଥିତ ବୃଦ୍ଧା ଆଶ୍ରମରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳନ କରାଯାଇଛି ।
ଆଜି ସକାଳୁ ଟ୍ରଷ୍ଟର ସଦସ୍ୟମାନେ ବୃଦ୍ଧା ଆଶ୍ରମରେ ପହଞ୍ଚି ପ୍ରଥମେ ଅନ୍ତେବାସୀଙ୍କୁ
ବିଭିନ୍ନ ପ୍ରସାଦନ ସାମଗ୍ରୀ ଲଗାଇ ସୁସଜ୍ଜିତ କରାଇଥିଲେ ।

ପରେ ଅନ୍ନ ସେବା
ପ୍ରଦାନ କରି ହସଖୁସି ନାଚଗୀତରେ ଅନ୍ତେବାସୀଙ୍କ ସହିତ ଧମ୍ ଧାମରେ ରଜ ଉତ୍ସବ ପାଳନ
କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଅଂଶୁମାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ ଆଇ ଏ ଟି ର ନିର୍ଦ୍ଦେଶକ
ଦେବାଶିଷ ପରିଡା ଯୋଗଦେଇ ସ୍ୱର୍ଗତ ସନ୍ତୋଷ ଦାସଙ୍କ ସ୍ମୃତି ଚାରଣ କରି
କହିଥିଲେ ଯେ ସନ୍ତୋଷ ଦାସ ଜଣେ ବ୍ୟକ୍ତି ନଥିଲେ ସେ ଥିଲେ ଏକ ଅନୁଷ୍ଠାନ । ତାଙ୍କ
ଦ୍ୱାରା ଅନେକ ଗୁଡିଏ ଅନୁଷ୍ଠାନ ତିଆରି ହୋଇ ସମାଜ ସେବାରେ
ଲାଗିଛି । ସେ ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଭାବରେ ସମସ୍ତଙ୍କ ହୃଦୟରେ
ରହିଛନ୍ତି । ତାଙ୍କ ଆବର୍ତ୍ତମାନରେ ସ୍ଥାନୀୟ ଅଂଚଳରେ ସମାଜସେବା କ୍ଷେତ୍ରରେ ଏକ
ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁକାନ୍ତ
ରାଉତ ଯୋଗଦେଇ ବନ୍ଧୁତ୍ୱର ଶ୍ରେଷ୍ଠ ନିଦର୍ଶନ ଥିଲେ ସନ୍ତୋଷ ଦାସ ବୋଲି କହିଥିଲେ ।
ଟ୍ରଷ୍ଟର ଟ୍ରଷ୍ଟି ଅମୁଲ୍ୟ କୁମାର ସାହୁ, ଅମିତା ଦାସ ସମସ୍ତ କାର୍ଯ୍ୟକ୍ରମକୁ
ପରିଚାଳନା କରିଥିଲେ ।
