ଟ୍ୱିନସିଟି ପ୍ରେସ କ୍ଲବ ପକ୍ଷ ରୁ ଜିଲ୍ଲାପାଳ ଙ୍କୁ ଛଅ ଦଫା ସ୍ମାରକପତ୍ର: OMMTV Kaling Vikas

ଟ୍ୱିନସିଟି ପ୍ରେସ କ୍ଲବ ପକ୍ଷ ରୁ ଜିଲ୍ଲାପାଳ ଙ୍କୁ ଛଅ ଦଫା ସ୍ମାରକପତ୍ର: OMMTV Kaling Vikas

ଟ୍ୱିନସିଟି ପ୍ରେସ କ୍ଲବ ପକ୍ଷ ରୁ ଜିଲ୍ଲାପାଳ ଙ୍କୁ ଛଅ ଦଫା ସ୍ମାରକପତ୍ର: OMMTV Kaling Vikas

ଟ୍ୱିନସିଟି ପ୍ରେସ କ୍ଲବ ପକ୍ଷ ରୁ ଜିଲ୍ଲାପାଳ ଙ୍କୁ ଛଅ ଦଫା ସ୍ମାରକପତ୍ର: OMMTV Kaling Vikas

(ଫୁଲନଖରା ରୁ ଡ଼ନ ଙ୍କ ରିପୋର୍ଟ)

 ଖୋର୍ଦ୍ଧା ଜିଲ୍ଲା ର ବାଲିଅନ୍ତା ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ପଞ୍ଚାୟତର ବିଭିନ୍ନ ସମସ୍ୟା ତଥା ଉନ୍ନ୍ନତି ମୂଳକ କାର୍ଯ୍ୟକୁ ନେଇ ଟ୍ୱିନସିଟି ପ୍ରେସକ୍ଲବ ପକ୍ଷରୁ ଜିଲ୍ଲାପାଳଙ୍କୁ ଛଅ ଦଫା ସ୍ମାରକପତ୍ର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରଣା ଜଗନ୍ନାଥପୁର ପଞ୍ଚାୟତ ସଦଭାବନା ଗୃହରେ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସମସ୍ୟା ନେଇ ଟ୍ୱିନ ସିଟି ପ୍ରେସ କ୍ଲବ ପକ୍ଷରୁ ଜିଲ୍ଲପାଳ ଙ୍କୁ ଛଅ ଦଫା ଦାବି ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ମୁଖ୍ୟତଃ ଜଗନ୍ନାଥପୁର ପଂଚାୟତର ମୁଖ୍ୟ ଛକ ତ୍ରିନାଥ ବଜାର ଠାରେ ବିଭିନ୍ନ ସମୟରେ ବେପରୁଆ ଗାଡି ଚାଳକ ମାନଙ୍କ ବେପରୁଆ ଗାଡିଚାଳନା, କୌଣସି ଅସାମାଜିକ କାର୍ଯ୍ୟକଳାପ ଯଥା ଚୋରି ପୋଲିସ କୁ ସହାୟକ ପାଇଁ ଏହି ଛକରେ ସି ସି ଟିଭି କ୍ୟାମେରା ଲଗାଇବାକୁ ଦାବି ! ଜଗନ୍ନାଥପୁର ପଂଚାୟତ ର ଦୁଇଗୋଟି ମୁଖ୍ୟ ଛକ ପ୍ରଥମଟି ତ୍ରିନାଥବଜାର ଦ୍ବିତୀୟଟି ପଞ୍ଚବଟୀ ବଜାର ରେ ଯାତ୍ରୀ ବିଶ୍ରାମଗାର ତତ ସହିତ ଶୌଚାଳୟ ନିର୍ମାଣ କରିବା ଦାବି ! ଜଗନ୍ନାଥପୁର ପଞ୍ଚାୟତ ଅଧୀନରେ ଥିବା ବୈଷ ୟିକଶିକ୍ଷା ଅନୁଷ୍ଠାନ, ବିଭିନ୍ନ ବଡ଼ ବ୍ୟବସାୟୀକ ଅନୁଷ୍ଠାନ, ହାଇସ୍କୁଲ, ଇତ୍ୟାଦି ଥିବାରୁ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲିବା ପାଇଁ ଦାବି।ପଞ୍ଚାୟତର ଚାରୋଟି ସ୍ଥାନରେ ଯଥା ୧-ପଞ୍ଚାୟତ ପରିସର,୨-ତ୍ରିନାଥ ବଜାର,୩-ପଞ୍ଚବଟୀବଜ଼ାର ୪- ପଞ୍ଚବଟୀ ଦୋଳ ମେଳଣ ପଡିଆ ଇତ୍ୟାଦି ସ୍ଥାନରେ ଲାଗିଥିବା ହାଇ ମାକ୍ସ ଲାଇଟ ଦୀର୍ଘଦିନ ହେବ ଅଚଳ ହୋଇ ପଡିଛି ସେସବୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ।

ପ୍ରତାପନଗରୀ ଜଳସେଚନ ଉପ ଖଣ୍ଡ ଅନ୍ତର୍ଗତ ଫୁଲନଖରା ଡିଷ୍ଟ୍ରି ବ୍ୟୁଟାରୀ କେନାଲ ଉପରେ ପଞ୍ଚବଟୀ ଠାରେ ଥିବା ବିପଦ ସଂକୁଳ ବ୍ରିଜକୁ ହଟେଇ ନୂତନ ବ୍ରିଜ ନିର୍ମାଣ କରିବା!ତ୍ରିନାଥବଜାର ଠାରୁ ବାଲିଅନ୍ତା ଭାୟା ଅଟଳା ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁବନେଶ୍ଵରଙ୍କ ଅଧୀନରେ ଥିବା ରାସ୍ତାର ରାମଲୀଳା ମଣ୍ଡପ ଠାରୁ ଗୋପୀନାଥ ମନ୍ଦିର ପର୍ଯ୍ୟନ୍ତ ଅସରାଏ ବର୍ଷା ହେଲେ ପାଣି ଜମା ହେବା ଦ୍ବାରା ଲୋକେ ଯାତାୟତରେ ଅସୁବିଧା ହେଉଥିବାରୁ ଉକ୍ତ ରାସ୍ତା କଡରେ ଡ୍ରେନ ନିର୍ମାଣ କରିବା।ଜଗନ୍ନାଥପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବସବାସ କରୁଥିବା କିଛି ଗ୍ରାମବାସୀ କିଛିବର୍ଷ ହେବଗ୍ରାମ ମଧ୍ୟରେ ଥ‌ିବା ସରକାରୀ ରାସ୍ତାକୁ ଅବୈଧ ଭାବେ କବଜା କରି ରାସ୍ତା ଉପରକୁ ମାଡି ବ୍ୟକ୍ତିଗତ ପ୍ରାଚୀର ଓ ବାରଣ୍ଡା ଏବଂ ଘର କରି ଅଯଥା ରାସ୍ତା କୁ ମାଡି ବସିଛନ୍ତି।ଯାହାଦ୍ବାରା ଦମକଳ କିମ୍ବା ଆମ୍ବୁଲାନ୍ସ ପରି ଜରୁରୀ କାଳୀନ ଗାଡି ବିପଦ ସମୟ ରେ ଯାଇ ଆସି ପାରୁନାହିଁ ତଥା ଗ୍ରାମବାସୀ ମାନେ ନାନାଦି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଦୃଷ୍ଟିଦେଇ ସରକାରୀ ରାସ୍ତା ସୀମା ନିର୍ଦ୍ଧାରଣ କରିବାକୁ ବାଲିଅନ୍ତା ତହ‌ସିଲଦାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ପାଇଁ ଦାବି ।

ଜିଲ୍ଲାପାଳ ସାମ୍ବାଦିକମାନଙ୍କର ଦାବିପତ୍ର ଗ୍ରହଣ କାରି ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଟ୍ୱିନ ସିଟି ପ୍ରେସ କ୍ଲବ ପକ୍ଷରୁ ସଭାପତି ବରିଷ୍ଠ ସାମ୍ବାଦିକ ସନାତନ ପରିଜା ଙ୍କ ନେତୃତ୍ୱରେ ସମ୍ପାଦକ ଡ଼ଃ ଭବାନୀ ଶଙ୍କର ପାତ୍ର, ଉପସଭାପତି ଗୁରୁପ୍ରସାଦ ମହାପାତ୍ର,ହୃଦାନନ୍ଦ ସାହୁ,ନିର୍ମଳ କୁମାର ବେହେରା, ଅନନ୍ତ କୁମାର ଭୋଇ,କିଶୋର କୁମାର ଭୋଇ ପ୍ରମୁଖଙ୍କ ଉପସ୍ଥିତ ଛଅଦଫା ସ୍ମାରକପତ୍ର ପ୍ରଦାନ କରାଯାଇଛି