Mayurbhanja news

Mayurbhanja news

Mayurbhanja news

ମନ୍ତ୍ରୀ ଗଣେଶରାମ ସଂଖୁ ଆ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ 

ଯଶିପୁର, ୭/୩ : ଆଜି ଅପରାହ୍ନରେ ଗଣେଶରାମ ସିଂଖୁଣ୍ଟିଆ ନିକଟସ୍ଥ ମାଟିଆଗଡ଼ରୁ ଯଶିପୁର ଆଡକୁ ଫେରୁଥିବା ବେ ପରିବେଶ ଓ ଜଳବାୟୁ ପରିବ’ନ ଏବଂ ଶ୍ରମ, ଜଙ୍ଗଲ, ପତି କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜାତୀୟ ରାଜପଥର ମାଟିଆଗଡ ଛକ ନିକଟରେ ବଡ଼ ଧରଣର ଦୁର୍ଘଟଣାରୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା । ମନ୍ତ୍ରୀଙ୍କ ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ା ଯାଇ ପାରିଥିଲା । ମନ୍ତ୍ରୀ ବସିଥିବା ଗାଡ଼ିର କୌଣସି ଅସୁବିଧା ହୋଇନାହିଁ । ଜାତୀୟ ରାଜପଥରେ ଯାନଗୁଡିକ ବେପରୁଆ ଭାବେ ଧରଣର । ଦୁର୍ଘଟଣାକୁ ଏଡା ଯାଇ ପାରିଛି । ମନ୍ତ୍ରୀ ଫଳରେ ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ଘଟୁଛି । ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିବା ପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ ପାଇଁ ପୋଲିସ ତତ୍ପରତା ପ୍ରକାଶ ପାଇଥିବା ଜଣାପଡ଼ିଛି । 

 ମନ୍ତ୍ରୀଙ୍କ ଦ୍ୱାରା ତିନୋଟି ପ୍ରକଳ୍ପର ଶିଳାନ୍ୟାସ, ଛାତ୍ରାବାସର ଉଦଘାଟନ

ଯଶିପୁର,୭/୩(ନି.ପ୍ର): ଯଶିପୁର ଅ ଳରେ ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଗାମୀ ୧୦ ବର୍ଷ ମଧ୍ୟରେ ଯଶିପୁର ସହରକୁ ଏକ ଆଦର୍ଶ ସହରରେ ପରିଣତ କରାଯିବ ବୋଲି ମନ୍ତ୍ରୀ । ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମନ୍ତ୍ରୀ ଗଣେଶରାମ ଯଶିପୁରରେ ୭୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଥମେ ଯଶିପୁରର ଧୋବାଡ଼ିହାଠାରେ କୁମ୍ଭୀର ପ୍ରକଳ୍ପକୁ ଯିବା ରାସ୍ତାର ଡାହାଣ କଡ଼ରେ ସମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥାରୁ ୫୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଆଦିବାସୀ ସଂସ୍କୃତି ଭବନର ଶିଳାନ୍ୟାସ କରିଥିଲେ । ଏହାପରେ ଶିମିଳିପାଳ ଭବନର ପଛ ପଟେ ଥିବା ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନା ପାଚେରୀ ନିର୍ମାଣ ଏବଂ ୧୦ ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ଯଶିପୁର ମହାବିଦ୍ୟାଳୟ ଖେଳ ପଡ଼ିଆର ପାଚେରୀର ଶିଳାନ୍ୟାସ କରିଥିଲେ । ଏହାପରେ ସେଠାରୁ ୫

 କିଲୋମିଟର ଦୂର ମାଟିଆ ଗୋଡ ଉଚ୍ଚ ବିଦ୍ୟାଳୟ ପରିସରରେ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସର ଉଦଘାଟନ କରିଛନ୍ତି । ଯଶିପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଏଥିପାଇଁ ସମସ୍ତ ଜନସାଧାରଣଙ୍କର ସହଯୋଗ ଦରକାର ବୋଲି ମନ୍ତ୍ରୀ ତାଙ୍କରି ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ କରଞ୍ଜିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ, ଯଶିପୁର ବିଡ଼ିଓ ମାଧବଚନ୍ଦ୍ର ବିରୁଆ, ଚହସିଲଦାର ମୋହିନୀ ମୋହନ ନାଏକ, କରଞ୍ଜିଆ ଅଧୁକାରୀ ବୈଦ୍ୟ ବିଦ୍ୟନାଥ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ସୁଜାତା ହୋ, ମୟୂରଭଞ୍ଜ ଆଦିବାସୀ ହୋ ସମାଜ କମିଟିର ସଭାପତି ହରିଚରଣ ବିରୁଆ, ଶୁକୃଳି ବ୍ଳକ ଉପାଧ୍ୟକ୍ଷ ସୀତାରାମ ଚାତାର, ପଶ୍ଚିମ ମୟୂରଭଞ୍ଜ ବିଜେପି ସାଧାରଣ ସମ୍ପାଦକ ବିପିନ ବିହାରୀ ମହାନ୍ତ, ମନ୍ତ୍ରୀଙ୍କ ମିଡ଼ିଆ ପ୍ରଭାରୀ ମନୋରଞ୍ଜନ ତିରିଆ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ରନାଥ ସାହୁ, ଯଶିପୁର ମଣ୍ଡଳ ବିଜେପି ସଭାପତି ପଶୁପତି ମିଶ୍ର, ବିଜେପି ନେତା ଚକ୍ରଧର ମହାନ୍ତ, ସାମାଜିକ କର୍ମୀ ତଥା ଭୂବନବିହାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

ମୟୁରଭଞ୍ଜ ଯଶିପୁର ରୁ ନିହାର ରଞ୍ଜନ ମହାନ୍ତ କଳିଙ୍ଗ ବିକାଶ