ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ରଜ ମହୋତ୍ସବ

ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ରଜ ମହୋତ୍ସବ

ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ରଜ ମହୋତ୍ସବ

ଲେଡି ପ୍ରୋଟେକ୍ଟ ଟିମ୍ ପକ୍ଷରୁ ରଜ ମହୋତ୍ସବ

ଭୁବନେଶ୍ୱର,୧୪ା୬: ଲେଡି ପ୍ରୋଟେକ୍ଟ ଟିମ୍ (ଏଲପିଟିମ) ପକ୍ଷରୁ
ଚନ୍ଦ୍ରଶେଖରପୁର ସ୍ଥିତ ଦୁର୍ଗା ପଡିଆ ଠାରେ ରଜ ମହୋତ୍ସବ ଧୁମ ଧାମ୍‌ରେ
ପାଳିତ ହୋଇଯାଇଛି । ଏହି ମହୋତ୍ସବରେ କଲୋନୀର ସମସ୍ତ ବର୍ଗର ଲୋକମାନେ
ସାମିଲ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ, ବକ୍ତୁତା, ରଙ୍ଗୋଲି, ପୁଚି,
ସ୍କିପିଙ୍ଗ, ମେହେନ୍ଦୀ, ବେଲୁନ୍ ଫଟା,ହୁଳହୁଳି, ମ୍ୟୁଜିକ୍ ଚେୟାର, ନୃତ୍ୟ, ଗୀତ ଓ
ବିଭିନ୍ନ ପିଠା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ
ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ଯୁବତୀ, ମହିଳା ଓ ବରିଷ୍ଠ ନାଗରିକ
ମାନେ ଭାଗ ନେଇଥିଲେ । ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା । ଟିମ୍‌ର ସଭାପତି ରମାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ତଥା
ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ସମ୍ମାନୀତ ଅତିଥି ଭାବେ ବିଜେପି ନେତା
ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ କର୍ପୋରେଟର ନିରୁପମା ଜେନା, ଚନ୍ଦ୍ରଶେଖର ମଣ୍ଡଳ
ସଭାପତି ନଗେନ ବିଶୋଇ, ଉପଦେଷ୍ଟା ସମରେନ୍ଦ୍ର ସାହୁ, ଜୋନ ୬ ଏସିପି ମାନସ ରଞ୍ଜନ
ପ୍ରଧାନ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ପ୍ରମୁଖ
ଯୋଗଦେଇ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ
ଏଲପିଟିମର ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ
ବଳିଷ୍ଠ ଅବଦାନ ପାଇଁ ସ୍ୱେଚ୍ଛାସେବୀ, ପ୍ରଶାସକ ଓ ବିଭିନ୍ନ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ
କରାଯାଇଥିଲା । ଏଥିସହ ରଜ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗୀତାରେ କୃତିତ୍ୱ
ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଟିମ୍‌ର
ସମ୍ପାଦକ ଅନିରୁଦ୍ଧ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ
ଟିମ୍‌ର ସଦସ୍ୟ, ସଦସ୍ୟାମାନେ ସହଯୋଗ କରିଥିଲେ