ପରକୀୟା ପ୍ରିତି ସନ୍ଦେହ ରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ:Ommtv kalinga vikas

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଚମ୍ପାଝର ଗ୍ରାମ ପଞ୍ଚାୟତ ଅଫିସ୍ ପାଖ ଶିବମନ୍ଦିର ନିକଟରେ ମଦ୍ୟପ ସ୍ବାମୀର ମାଡ଼ରେ ସ୍ତ୍ରୀ ମୃତ୍ୟୁ ବରଣ କରିଛି। ଚମ୍ପାଝର ଗ୍ରାମ ର ଜଗନ୍ନାଥ ହୋ ଙ୍କ ପୁତ୍ର ଉଦୟ ହୋ (୫୦) କେନ୍ଦୁଝର ଜିଲ୍ଲା ଜୋଡା ରେ ରହି ଟ୍ରକ ଡ୍ରାଇଭର ଭାବେ କାମ କରନ୍ତି। ଉଦୟ ହୋ କିଛି ଦିନ ହେଲା ଗ୍ରାମକୁ ଆସି ଅତ୍ୟଧିକ ମଦ୍ୟପାନ କରି ସ୍ତ୍ରୀ ସାଲିତା ସହିତ ଝଗଡ଼ା କରୁଥିବା ଗ୍ରାମ ବାସୀ କହିଛନ୍ତି। ୧୧ ତାରିଖ ଦିନ ୪ ଟା ସମୟରେ ଉଦୟ ମଦ୍ୟପାନ କରି ସ୍ତ୍ରୀ କୁ ପରକୀୟା ପ୍ରିତି ସନ୍ଦେହ କରି ଝଗଡ଼ା କରିଥିଲା। ଏକ ଲୁହା ରଡ୍ ଏଵଂ ପ୍ଲାଷ୍ଟିକ ପାଇପ୍ ରେ ସ୍ତ୍ରୀ ସାଲିତାର ମୁଣ୍ଡ କୁ ପିଟି ଦେବାରୁ ସାଲିତା ର ମୃତ୍ୟୁ ଘଟିଥିଲା। ସାଲିତା ମୁଣ୍ଡା ଉଦୟ ହୋ ର ୩ୟ ସ୍ତ୍ରୀ। ପ୍ରଥମ ସ୍ତ୍ରୀ ର ମୃତ୍ୟୁ ପରେ ତୁଳସୀ ହୋ ଙ୍କୁ ୨ୟ ବିବାହ କରି ଆଣିଥିଲେ।

ତୁଳସୀ ହୋ ଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୁର୍ବରୁ ୬ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇ ଘରକୁ ଫେରି ୩ ୟ ଵିଵାହ କରିଥିଲେ। ଏବେ ୪ ନମ୍ବର ସ୍ତ୍ରୀ ଗର୍ଭବତୀ ଥିବା ଗ୍ରାମବାସୀ କହିଛନ୍ତି। ଉଦୟ ହୋ ଙ୍କର ପୁର୍ବରୁ ୫ ଟି ସନ୍ତାନ ଅଛନ୍ତି। ସାନଭାଇ ରତନଲାଲ ଙ୍କ ରିପୋର୍ଟ ଆଧାରରେ ମହୁଲଡିହା ଥାନା ଅଧିକାରୀ ଅରୁଣ କୁମାର ଟୁଡୁ, ଏଏସ ଆଇ ସଞ୍ଜୟ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଆସାମୀ ଉଦୟ ହୋ ଙ୍କୁ ଅଟକ ରଖି ପଚରାଉଚରା କରୁଛି। ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଜାରୀ ରଖିଛନ୍ତି। ମହୁଲଡିହା ଥାନା କେଶ ନଂ ୬୬/୨୦୨୫ ଦଫା ୧୦୩(୧) ରେ ମାମଲା ରୁଜୁ କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟଵଛେଦ ନିମନ୍ତେ ପଠାଇ ତଦନ୍ତ ଜାରୀ ରଖିଛନ୍ତି।

ମୟୂରଭଞ୍ଜ କରଞ୍ଜିଆ ରୁ ସୁମନ୍ତ ପାତ୍ର ଙ୍କ ରିପୋର୍ଟ ଓମ୍ ଟିଭି/ କଳିଙ୍ଗ ବିକାଶ ନୀୟୂଜ୍