ସରକାରଙ୍କ ଲାଞ୍ଜିଗଡ ପ୍ରତି ଟାଳଟୁଳ ନୀତି ଆଉ ଚଳିବ ନାହିଁ I
ସରକାରଙ୍କ ଲାଞ୍ଜିଗଡ ପ୍ରତି ଟାଳଟୁଳ ନୀତି ଆଉ ଚଳିବ ନାହିଁ I
ସରକାରଙ୍କ ଲାଞ୍ଜିଗଡ ପ୍ରତି ଟାଳଟୁଳ ନୀତି ଆଉ ଚଳିବ ନାହିଁ I
=================================
ଜିଲ୍ଲା ପ୍ରଶାସନର ଲାଞ୍ଜିଗଡକୁ ଉପାଖ୍ୟାନ I

କଳାହାଣ୍ଡି ଜିଲ୍ଲା, ୦୧/୦୨ (କଳିଙ୍ଗ ବିକାଶ) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ଲାଞ୍ଜିଗଡ ରିପୋର୍ଟ :- ଲାଞ୍ଜିଗଡର ନାମରେ ଆସିଥିବା ସବରେଜିଷ୍ଟ୍ରIର କାର୍ଯ୍ୟIଳୟକୁ ନେଇ ବିଶ୍ୱନାଥପୁର ଠାରେ ସ୍ଥାପନା ଜିଲ୍ଲା ପ୍ରଶାସନର ନିଷ୍ପତିକୁ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି I ଏଥିପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି I ସୂଚନାଯୋଗ୍ୟ ଯେ ଫେବୃଆରୀ ମାସ ଦୁଇ ତାରିଖ ଦିନ ଲାଞ୍ଜିଗଡ ଠାରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ଉଦଘାଟନ ପାଇଁ ଜାନୁଆରୀ ମାସ ୨୧/୦୧/୨୦୨୬ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ଏଇ ଉଦଘାଟନ ହେବ ପାଇଁ ସମସ୍ତ ବ୍ୟବସ୍ଥା ଲାଞ୍ଜିଗଡ ଠାରେ କରାଯାଇଥିଲା,କିନ୍ତୁ ଏହାକୁ ନେଇ ଜାନୁଆରୀ ମାସ ୩୧ ତାରିଖ ଶନିବାର ଦିନ ଲାଞ୍ଜିଗଡ ତହସିଲଦାରଙ୍କ ବିଶ୍ୱନାଥପୁର କାର୍ଯ୍ୟାଳୟ ଠାରେ ଭବାନୀପାଟଣା ଉପଜିଲ୍ଲାପାଳ ଓ ଲାଞ୍ଜିଗଡ ତହସିଲଦାରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଯାଇଛି I ଏହି ବୈଠକରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟକୁ ଲାଞ୍ଜିଗଡ ଠାରେ ଉଦଘାଟନ କରିବା ପରିବର୍ତ୍ତେ ବିଶ୍ୱନାଥପୁର ଠାରେ ଉଦଘାଟନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଏକ ତରଫI ପ୍ରସ୍ତାବ ଦେଇଥିଲେ I ତେଣୁକରି ଜିଲ୍ଲା ପ୍ରଶାସନ ଉକ୍ତ ଟାଳଟୁଳ ନିଷ୍ପତିକୁ ଅଞ୍ଚଳବାସୀ ବିରୋଧ କରିଥିଲେ, ସରକାରଙ୍କ ନିର୍ଦ୍ଧେଶନାମା ମୁତାବକ ଆସନ୍ତା ବା ଫେବୃଆରୀ ମାସ ଦୁଇ ତାରିଖ ଦିନ ଲାଞ୍ଜିଗଡ଼ ଠାରେ ସବରେଜିଷ୍ଟ୍ରIର କାର୍ଯ୍ୟାଳୟ ଉଦଘାଟନ କରାଯାଉ I ନଚେତ ଭବିଷ୍ୟତରେ ଲାଞ୍ଜିଗଡ ଅଞ୍ଚଳବାସୀ ବୋହୁତ ବଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀଦେବା ସଙ୍ଗେସଙ୍ଗେ କହିଛନ୍ତି ଯେ ଏହି ଆନ୍ଦୋଳନ ସମୟରେ ଯଦି କୌଣସି ଅପ୍ରିତିକର ଘଟଣା ଘଟେ ତେବେ ହେଲେ ସେଥିପାଇଁ ପ୍ରଶାସନ ମୁଖ୍ୟତଃ ଦାୟୀ ରହିବେ I ୩୧/୦୧/୨୦୨୬ ତାରିଖ ଶନିବାର ଦିନ ସଂନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ବୋହୁ ସଂଖ୍ୟାରେ ଲାଞ୍ଜିଗଡ ଅଞ୍ଚଳବାସୀ ଏକତ୍ରିତ ହୋଇ ଲାଞ୍ଜିଗଡ ସହରର ପ୍ରତେକ ସାହି ପରିକ୍ରମା କରି ଏକ ବିଶାଳ ଶୋଭାଯାତ୍ରାରେ ଲାଞ୍ଜିଗଡ ଥାନାକୁ ଯାଇଥିଲେ I ସେଠାରେ ଥାନାଧିକାରୀଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପାଖକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ I
