କିଟ୍‍ ଓ କିସ୍ ରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ:Ommtv Kalingavikas

କିଟ୍‍ ଓ କିସ୍ ରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ:Ommtv Kalingavikas

କିଟ୍‍ ଓ କିସ୍ ରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ:Ommtv Kalingavikas

କିଟ୍‍ ଓ କିସ୍ ରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ:Ommtv Kalingavikas

ଭୁବନେଶ୍ୱର, ୨୧ ।୬: କିଟ୍‍ ଶିକ୍ଷାନୁଷ୍ଠାନ ସମୂହ ଓ କିସ୍‍ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ବହୁ ଉପଯୋଗୀ ଇନ୍‍ଡ଼ୋର ଷ୍ଟାଡ଼ିୟମ୍‍ରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କିଟ୍‍ ଓ କିସ୍‍ର ୪ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଧର୍ମେନ୍ଦ୍ର କୁମାର ଯୋଗର ଉପକାରିତା ବିଷୟରେ କହିଥିଲେ। ସେ କହିଲେ ସୁନ୍ଦର ଦେଖାଗଲେ ଶରୀର ସୁସ୍ଥ ଅଛି ବୋଲି କୁହାଯାଇପାରିବ ନାହିଁ। ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ୧୦ରୁ ୩୦ ମିନିଟ୍‍ ପର୍ଯ୍ୟନ୍ତ ଯୋଗାଭ୍ୟାସ କରିବା ଉଚିତ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଭାରତୀୟ ସଂସ୍କୃତିରେ କାହିଁ କେଉଁ କାଳରୁ ଯୋଗାଭ୍ୟାସ ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ‘ଗୋଟିଏ ବିଶ୍ୱ ଗୋଟିଏ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଆଲୋକପାତ କରି ଶ୍ରୀ ସାମନ୍ତ ଯୋଗାଭ୍ୟାସ ନିମନ୍ତେ ବ୍ୟାପକ ଦୃଷ୍ଟିକୋଣ ପୋଷଣ କରିବା ଉଚିତ ବୋଲି କହିଥିଲେ। ଚଳିତବର୍ଷର ବିଷୟବସ୍ତୁ ସମସ୍ତଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବାକୁ ପ୍ରୋତ୍ସାହିତ କରିବ ଏବଂ ଏହା ସେମାନଙ୍କୁ ସୁସ୍ଥ ରଖିବା ସହ ସମାଜ ପ୍ରତି ସେମାନଙ୍କର ସକରାତ୍ମକ ଯୋଗଦାନ ରହି ପାରିବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ୍‍ ଓ କିସ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତେ ଯୋଗାଭ୍ୟାସ କରିଥିଲେ।