ଓପିଜିସିର ୪୨ତମ ପ୍ରତିଷ୍ଠା ଦିବସ: OMMTV KALINGA VIKAS

ଓପିଜିସିର ୪୨ତମ ପ୍ରତିଷ୍ଠା ଦିବସ: OMMTV KALINGA VIKAS

ଓପିଜିସିର ୪୨ତମ ପ୍ରତିଷ୍ଠା ଦିବସ: OMMTV KALINGA VIKAS

ଓପିଜିସିର ୪୨ତମ ପ୍ରତିଷ୍ଠା ଦିବସ: OMMTV KALINGA VIKAS

ଭୁବନେଶ୍ୱର, ୧୪/୧୧(KB): ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ଼ (ଓପିଜିସି) ର ୪୨ ତମ ପ୍ରତିଷ୍ଠା ଦିବସ ଆଜି ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ‌ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ସଚିବ ଆଇଏଏସ୍ ବିଶାଲକୁମାର ଦେବ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓପିଜିସି ଦ୍ବାରା ରତ୍ପାନି ଓ ଆମଦାନୀ ହେଉଥିବା ଶକ୍ତି ବିଷୟରେ ଆଲୋଚନାକରି ଶକ୍ତି ବିଭାଗ ରାଜ୍ୟସରକାରଙ୍କ ସମସ୍ତପ୍ରକାର ଆବଶ୍ୟକତାକୁ ପୁରଣକରିବାରେ ସକ୍ଷମ ହୋଇପାରିଛି ବ‌ୋଲି ଦର୍ଶାଇଥିଲେ। ଦେଶର ୧୦ଟି ମୁଖ୍ୟ ଶକ୍ତି ଉତ୍ପାଦକ ସଂସ୍ଥାଭିତରେ ନିଜର ସ୍ଥାନ ବଜାଇରଖିଥିବା ନେଇ ସେ ଓପିଜିସିକୁ ଧନ୍ୟବାଦ ଜଣାଇଥିଲେ। ଓପିଜିସି ପରିଚାଳନା ନିର୍ଦେଶକ କେଦାର ରଞ୍ଜନ ପଣ୍ଡା ଅତିଥିମାନଙ୍କୁ ସ୍ବାଗତକରିବା ସହିତ ବାର୍ଷିକ ବିବରଣୀ ପାଠକରି କର୍ପୋରେସନ୍‌ର ଦାୟୀତ୍ବ ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥିଭାବେ ଗ୍ରୀଡ଼କୋର ପରିଚାଳନା ନିର୍ଦେଶକ ଆଇଏଏସ୍ ସତ୍ୟପ୍ରୀୟ ରଥ ସଂସ୍ଥାର ଉତ୍ତରତ୍ବ କାମନାକରି ବିଦ୍ୟୁତ୍ ମଣିଷ ଜୀବନର ଏକ ନିତ୍ୟାନ୍ତ ଜରୁରୀ ଆବଶ୍ୟକତାବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଓପିଜିସି ଅର୍ଥବିଭାଗ ନିର୍ଦେଶକ ଗଗନବିହାରୀ ସ୍ବାଇଁ ସମସ୍ତ ଅତିଥିମାନଙ୍କ ଉପସ୍ଥିତିନେଇ ଧନ୍ୟବାଦ ଅର୍ପଣକରିଥିଲେ। ଏହାପରେ ଗୁରୁ ପିତାମ୍ବର ବିଶ୍ବାଳଙ୍କ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟ ଅନୁଷ୍ଠିତ ହୋଇଥିଲା।