ଆପଦକ‌ାଳେ ସର୍ବେ ସଖା- ବିପଦବେଳେ ନଦିଅନ୍ତି ଦେଖା : Ommtv ସତ ଲେଖିବାରୁ ସଂପାଦକଙ୍କୁ ଧମକ

ଆପଦକ‌ାଳେ ସର୍ବେ ସଖା- ବିପଦବେଳେ ନଦିଅନ୍ତି ଦେଖା : Ommtv ସତ ଲେଖିବାରୁ ସଂପାଦକଙ୍କୁ ଧମକ

ଆପଦକ‌ାଳେ ସର୍ବେ ସଖା- ବିପଦବେଳେ ନଦିଅନ୍ତି ଦେଖା : Ommtv  ସତ ଲେଖିବାରୁ ସଂପାଦକଙ୍କୁ ଧମକ

ଆପଦକ‌ାଳେ ସର୍ବେ ସଖା- ବିପଦବେଳେ ନଦିଅନ୍ତି ଦେଖା : Ommtv

ସତ ଲେଖିବାରୁ ସଂପାଦକଙ୍କୁ ଧମକ

ଭୁବନେଶ୍ବର : ୨୨/୨(କବି): ଆତ୍ମହତ୍ୟା ଏକ ନିନ୍ଦନିୟ କ୍ରିୟା। ଏନେଇ ଆମେ ସବୁବେଳେ ସମସ୍ତଙ୍କୁ ସଚେତନତା କରିଆସୁଛୁ। ତଥାପି ଲୋକମାନେ ମାନସିକ ଚାପକୁ ସହିନପାରି ଆତ୍ମହତ୍ୟା ଭଳି ଏକ କୁଛିତ ପନ୍ଥାକୁ ଆପଣାଇ ଟେନସନ୍ ମୁକ୍ତ ହେବାଭଳି ଏକ ଭୁଲ ବାଟକୁ ବାଛିନେଉଛନ୍ତି।

ନିକଟରେ କିଟ୍ ବିଶ୍ବ ବିଦ୍ୟାଳୟର ଜଣେ ନେପାଳ ଛାତ୍ରୀ ନିଜ ହ‌ଷ୍ଟେଲ ଭିତରେ ପ୍ରେମଜନିତ ଘଟଣାକୁ କେନ୍ଦ୍ରକରି ଆତ୍ମହତ୍ୟା କରିବା ପରେ ଦେଖାଯାଇଥିଲା ଉତ୍ତେଜନା। ଯୁବ ଛାତ୍ରଙ୍କ ସହ କଲେଜ୍ କତୃପକ୍ଷ ଠିକରେ ନିୟନ୍ତ୍ରିତ ଆଳାପ କରି ନ ପାରିବାରୁ ହୋଇଗଲା ବଡ଼ ଘଟଣା। ଯାହାନେଇ କଲେଜକୁ ନେବାକୁ ପଡ଼ିଲା ସାଇନ-ଏ-ଡ଼ାଏ ନିଷ୍ପତି। ତେବେ ଛାତ୍ରୀ ଆତ୍ମହତ୍ୟା ଘଟଣା ପରଦିନ କେଉଁଆଡ଼େ ଉଭେଇଗଲା କିନ୍ତୁ ଛାତ୍ରଛାତ୍ରୀଙ୍କୁ ହ‌ଷ୍ଟେଲରୁ ବାହାରକରିଦେବା ଓ ଯୁକ୍ତିତର୍କରେ ଦେଶ ନେଇ କଟୁ ମନ୍ତବ୍ୟ ହୋଇଗଲା ଜାତୀୟ ଖବର। ଏହି ଖବରକୁ ଅତିରଞ୍ଜିତକରି ରାଜ୍ୟର ଦୁଇଟି ଗଣମାଧ୍ୟମ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପରେ ଇର୍ଷାପରାୟଣ ହୋଇ ରାଗ ସୁଜାଇବା ଉଦ୍ୟେଶରେ ନିଜ ଟିଭି ଚ୍ୟାନେଲରେ ପ୍ରସାରଣକଲେ ରିଭେଞ୍ଜ ନ୍ୟୁଜ ଓ କଥାକୁ ନଥାକରି ଦେଖାଇଲେ ତାଙ୍କ ସାମ୍ବାଦିକ । ଆତ୍ମହତ୍ୟା ଓ ଉତ୍ତେଜନା ଘଟଣାନେଇ କିଟ୍ ପିଲା ଦୁଇ ଦିନମଧ୍ୟରେ ସବୁକିଛି ବୁଝାବଣାହୋଇ ପୂର୍ବଭଳି ପାଠପଢ଼ୁଥିଲା ବେଳେ ଗଣମାଧ୍ୟମ ଅବୁଝାହୋଇ ରାଜନୀତିକୁ ଟାଣିନେଲା ଖବରକୁ। ଏମିତିକି ପ୍ରମୁଖ ଗଣମାଧ୍ୟମ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କଲେ। ମୁଖ୍ୟ ପ୍ରସଙ୍ଗକୁ ଛାଡ଼ି ମନଗଢ଼ା କାହାଣୀ ଟିଭିରେ ଦେଖାଇଚାଲିଲେ। ନିଜ ଦଳ ଲୋକଙ୍କୁ କହି ବିଧାନସଭାରେ ହୋ ହାଲ୍ଲାକରିବା। ଟଙ୍କାଦେଇ ସଂଗଠନ ପିଲାଙ୍କୁ କିଟ୍ ‌ମୁଖ୍ୟ ଫାଟକଆଗରେ ବିକ୍ଷୋଭ କରାଇବା ଏବଂ ବିଭିନ୍ନ ବିସ୍କୁଟଖିଆ ମିଡ଼ିଆମାଧ୍ୟମରେ ନିଜ ଲୋକଙ୍କୁ କହି କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ମନ୍ତବ୍ୟଦେବା ଆରମ୍ଭ କରିଦେଲେ। ଯେଉଁ ଭାଡ଼ୁଆମାନେ ଜୀବନରେ ‌ଗୋଟିଏ ପିଲାକୁ ଗୋଟିଏ ଟଙ୍କା କିମ୍ବା ମୁଠାଏ ଭାତ ଖାଇବାକୁ ଦେଇନଥିବେ ସେଇମାନେ ବିଶ୍ବ ଦରବାରରେ ସେବା ନାମରେ ଇଜ୍ଜତ କମାଇଥିବା କିଟ୍ କିସ୍ କିମସ୍ ପ୍ରତିଷ୍ଠାତାଙ୍କୁ ଅଙ୍ଗୁଳି ଦେଖାଇବା ଆରମ୍ଭକଲେ।

ସବୁଠାରୁ ବଡ଼କଥା ହେଲା ଶ୍ରୀ ସାମନ୍ତ କୁହନ୍ତି ତାଙ୍କର ହଜାର ହଜାର ଶୁଭେଛୁ ‌ଅଛନ୍ତି। ହେଲେ ଦେଶ ବିଦେଶ କଥା ଛାଡ଼ନ୍ତୁ ବିପଦବେଳେ ସ୍ଥାନୀୟ ଅଞ୍ଚଳରେ ଥିବା କୌଣସି ଶୁଭେଛୁଙ୍କ ଦେଖାମିଳିନଥିଲା ଘଟଣାସ୍ଥଳରେ। ଯେଉଁମାନେ ନକରାତ୍ମକ ଖବର ଦେଖି ୭୨ଘଣ୍ଟା ଚୁପ ହୋଇଯାଇଥିଲେ। ବିପଦ ବେଳରେ ଶ୍ରୀ ସାମନ୍ତଙ୍କ ହାତ ଛାଡ଼ିଦେଇଥିଲେ। ତାଙ୍କଠାରୁ ଆଶାଠୁ ଅଧିକ ସହଯୋଗ ସହାୟତା ‌ଛଡ଼ାଇନେଇଥିବା ଶୁଭେଛୁ ଚୁପ ରହିବା ଘଟଣାର ଦୁଇ ତିନି ଦିନ ପାଇଁ ଆମକୁମଧ୍ୟ ଆଶ୍ଚର୍ଯ୍ୟ ଲାଗିଲା। ଆମେ ଅନୁରୋଧ କଲେ ମଧ୍ୟ କେହି ଉତ୍ତର ଦେଲେନାହିଁ। କେମିତି ଶୁଭେଛୁ କୃତଗ୍ନ ହୋଇପାରିଲେ ତାହା ଚିନ୍ତାକଲେ ମନ ବିଚଳିତ ଲାଗେ। ଏମିତିକି ଶ୍ରୀସାମନ୍ତଙ୍କ ନିଜସ୍ବ ଚ୍ୟାନେଲକୁ ଆସିମଧ୍ୟ ବାଇଟ୍ ଦେବାକୁ ଶୁଭେଛୁ ‌ଇଛା କଲେନାହିଁ। ହଁ ଘଟଣା ଶିତଳ ହେବାପରେ ତେଲେଇବାପାଇଁ କେତେଜଣ ସେଇ ଚ୍ୟାନେଲରେ କିଛିଟା ମନ୍ତବ୍ୟ ରଖିଲେ। ଆମ କହିବା କଥା ଆକ୍ରୋସମୂଳକ ଭାବେ କିଟ୍ ଓ ଶ୍ରୀ ସାମନ୍ତଙ୍କୁ ବଦନାମ କରୁଥିବା ଚ୍ୟାନେଲ ଯେଉଁଭଳି ଘଟଣା ଦିନରୁ ଆଟାକ୍ କରୁଥିଲା ସେହିଭଳି ଯଦି ପ୍ରଥମ ଦିନରୁ ଶୁଭେଛୁମାନେ ପ୍ରତିଉତ୍ତର ଦେଇଥାନ୍ତେ ବିଭିନ୍ନ ଗଣମାଧ୍ୟମକୁ ସାମ୍ମନା କରି ଉତ୍ତରଦେଇଥାନ୍ତେ ‌ତେବେ ବିଶ୍ବ ଜାଣିପାରିଥା‌ନ୍ତା ଏହା ଏକ ପ୍ରାୟୋଜିତ ଓ ସୁକଳ୍ପିତ ଯୋଜନା।

ଏଭଳି ସମୟରେ ଆମେ ଜଣେ ଦାୟୀତ୍ବବାନ ଗଣମାଧ୍ୟମ ଦୃଷ୍ଟିରୁ ସତଟା ଦେଖାଇବାରୁ ଆମକୁ ସିଧାସଳଖ ଫୋନକରି ଧମକ ମିଳିଲା। ଆମ ସଂପାଦକ ଗଣମାଧ୍ୟମ ସଂଘର ମୁଖିଆହୋଇ କେମିତି ଗଣମାଧ୍ୟମ ବିରୋଧରେ ଯାଇପାରିଲେ ବୋଲି ଆମେ ସନ୍ଦେହକରୁଥିବା ଏକ ସଂସ୍ଥାର ବ୍ୟକ୍ତି ଆମ ଆଇଡ଼ି ଉଡ଼ାଇଦେବେ ବୋଲି କହିଲେ। ଯେଉଁ ଅଭି‌ଯୋଗକୁ ରାଜ୍ୟ ପୁଲିସ୍ ତଦନ୍ତକରିବା ଆରମ୍ଭ କରିଛି। ଆମ ସ୍ବର ଦବାଇବା ପୂର୍ବରୁ ଆମ ସଂପାଦକ କେବଳ ଗୋଟିଏ କଥା କହିଥିଲେ। ମୁଁ ମଧୁ ଭୁବନେଶ୍ବରୀଆ ‌ପିଲା। କେଉଁଠୁ ଉଡ଼ିକି ଆସିନି। ରାଜ‌ନୀତି ମୋର ପସନ୍ଦନୁହେଁ କିନ୍ତୁ ଗଣମାଧ୍ୟମହେଉ କିମ୍ବା କୁଟନୀତିରେ ମୋତେ ବଳିଯିବା କାହା ଜାତକରେ ନାହିଁ। ଏଧମକ କାଟୁକରିବ ନାହିଁ ଯାହା ସତ ତାହା ଲେଖିବାରେ ‌ଆମକୁ କେହି ଅଟକାଇପାରିବେ ନାହିଁ।    

ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଶ୍ରୀ ସାମନ୍ତଙ୍କୁ ଅସିମ ଧର୍ଯ୍ୟ ଓ ଅପାର ଶକ୍ତି ପ୍ରଦାନକରନ୍ତୁ ସେ କୌଣସି କଥାକୁ ଭୁକ୍ଷେକନକରି ଜୀବନପଥରେ ଆଗେଇ ଚାଲନ୍ତୁ।