ବେଦ ମନ୍ତ୍ରରେ ପ୍ରକମ୍ପିତ କରଞ୍ଜିଆ ସହର ମହା ଆଡମ୍ବରରେ ସମ୍ପର୍ଣ୍ଣ ହେଲା ମା ଦୁର୍ଗାଙ୍କ ଅଷ୍ଟମୀ ବ୍ରତ।:Ommtv kalinga vikas

ଧରାବତରଣ କରିଛନ୍ତି ଜଗତ ଜନନୀ ମା' ଦୁର୍ଗା ।ଧୂମଧାମରେ ସାରା ରାଜ୍ୟରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଗାଁଠୁ ସହର ସବଠି ଉତ୍ସବର ମାହୋଲ । ପୁଣି ଥରେ ଅସତ୍ୟ ଉପରେ ସତ୍ୟର ବିଜୟ ଧ୍ବଜା ଉଡାଇବାକୁ ଆସିଛନ୍ତି ଜଗତ ଜନନୀ ମହିଷାମର୍ଦ୍ଦିନ ମା' ଦୁର୍ଗା ।ମା'ଙ୍କ ଆଗମନରେ ପୁରପଲ୍ଲୀରେ ଚାଲିଛି ଉତ୍ସବ । ପୀଠରେ ମା'ଙ୍କ ମହାନବମୀ ଅନୁଷ୍ଠିତ ହେଉଛି। ମଙ୍ଗଳବାର ମା କିଚକେଶ୍ୱରିଙ୍କ ଶକ୍ତିପିଠ ସମେତ ରାଜ୍ୟରେ ଥିବା ବିଭିନ୍ନ ଶକ୍ତିପୀଠରେ ମା' ଭିନ୍ନ ଭିନ୍ନ ରୂପରେ ଆଜି ପୂଜା ପାଉଛନ୍ତି। ନବମୀ ପୂଜା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ କରଞ୍ଜିଆ ଠାରେ ମଧ୍ୟ ମହା ଆଡମ୍ବର ସହିତ ମଙ୍ଗଳବାର ମହାଅଷ୍ଟମୀ ପୂଜା ସମ୍ପର୍ଣ୍ଣ ହୋଇଛି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କରଞ୍ଜିଆ ସହର। କରଞ୍ଜିଆ ର ସବୁ ମଣ୍ଡପରେ ଛୋଟ ପିଲାଙ୍କ ଠାରୁ ବଡ଼ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା , ସକାଳୁ ଅଷ୍ଟମୀ ପୂଜା ଆରମ୍ଭ ହୋଇଥିବା ବେଳେ ଉପବାସ ରଖିଥିବା ଶ୍ରଦ୍ଧାଳୁ ମହିଳାମାନେ ପରିବାରର ଶୁଭ ମନାସୀ ମା'ଙ୍କ ଠାରେ ଦୀପ ଜାଳିଛନ୍ତି ଏବଂ ଭୋଗ ଲଗାଇବା ସହ ନୂଆ ଶାଢି ଶଙ୍ଖା ପୂଜା କରି ପରିଧାନ କରିଛନ୍ତି, ଚଳିତ ବର୍ଷ କରଞ୍ଜିଆ ସହର ରେ ୭ଟି ପୂଜାମଣ୍ଡପ ମିଳନ ପଡିଆ, ପଟାକାଟ୍ ଛକ, ମହାନ୍ତି ସାହି ଛକ,ଦୋଳ ପଡ଼ିଆ, ଡେଲି ମାର୍କେଟ, ଗଡ଼ସାହି ସମେତ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି । ମୃଣ୍ମୟୀ ମୂର୍ତ୍ତି, ତୋରଣ ଓ ସାଜସଜ୍ଜା ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି, କରଞ୍ଜିଆର ବିଭିନ୍ନ ପୂଜା ମଣ୍ଡପରେ ଆଖିଝଲସା ତୋରଣ ନିର୍ମାଣ କରାଯାଇଛି, ମାଙ୍କ ଆଗମନରେ ସର୍ବତ୍ର ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି,