ଚର୍ଚ୍ଚାରେ ପୋଲିସ ଅଧିକାରୀ୩, ବର୍ଷ ଭିତରେ ୨୮ ଗୀତ ରେକର୍ଡ କରିଛନ୍ତି:Ommtv Kalingavikas
ଚର୍ଚ୍ଚାରେ ପୋଲିସ ଅଧିକାରୀ୩, ବର୍ଷ ଭିତରେ ୨୮ ଗୀତ ରେକର୍ଡ କରିଛନ୍ତି:Ommtv Kalingavikas
ଚର୍ଚ୍ଚାରେ ପୋଲିସ ଅଧିକାରୀ୩, ବର୍ଷ ଭିତରେ ୨୮ ଗୀତ ରେକର୍ଡ କରିଛନ୍ତି:Ommtv Kalingavikas

(ରିପୋର୍ଟ : ଅମୀୟ )ବୃତ୍ତିରେ ଜଣେ ପୋଲିସ ଅଧିକାରୀ, ହେଲେ ନିଶା ତାଙ୍କର ସଙ୍ଗୀତ। କର୍ମକ୍ଷେତ୍ରରେ ସେ ଯେଉଁଭଳି ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି ସଙ୍ଗୀତ ନିଶା ମଧ୍ୟକୁ ନେଇ ମଧ୍ୟ ସେତିକି ପ୍ରଶଂସିତ। ନାଁ ତାଙ୍କର ରାକେଶ କୁମାର ବେହେରା , ଘର ରାଜକନିକା। ବର୍ତ୍ତମାନ ସେ କଟକ ଦରଘାବଜାର ଥାନାର ଅଧିକାରୀ ଭାବେ କାର୍ଯ୍ୟରତ। ଜଣେ ଦକ୍ଷ ଅଫିସର ଭାବେ ସେ ଯେତିକି ପରିଚିତ ନିଜ ଭିତରେ ଥିବା କଳାକୁ ନେଇ ମଧ୍ୟ ଶ୍ରୀ ବେହେରା ବେଶ ଲୋକପ୍ରିୟ। କନିକା --- ନାମରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଏବଂ ୩ବର୍ଷ ଭିତରେ ମୋଟ ୨୮ଟି ଗୀତ ରେକର୍ଡ଼ିଂ କରି ସେ ଚର୍ଚ୍ଚା କୁ ଆସିଛନ୍ତି। ସେଥି ମଧ୍ୟରୁ ୨ଟି ଗୀତ ଗାଁ ମାଟି ଉପରେ, ୧୪ଟି ଭଜନ, ବାପା ଓ ମା ଙ୍କ ଉପରେ ୨ଟି ଗୀତ, ୭ଟି ଆଲବମ ଗୀତ ରହିଛି। ଏହା ବ୍ୟତୀତ ରୌପ୍ୟ ନଗରୀ କଟକ ସହର ଉପରେ ଗୋଟିଏ ଗୀତ ଓ ଆମ ରାଜ୍ୟ ଉପରେ ମଧ୍ୟ ଗୋଟିଏ ଗୀତ ରଚିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ସବୁ ଗୀତ ଗୁଡିକ ଶ୍ରୀ ବେହେରା ନିଜେ ଲେଖନ୍ତି ଏବଂ ସେଥିରୁ ଅଧିକାଂଶ ନିଜେ ଗାଇଛନ୍ତି। ଦମନ ଚଳଚ୍ଚିତ୍ରରେ ଶ୍ରୀ ବେହେରାଙ୍କର ଗୋଟିଏ ଗୀତ ସ୍ଥାନ ପାଇଛି। ତେବେ ଏନେଇ ରାକେଶ କୁହନ୍ତି ଯେ ଓଡିଶା ହେଉଛି ଜଗନ୍ନାଥ କଳା ସଂସ୍କୃତିର ମାଟି ଆଉ ଆମର ଏ ମାଟିରେ ସଙ୍ଗୀତର ମହକ ରହିଛି। ମୁଁ ସେଇ ମାଟିର ସନ୍ତାନ ଏବଂ ସଙ୍ଗୀତ ମୋ ନିଶା ଏଥିପାଇଁ କୌଣସି ତାଲିମ ମୁଁ ନେଇ ନାହିଁ। ମୋ କର୍ତ୍ତବ୍ୟ ସମ୍ପାଦନ ପରେ ମୋତେ ଯାହା କିଛି ସମୟ ମିଳେ ତାରି ଭିତରେ ମୁଁ ଗୀତ ଲେଖେ। ତେବେ ବର୍ତ୍ତମାନ ଯେଉଁଭଳି ଗୀତ ସଙ୍ଗୀତରେ ଦୁଇଅର୍ଥ ବୋଧକ ଶବ୍ଦ ପ୍ରୟୋଗ କରାଯାଉଛି ତାହା ପରିତାପର ବିଷୟ ଏବଂ ଯୁବପିଢ଼ି ସେଥିରୁ ନିବୃତ୍ତ ରହିବା ପାଇଁ ଶ୍ରୀ ବେହେରା ଆହ୍ୱାନ ଜଣାଇଛନ୍ତି।
