ଲାଞ୍ଜିଗଡ ବ୍ଲକର ତିନି ଗୋଟି ପଞ୍ଚାୟତର ୫୭ ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଛୀନ୍ନ :Ommtv Kalingavikas
ଲାଞ୍ଜିଗଡ ବ୍ଲକର ତିନି ଗୋଟି ପଞ୍ଚାୟତର ୫୭ ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଛୀନ୍ନ :Ommtv Kalingavikas
ଲାଞ୍ଜିଗଡ ବ୍ଲକର ତିନି ଗୋଟି ପଞ୍ଚାୟତର ୫୭ ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଛୀନ୍ନ :Ommtv Kalingavikas
କଳାହାଣ୍ଡି ଜିଲ୍ଲା, ୦୬/୧୦ (କ,ବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ ବ୍ଲକର ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରୀଗୁଡା ଓ ଦୁଇ ଗୋଟି ପଞ୍ଚାୟତକୁ ସଂଯୋଗ କରୁଥିବା ପୁରୁଣା ପୋଲ ଧୋଇ ହୋଇଯାଇଛି I ଚଳିତ ମାସ ୦୨ ଓ ୦୩ ତାରିଖରେ ଯେଉଁ ପ୍ରବଳ ମାତ୍ରା ମାତ୍ରାରେ ବର୍ଷା ହୋଇଥିଲା ସେହିଦିନ ଲାଞ୍ଜିଗଡ ବ୍ଲକରେ ୧୧୦.୪ ମିଲି ମିଟର ବର୍ଷା ହୋଇଥିଲା ଯାହାଫଳରେ ବୋହୁ ପୁରାତନ ପୋଲଟି ପାହାଡିଆ ବନ୍ୟା ଜଳ ଆସି ପୋଲଟିକୁ ଭସେଇ ନେଇ ଯାଇଥିଲା I ଏହି ପୋଲ ଉପରେ ଦୁଇ ଖଣ୍ଡ ପଞ୍ଚାୟତ ଯଥା ମାଳିଯୁବାଙ୍ଗ ପଞ୍ଚାୟତ ଓ ପାହାଡ଼ପଦର ପଞ୍ଚାୟତର ଦୁଇ ଗୋଟି ପଞ୍ଚାୟତର ୪୨ ଗୋଟି ଗ୍ରାମର ଲୋକ ନିର୍ଭର କରିଥାନ୍ତି ଓ ତତ ସଙ୍ଗେ ସଙ୍ଗେ ବିଜେପୁର ପଞ୍ଚାୟତର ୧୫ ଗୋଟି ଗ୍ରାମର ଜନସାଧାରଣ ଏହି ଖଜୁରଗୁଡା ପୋଲ ଦେଇ ଡାକ୍ତରଖାନା, ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ଯିବ ଆସିବା ଲାଇଫ ଲାଇନ ରାସ୍ତା ପାଲିଟି ଥିଲା,ଏହି ରାସ୍ତା ଉପରେ ମୋଟ ୫୭ ଖଣ୍ଡ ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି I

ଏହି ରାସ୍ତକୁ ବା ପୋଲକୁ ବନ୍ୟ ଜଳରେ ଭାଷେଇ ନେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଯାହାଫଳରେ ୫୭ ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି,ଏହି ରାସ୍ତା ଉପରେ ନୂତନ ପୋଲ ନିର୍ମାଣ କରିବା ପାଇଁ ଜନସାଧାରଣଙ୍କ ବିଗତ ଦିନରେ ବାରମ୍ବାର ଲିଖିତ ଅଭିଯୋଗ କଲା ପରେ ୦୫ ବର୍ଷ ତଳେ ନିର୍ଦ୍ଧିଷ୍ଟ ଗୋଟିଏ ଠିକା ସଂସ୍ଥାକୁ ପୋଲ ନିର୍ମାଣ କରିବା ପାଇଁ ଜିଲ୍ଲା ଗ୍ରାମ୍ୟଉନ୍ନୟନ କାର୍ଯ୍ୟାଳୟରୁ ପୋଲ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦେଶ ହୋଇଥିଲା,କିନ୍ତୁ ଆଜିକୁ ପାଞ୍ଚ ବର୍ଷ ହେଲାଣି ନୂତନ ପୋଲ କାର୍ଯ୍ୟ ଟିକୁ ଠିକା କାମ ପାଇଥିବା ଠିକା ସଂସ୍ଥା ଅଧ ପନ୍ତରିଆ କରି ପକେଇଛନ୍ତି I ଯାହା ଫଳରେ ଏବେ ବର୍ତ୍ତମାନ ପୁରାତନ ପୋଲ ଭାଙ୍ଗିଯିବା ଫଳରେ ଜନସାଧାରଣଙ୍କୁ ଜାତଆତ ପାଇଁ ଅସୁବିଧାର ବହୁ ସମ୍ମୁଖୀନ ହେବାକୁ ପଡୁଛି I ଏହି ପୋଲ ଭାଙ୍ଗିଯିବ ଖବର ପାଇ ଗତକାଲି ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶଶାଙ୍କ ପାତ୍ର,ଲାଞ୍ଜିଗଡ ବ୍ଲକ ଉପାଦକ୍ଷ ସଂଜୀବ ନାୟକ ଓ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ ଉକ୍ତ ପୋଲ ଭାଙ୍ଗିଥିବା ସ୍ଥଳକୁ ଯାଇ ସମସ୍ତ ଜନସାଧାରଣଙ୍କ ସାଥିରେ କଥା ହୋଇ ବୁଝିଥିଲେ I ସେଠାରେ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶ୍ରୀ ପାତ୍ର ଓ ସଂଜୀବ ନାୟକ ଜନସାଧାରଣଙ୍କୁ ପ୍ରତିଶୃତି ଦେଇ କହିଲେଯେ ଆମ୍ଭେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ମୁଖ୍ୟ ଯନ୍ତ୍ରୀଙ୍କ ସାଥିରେ କଥା ହୋଇ ବର୍ଷା ଦିନ ପରେ ଯଥା ଶୀଘ୍ର ନୂତନ ପୋଲ ଟିକୁ ସପୂର୍ଣ କରେଇବୁ, ଏବେ ବର୍ତ୍ତମାନ ଅସ୍ଥାୟୀ ପୋଲ ନିର୍ମାଣ କରି ତାରି ଉପରେ ଜନସାଧାରଣ ଯିବା ଆସିବI ପାଇଁ ସୁବିଧା କରାଯିବ ବୋଲି ପ୍ରତିଶୃତି ଫେରିଛନ୍ତି I
