ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଲାଞ୍ଜିଗଡ ଅଞ୍ଚଳ ବାସୀ Ommtv Kalinga Vikas

ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଲାଞ୍ଜିଗଡ ଅଞ୍ଚଳ ବାସୀ Ommtv Kalinga Vikas

ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଲାଞ୍ଜିଗଡ ଅଞ୍ଚଳ ବାସୀ Ommtv Kalinga Vikas

ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ପୁଣି ଜିଲ୍ଲାପାଳଙ୍କୁ ଭେଟିଲେ ଲାଞ୍ଜିଗଡ ଅଞ୍ଚଳ ବାସୀ Ommtv Kalinga Vikas

କଳାହାଣ୍ଡି ଜିଲ୍ଲା, ୧୫/୧୧ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଆଜି ଲାଞ୍ଜିଗଡର ଆଠ ଜଣ ସଦସ୍ୟ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆଙ୍କ ନେତ୍ରତ୍ୱରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରବା ପାଇଁ ଚଳିତ ବର୍ଷ ୧୭/୦୨/୨୫ ତାରିଖରେ ଲାଞ୍ଜିଗଡ ଅଞ୍ଚଳର ଜନସାଧାରଣ ଆସି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ,କିନ୍ତୁ ଆଜିକୁ ୦୯ ମାସ ପୁରି ଦଶମାସ ଚାଲିଲା କିନ୍ତୁ ଲାଞ୍ଜିଗଡ ରାସ୍ତା ସମ୍ପ୍ରସାରଣ କରିବାର ନା ଧରୁନାହାନ୍ତି ଜିଲ୍ଲାପାଳ ମହାଶୟ I ତେଣୁକରି ଆଜି ଲାଞ୍ଜିଗଡ଼ରୁ ୦୮ ଜଣଆ ଦଳ ଯାଇ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଭେଟି ପୁଣି ଆଉ ଥରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I ଏହି ସ୍ମାରକ ପତ୍ରରେ ଲେଖାଅଛିଯେ ଲାଞ୍ଜିଗଡ ନାମରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଲାଞ୍ଜିଗଡ ଠାରେ କାର୍ଯ୍ୟକାରୀ କରାଯାଉ ତତ ସଙ୍ଗେ ସଙ୍ଗେ ଲାଞ୍ଜିଗଡକୁ ନୂତନ ବିଜ୍ଞପତି ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯାଉ I ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ଅଣ ଆସୋରିଆ ଥିବା ହେତୁ ଲାଞ୍ଜିଗଡ ସହରରେ ସଦା ସର୍ବଦା ଟ୍ରାଫିକ ଯାମ ରହୁଛି,ଲାଞ୍ଜିଗଡ ସହର ଗୋଟେ କଳକାରଖାନାର ସହର ଯାହାଫଳରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I ପ୍ରତେକ ଦିନ ଲାଞ୍ଜିଗଡ ଦେଇ ସହସହ ଭାରୀଯାନ ଗାଡି ଯିବା ଆସିବI କରିଥାଏ ଯାହାଫଳରେ ରାସ୍ତା ଅଣ ଓସାରିଆ ଓ ବଡ଼ବଡ଼ ଯାନବାହନ ରାସ୍ତା ଉପରେ ଗାଇଗୋରୁ ରହୁଥିବା ହେତୁ ବୋହୁ ସମୟରେ ଛୋଟ ମୋଟ ଦୃଘଟଣା ମାନ ଘଟିଥାଏ I ଏହି ମୁଖ୍ୟ ରାସ୍ତା ଉପରେ ଯଦିଓ ଗୋଟେ ରୋଗୀକୁ ନେଇ ଯାଉ ଥିବା ଆମ୍ବୁଲେନ୍ସ ଟ୍ରାଫିକ ଜାମରେ ଫସିଯାଏ ତେବେହେଲେ ସେହି ଦୁଇସହ ମିଟର ରାସ୍ତାକୁ ଅତିକ୍ରମ କରି ବାହାରକୁ ଯିବାକୁ ହେଲେ ଅତି କମସେ ୪୦ ରୁ ୫୦ ମିନିଟ ସମୟ ଲାଗିଯାଇଥାଏ I ତେଣୁକରି ଶ୍ରୀ ପେସନିଆ କହିବା କଥାଯେ ଏହି ଲାଞ୍ଜିଗଡ ସହର ଉପରେ ଲାଞ୍ଜିଗଡ ବ୍ଲକର ୧୨ ଗୋଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି ତଥା ଲାଞ୍ଜିଗଡ ପଞ୍ଚାୟତ,ବାସନ୍ତପଡ଼ା ପଞ୍ଚାୟତ,ଜଗନ୍ନାଥପୁର ପଞ୍ଚାୟତ, ଛତ୍ରପୁର ପଞ୍ଚାୟତ,ତ୍ରିଲୋଚନପୁର ପଞ୍ଚାୟତ,ବିଜେପୁର ପଞ୍ଚାୟତ, ପାହାଡ଼ପଦର ପଞ୍ଚାୟତ,ମାଳିଯୁବଙ୍ଗ ପଞ୍ଚାୟତ,ଲIକବାହଲି ପଞ୍ଚାୟତ,ବେନଗାଁ ପଞ୍ଚାୟତ,ଲାଞ୍ଜି ପଞ୍ଚାୟତ,ବନ୍ଧପରି ପଞ୍ଚାୟତ ଇତ୍ୟାଦି ଗୁଡିକ ସହିତ ଲାଞ୍ଜିଗଡ ବେଦାନ୍ତ ଆଲୁମିନା କାରଖାନା ହଜାର ହଜାର ଶ୍ରମିକ ଲାଞ୍ଜିଗଡ ମାର୍କେଟ ଉପରେ ନିର୍ଭର କରଥାନ୍ତି I

ଯାହାଫଳରେ ଲୋକ ସଂଖ୍ୟା ହିସାବରେ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ବୋହୁ ଅଣ ଓସାରିଆ ହେଇଥବା ହେତୁ ଲାଞ୍ଜିଗଡ ସହର ଉପରେ ନିର୍ଭରେ କରଥିବା ୧୨ ଗୋଟି ପଞ୍ଚାୟତ ଲୋକଙ୍କ ଅସନ୍ତୁଷ୍ଟ ବାତ ବରଣ ଖେଳି ଯାଇଛି I ଆଜି ଯେଉଁ ଆଠ ଜଣ ସଦସ୍ୟ ଯାଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିସ୍ମାରକ ପତ୍ର ଦେଲେ ସେମାନେ ହେଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ,ଲାଞ୍ଜିଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ରାଜେନ୍ଦ୍ର ମାଳି,ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ କୋଷାଧକ୍ଷ ମହେଶ୍ୱର ପତି,ଶ୍ରୀମୁଖ ଅଗସ୍ତି ଶ୍ରୀ ପେସନିଆ କହିବା କଥାଯେ ଜିଲ୍ଲାପାଳଙ୍କୁ ଏହାରି ଉପରେ ଅତିଶୀଘ୍ର ଦୃଷ୍ଟିପାତ କରିବା ପାଇଁ ଆମେ ଅନୁରୋଧ କଲୁ I ଜିଲ୍ଲାପାଳ ପ୍ରତିଶୃତି ଦେଇ କହିଛନ୍ତି ଯେ ଯଥୋଶୀଘ୍ର ଲାଞ୍ଜିଗଡର ସହରର ମୁଖ୍ୟ ରାସ୍ତା ଆରମ୍ଭ ହେବ I