ଖରାଖାଇ ଯୁବକ ସଂଘ (ମୁଗଭଙ୍ଗା, ଫୁଲନଖରା ) ଗଣେଶ  ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ : Ommtv କଳିଙ୍ଗ ବିକାଶ

କଟକ,ଫୁଲନଖରା ରୁ ଡ଼ନ ଙ୍କ ରିପୋର୍ଟ
ଫୁଲନଖରା,(ଡନଙ୍କ ରିପୋର୍ଟ) କଟକ ମହାନଗର ନିଗମ ଅନ୍ତର୍ଗତ ୫୯ ନଂ ୱାର୍ଡ ସ୍ଥିତ* *ମୁଗଭଙ୍ଗା ଗ୍ରାମର ଗ୍ରାମଦେବତୀ ମା ଖରାଖାଇଙ୍କ ପୀଠସ୍ଥଳୀରେ ଗଣେଶ ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ ବୈଠକରେ ସବୁ ବର୍ଷପରି ଚଳିତ ବର୍ଷ ବିଘ୍ନନାଶନ ଶ୍ରୀ ଗଣେଶଙ୍କ ପୂଜା ମହା ଆଡମ୍ବର ସହକାରେ ପାଳନ କରାଯିବା ଲାଗି ଆଲୋଚନା କରାଯାଇଥିଲା। ଆସନ୍ତାମାସ ଅଗଷ୍ଟ ତା ୨୭ ରିଖ ଦିନ ୯ଘଟିକା ସମୟରେ ପୂଜା ଆରମ୍ଭ ହୋଇ ୧୦ ଘଟିକା ପୁଷ୍ପାଞ୍ଜୁଳି ପ୍ରଦାନ  ଲାଗି ସମୟ ସ୍ଥିର କରାଯାଇଅଛି। ତା ୨୯ରିଖ ଦିନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁନିକୁନି ପିଲା ମାନଙ୍କ ଦ୍ୱାରା ନୃର୍ତ୍ୟ ପ୍ରତିଯୋଗୀତା ମା ଖରାଖାଇ ପାଲାମଣ୍ଡପ ଠାରେ ସଂନ୍ଧ୍ୟା ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ତା ୩୦ରିଖ ଦିନ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତା ୩୧ରିଖ ଦିନ ୩ ଠାରୁ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେଵା ଲାଗି ବୈଠକ ରେ ଆଲୋଚନା ହୋଇଥିଲା। ବିଶେଷ ଭାବେ ପୂଜା କମିଶନରେଟ ପୋଲିସର ଗାଇଡ଼ ଲାଇନ ଅନୁଯାଇ  ଶାନ୍ତିଶୃଙ୍ଖଳା ସହ  ପାଳନ ଲାଗି ସମସ୍ତଙ୍କ ସହଯୋଗ ଲୋଡା ଯାଇଥିଲା। ୧୨ ଫୁଟ ଉଚ୍ଚତା ମୃର୍ଭୀ ମଣ୍ଡପରେ ଶୋଭା ପାଇଵା ସହ ତୋରଣ ଓ ଆଲୋକ ମାଳାରେ ସୁସଜିତ ହେବେ। ମା ଖରାଖାଇ ଯୁବକ ସଂଘର ସଭାପତି ଦୀପକ କୁମାର ଦଳାଇ ଙ୍କ ଅଧ୍ୟ୍ୟକ୍ଷତା ଅନୁଷ୍ଠିତ ସଭାକୁ  ସମ୍ପାଦକ ସୁଶାନ୍ତ କୁମାର ଦଳାଇ ପରିଚାଳନା କରିଥିବା ବେଳେ  ଯୁବକ ସଂଘ ସମସ୍ତ କର୍ମକର୍ତ୍ତା ସଭାକାର୍ଯ୍ୟରେ ସହଯୋଗ କରିଥିଲେ।*