ଏକତାଳୀ ପଂଚାୟତର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଯୋଗ ଦିବସ ପାଳିତ:Ommtv Kalinga Vikas
ଏକତାଳୀ ପଂଚାୟତର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଯୋଗ ଦିବସ ପାଳିତ:Ommtv Kalinga Vikas
ଏକତାଳୀ ପଂଚାୟତର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଯୋଗ ଦିବସ ପାଳିତ:Ommtv Kalinga Vikas

ଏକତାଳୀ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମଧ୍ୟ ସରପଂଚ ସୁରାୟ ମାଝୀଙ୍କ ନେତୃତ୍ବରେ ଅନ୍ୟ ସମସ୍ତ ଜନ ପ୍ରତିନିଧି ତଥା ମହିଳା ସଂଘର ନେତ୍ରୀଙ୍କ ସମେତ ବହୁ ଯୁବଗୋଷ୍ଠୀ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପ୍ରଶିକ୍ଷଣ ଦାୟିତ୍ବ ଆର୍ଏସ୍ଏସ୍ର ବ୍ରଜେଶ୍ବର ମହାନ୍ତ,ପବିତ୍ର ମହାନ୍ତ ଏବଂ ବସନ୍ତ ବିହାରୀ ମହାନ୍ତ ତୁଲାଇଥିଲେ।କାର୍ଯ୍ୟକ୍ରମକୁ ପଂଚାୟତର କର୍ମଚାରୀ ମୀନାରାଣୀ ଦଳେଇ, ଯୋଗାଣ ସହାୟିକା ସସ୍ମିତା ମହାନ୍ତ ତଥା ଅନ୍ୟ ସହଯୋଗୀମାନେ ପରିଚାଳନାରେ ସହଯୋଗ କରିଥିଲେ।
ଏକତାଳୀ ପଂଚାୟତ ଅନ୍ତର୍ଗତ କଲେଇତୁମ୍ବା ଉପ୍ରା ବିଦ୍ୟାଳୟରେ ଆନ୍ତରଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ।
ଏକତାଳୀସ୍ଥିତ ଆୟୁଷ୍ମାନ ଆରୋଗ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଡ଼ଃ ଚିରଂଜୀବ ପାତ୍ରଙ୍କର ନେତୃତ୍ବରେ ଯୋଗ ପ୍ରଶିକ୍ଷକ ଲିଟୁନ୍ ମହାନ୍ତ ଓ ନିରୂପମା ମହାନ୍ତ ଯୋଗାଭ୍ୟାସ ଦାୟିତ୍ବ ତୁଲାଇଥିବା ବେଳେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ସ୍ଥାନୀୟ ଯୁବ ମହିଳା ଏବଂ ଶିଶୁମାନେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ସଫଳ କରାଇଥିଲେ।କାର୍ଯ୍ୟକ୍ରମରେ ଆୟୁଷ ସହାୟକ ଜୀବନ ନାଏକ,ସୋନୁଶ୍ବର ମହାନ୍ତ ଓ ଚାରିଜଣ ଆଶାକର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ମୟୂରଭଞ୍ଜ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍ଟିଭି
