ତିନି ମାଓବାଦୀ ଙ୍କ କନ୍ଧମାଳ ଏସ ପି, ଙ୍କ ପାଖରେ ଆତ୍ମ ସମର୍ପଣ :Ommtv Kalingavikas

ଫୁଲବାଣୀ : ୭/୭(ଅଜିତ) ଆଜି ଫୁଲବାଣୀ ଏସପି, ଦକ୍ଷିଣାଞ୍ଚଳ ଆଇ ଜି, ଓ ସିଆରପି ର ୧୨୭ ବାଟାଲିୟନ ର କମାଣ୍ଡେଣ୍ଟ ଙ୍କ ଆଗରେ ତିନି ଜଣ ହାଡ଼କୋର ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି. ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ମାଓବାଦୀ ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି, ମହିଳା ଦୁଇଜଣ ହେଲେ ମାଡ଼େ ବେଟି ଓରଫ ଚମ୍ପା, ସୁକୁମା ଜିଲ୍ଲା, ଛତିଶଗଡ ଅନ୍ୟ ଜଣେ ହେଲେ ଆଡେମା ମାଧବୀ ଓରଫ ମଞ୍ଜୁ ଓ ପୁରୁଷ ମାଓବାଦୀ ହେଲେ ରାଜୁ ଦୋଡ଼ି ଓରଫ ଅଜୟ, ଦୁଇଜଣ ବିଜେପୁର ଜିଲ୍ଲା ଛତିଶଗଡ ର ବୋଲି କହିଛନ୍ତି। ସେମାନେ ତାଙ୍କ ସିନିୟର ମାଓବାଦୀ ଙ୍କ କାର୍ଯ୍ୟ କଳାପ ରେ ଅସନ୍ତୁଷ୍ଟ ହୋଇ, ସେମାନଙ୍କ ମିଥ୍ୟା ପ୍ରତିଶୃତି, ଅତ୍ୟାଚାର, ଗଂଜେଇ କାରବାର ରେ ଲିପ୍ତ, ଓ ମହିଳା ମାଓବାଦୀ ମାନଙ୍କୁ ଶାରୀରିକ ନିର୍ଯ୍ୟାତନା ଓ ଅତ୍ୟାଚାର କରୁଥିବାରୁ ଏବଂ ପୋଲିସ ପକ୍ଷରୁ ବାରମ୍ବାର କମ୍ବୀଙ୍ଗ କରାଯାଉଥିବା ଓ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆଜି ଏହି ତିନିଜଣ ମାଓବାଦୀ ଏସପି ଅଫିସ ଆସି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଆତ୍ମ ସମର୍ପଣ କରିଥିବା କହିଛନ୍ତି।କନ୍ଧମାଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇ ସେମାନଙ୍କୁ ସ୍ୱାଗତ କରାଯାଇ ସରକାର ଙ୍କ ଆତ୍ମ ସମର୍ପଣ ଯୋଜନା ରେ ସାମିଲ କରାଯାଇ ସମସ୍ତ ଅନୁକମ୍ପା ରାଶି ମିଳିବ ବୋଲି ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି। ଓ ଅନ୍ୟ ମାଓବାଦୀ ମାନଙ୍କୁ ଅନୁରୋଧ କରିଛନ୍ତି ସେମାନେ ଅସ୍ତ୍ରଛାଡି ସମାଜ ର ମୁଖ୍ୟସ୍ରୋତ ରେ ସାମିଲ ହୁଅନ୍ତୁ।