ନିଖିଳ ଉତ୍କଳ ବାରିକ ସମିତି ଭୁବନେଶ୍ୱର ଶାଖାର ବୈଠକ : Ommtv
ନିଖିଳ ଉତ୍କଳ ବାରିକ ସମିତି ଭୁବନେଶ୍ୱର ଶାଖାର ବୈଠକ : Ommtv
ନିଖିଳ ଉତ୍କଳ ବାରିକ ସମିତି ଭୁବନେଶ୍ୱର ଶାଖାର ବୈଠକ : Ommtv
ମାସ ଶେଷ ଗୁରୁବାର ବନ୍ଦ ରହିବ ସାଲୁନ
ଭୁବନେଶ୍ୱର,୨୭ା୨ ନିଖିଳ ଉତ୍କଳ ବାରିକ ସମିତି ଭୁବନେଶ୍ୱର ମହାନଗର ଶାକ୍ଷା
ପକ୍ଷରୁ ମା ଶିଖରଚଣ୍ଡୀ ମନ୍ଦିର ପ୍ରଗଣରେ ଏଜ ଜରୁରୀ ବୈଠକ ଅନୁଷ୍ଠିତ
ହୋଇଯାଇଛି । ଭୁବନେଶ୍ୱର ସଭାପତି ରୋହିତ କୁମାର ବାରିକଙ୍କ
ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ
ସଭାପତି ହେମନ୍ତ କୁମାର ବାରିକ, ସାଧାରଣ ସମ୍ପାଦକ ମାୟାଧର ବାରିକ, ମହାନଗର
ଶାଖା ସମ୍ପାଦକ ଅଲେଖ ଚନ୍ଦ୍ର ବାରିକ, କୋଷାଧ୍ୟକ୍ଷ ବିକ୍ରମ ଚରଣ ବାରିକ ପ୍ରମୁଖ
ଯୋଦଗେଇ ଏକତା ସୁତ୍ରରେ ବାନ୍ଧି ହୋଇ ପରସ୍ପର ମଧ୍ୟରେ ଭାଇଚାରା ସୁଦୃଢ
କରିବା ପାଇଁ ଅହ୍ୱାନ ଦେଇଥିଲେ । ଏହି ବୈଠକରେ ଭୁବନେଶ୍ୱର ମହାନଗର
ଶାଖାର ବିଭିନ୍ନ ସମସ୍ୟା ଓ ବାରିକ ଭାଇ ମାନଙ୍କର ସୁବିଧା ଅସୁବିଧା ସମ୍ବଦ୍ଧରେ
ଆଲୋଚନା ହୋଇଥିଲା । ଉତ୍ତର ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ମାସର ଶେଷ
ଗୁରୁବାର ଦିନ ଚୁଟି କଟା ଦୋକାନ ଏବଂ ସାଲୁନ ବନ୍ଦ ରଖିବା ପାଇଁ ବାରିକ
ଭାଇମାନେ ନିଷ୍ପତ୍ତି ନେଇଥିଲେ । ଏଥି ସହିତ ଭୁବନେଶ୍ୱରେ ସଂଘ ଗୃହ ପାଇଁ ଜାଗା
କିମ୍ବା ଘର ଯୋଗାଇଦେବା ଓ ବାରିକ ମାନଙ୍କୁ ମାଗଣା ବିୟୁଟି ପାର୍ଲର
ଟ୍ରେନିଂ ଦେଇ ଉପଯୁକ୍ତ ଥଇଥାନ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ନିବେଦନ
କରାଯାଇଥିଲା । ଏଥିରେ ଉତ୍ତର ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ବାରିକ
ଭାଇମାନେ ଉପସ୍ଥିତ ଥିଲେ ।

