ସାମୂହିକ ଆଚାର୍ଯ୍ୟ କର୍ମଶାଳାରେ ଗୀତା ପ୍ରବଚନ:Ommtv
ସାମୂହିକ ଆଚାର୍ଯ୍ୟ କର୍ମଶାଳାରେ ଗୀତା ପ୍ରବଚନ:Ommtv
ସାମୂହିକ ଆଚାର୍ଯ୍ୟ କର୍ମଶାଳାରେ ଗୀତା ପ୍ରବଚନ:Ommtv

ରାଇରଙ୍ଗପୁର : ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ତିନିଦିନିଆ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଂକୁଳ ସଂଯୋଜକ ତଥା ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଂଜନ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭାଗ ନିରୀକ୍ଷକ ହରିଶ୍ଚନ୍ଦ୍ର ପଣ୍ଡା,ସହଜିଲ୍ଲା ପ୍ରମୁଖ ବାବୁଲାଲ ଦାସ ଓ ସଂକୁଳ ପ୍ରମୁଖ ଡଃ ନନ୍ଦକିଶୋର ମହାନ୍ତ ଅତିଥି ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ବିଦ୍ବତ ପରିଷଦର ସଭାପତି ସ୍ତମ୍ଭକାର ଅଧ୍ୟାପକ ଲଳିତ ମହାନ୍ତ ଭଗବତ୍ ଗୀତାର ମହତ୍ତ୍ବ ଓ ଭାବାର୍ଥ ସଂପର୍କରେ ପ୍ରବଚନ ପ୍ରଦାନ କରିଥିଲେ। ଜିଲ୍ଲା ସଦସ୍ୟ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମଣ୍ଡଳ ଓ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ କମଳାକାନ୍ତ ମହାନ୍ତ କର୍ମଶାଳାରେ ଯୋଗଦେଇ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ। ଏଥିରେ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଂଜନ ମହାନ୍ତ, ଜାମଦାର ସସ୍ମିତା ଟୁଡୁ, ତିରିଙ୍ଗର ଦୀନବନ୍ଧୁ ତନ୍ତୀ,ବାସିଙ୍ଗିର ସହିତା ମହାନ୍ତ,ହାଟବାଦଡାର ମୋହନ ଗିରି,ଗୋରୁମହିଷାଣୀର ନମିତା ଗିରି,ବିଜାତଳାର ମାନସିଂ ବିରୁଆ,ଜୟପୁରର ଗୁଣନିଧି ଗିରି,ଉପରବେଡାର ଜନ୍ମେଜୟ ବେହେରା ଝରଡିହିର ଚାନ୍ଦମଣି ମୁଣ୍ଡା ପ୍ରମୁଖ ପ୍ରଧାନ ଆଚାର୍ଯ୍ୟ ଓ ଆଚାର୍ଯ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ। ଅପ୍ରେଲ ୨୨ରେ ଆରମ୍ଭ ହୋଇ ଅପ୍ରେଲ ୨୪ରେ ଉଦଯାପିତ୍ ହୋଇଥିବା ଏହି ସାମୂହିକ କର୍ମଶାଳା ଶିବିରର ସମସ୍ତ କାଳାଂଶ ୧୪୨ଜଣ ଆଚାର୍ଯ୍ୟ,ଆଚାର୍ଯ୍ୟା ଉପସ୍ଥିତ ଥାଇ ପ୍ରଶିକ୍ଷଣ ନେଇଥିଲେ।
ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ କଳିଙ୍ଗ ବିକାଶ
