ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ ଭେଟି ଦାବି ପତ୍ର ଦେଲେ :Ommtv Kalinga Vikas
ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ ଭେଟି ଦାବି ପତ୍ର ଦେଲେ :Ommtv Kalinga Vikas
ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କୁ ଭେଟି ଦାବି ପତ୍ର ଦେଲେ :Ommtv Kalinga Vikas

କଳାହାଣ୍ଡି ଜିଲ୍ଲା,୨୭/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଚଳିତ ମାସ ୨୫ ତାରିଖ ସୋମବାର ଦିନ ସକାଳ ୧୨ଘଣ୍ଟା ୩୫ ମିନିଟ ସମୟରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ତାଙ୍କର l ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ସମ୍ପାଦକ ନିର୍ମଳ ସାମଲ, କୋଷIଦକ୍ଷ ମହେଶ୍ୱର ପତି,ଉପ ସଭାପତି ବାଳି ନାଏକ, ସଦସ୍ୟ ସେନାପତି ନାଏକ,ସଦସ୍ୟ ଅନନ୍ତ ପାଲ, ସଦସ୍ୟ ରୋମିଓ ରଞ୍ଜନ ସାମଲ, ଉପଦେଷ୍ଟା ଚନ୍ଦ୍ରଧ୍ଵଜ ପେସନିଆ, ଟ୍ରକ ସଙ୍ଘ ସଭାପତି ଚନ୍ଦ୍ର ଶେଖର ବେହେରା ଉପ ସଭାପତି ବଟକୃଷ୍ଣ ପୃଷ୍ଟି, ରଞ୍ଜିତ ପାଢ଼ୀ, ଶ୍ରୀମୁଖ ଅଗସ୍ତି,ସ୍ବେଛାସେବୀ ସୁବାଷ ଅଗ୍ରୱାଲ, ଶଙ୍କର ପରିଡା, ଅଶୋକ ପଟ୍ଟନାୟକ, ସୁରେଶ ତଡି ଓ ସମସ୍ତ ୨୦ ଜଣିଆ ସଦସ୍ୟ ଦଳ ଯାଇ ଧର୍ମଗଡ଼ ବିଧାୟକ ଶ୍ରୀ ପାଟ୍ଟଯୋଶୀଙ୍କୁ ଭେଟିଥିଲେ I ବିଧାୟକଙ୍କୁ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର ଯେ କୌଣସି ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଉତ୍ତଳନ କରି ଲାଞ୍ଜିଗଡ ସ୍ଥିତ ବେଦାନ୍ତ କାରଖାନାକୁ କାଞ୍ଚମାଲ ଯୋଗେଇ ଦିଆଯାଉ ବୋଲି ଦାବି କରଥିଲେ I ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା କାରଖାନା ବାହାର ଦେଶରୁ ବା ବିଦେଶରୁ ଆଜି ପର୍ଯ୍ୟନ୍ତ କଞ୍ଚାମାଲ ବକ୍ସIଇଡ ଅଧିକ ଟେକ୍ସ ଦେଇ ଆଣୁଅଛି ଯାହାଫଳରେ ଆମ ଦୁଇ ଜିଲ୍ଲାର ଯେତିକି ଉର୍ନତି ହେବI କଥା ତାହା ହେଇ ପାରୁନାହିଁ କାରଣ ଅଧିକ ଟେକ୍ସ ଦେଇ ବିଦେଶରୁ ବକ୍ସIଇଡ଼ ଆଣୁଥିବା ହେତୁ,ଯଦି କାଲି ଲାଞ୍ଜିଗଡ ବେଦାନ୍ତ କମ୍ପାନୀକୁ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ମଧ୍ୟରୁ କୌଣସି ଗୋଟିଏ ଜିଲ୍ଲାର ଖଣିରୁ କଞ୍ଚାମାଲ ଉତ୍ତଳନ କରିବା ପାଇଁ ଦିଆଯାଏ ତେବେହେଲେ ୦୫ ଲକ୍ଷ୍ୟରୁ ଉର୍ଦ୍ଧ ଶ୍ରମିକଙ୍କ ନିଜ ପରିବାରର ପ୍ରତିପୋଷଣ ଖୁସିରେ କରିପାରନ୍ତେ I ବେଦାନ୍ତ କମ୍ପାନୀକୁ ଯଦି ଦୁଇ ଜିଲ୍ଲା ମଧ୍ୟରୁ କୌଣସି ଗୋଟିଏ ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଯୋଗାଇ ଦିଆଯାଏ ତେବେହେଲେ ସରକାରଙ୍କ ଗାଇଡ଼ ଲାଇନ ହିସାବରେ ବର୍ଷକୁ ୦୫ ଭାଗ ହିସାବରେ ୮୦ କୋଟିରୁ ୯୦ କୋଟି ଟଙ୍କା ପରିପର୍ଷିକ ଉର୍ନତି କରଣରେ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାରେ ଖର୍ଚ୍ଚ କରିବାକୁ ବାଧ୍ୟ୍ୟ ହୋଇ ପଡିବ I ଏବେ ଆଜକୁ ୨୨ ବର୍ଷ ହେଲା ବେଦାନ୍ତ କମ୍ପାନୀର ନିଜସ୍ୱ ବୋଲି ଖଣି ନ ଥାଇ ବି ଆଜି ପର୍ଯ୍ୟନ୍ତ ବିଦେଶରୁ କଞ୍ଚାମାଲ ଆଣି ପ୍ଲାଣ୍ଟ ଚଲେଇ ଆସିଛି ବୋଲି ସମସ୍ତ ସଦସ୍ୟ ଶ୍ରୀ ପାଟ୍ଟଯୋଶୀ ପାଖରେ ମତ ଉପସ୍ଥାପନI କରିଥିଲେ ଓ ତତ ସଙ୍ଗେ ସଙ୍ଗେ ସମସ୍ତ ସଦ୍ୟସ ବିଧାୟକଙ୍କୁ କହିଥିଲେ ଯେ ଯଦି ଲାଞ୍ଜିଗଡ ସ୍ଥିତ କମ୍ପାନୀକୁ ଯଥାଶୀଘ୍ର କଞ୍ଚାମାଲ ବକ୍ସIଇଡ଼ ଯୋଗେଇ ନ ଦିଆଯାଏ ତେବେହେଲେ ବହୁତ ଶୀଘ୍ର କମ୍ପାନୀ ବନ୍ଦ ହେଇଯିବାର ବହୁତ ସମ୍ଭାବନା ଅଛି,ଯଦି କାଲି ଦିପ୍ରହରରେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ବନ୍ଦ ହୋଇଯାଏ ତେବେହେଲେ ସମଗ୍ର କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର ୦୫ ଲକ୍ଷ୍ୟ ରୁ ଉର୍ଦ୍ଧ ଶ୍ରମିକ ପରିବାର ସଦସ୍ୟ ଘର ବେଘର ହୋଇଯିବେ ଯାହାଫଳରେ ଅଧିକ କ୍ଷତି ସରକାରଙ୍କ ହେବ ତେଣୁକରି ଆପଣ ରାଜ୍ୟ ସରକାରଙ୍କ ପାଖରେ ଆମର ଏଇ କଥା ଟିକୁ ନେଇ ଉପସ୍ଥାପନା କରନ୍ତୁ ବୋଲି ଦାବି କରିଥିଲେ I ତାପରେ ସମସ୍ତେ ଆଞ୍ଚଳିକ ବିକାଶ ପରିଷଦ ୨୦ ଜଣିଆ ଦଳ ବିଧାୟକ ଶ୍ରୀ ପାଟ୍ଟଯୋଶୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ, ସେଠାରେ ଧର୍ମଗଡ଼ ବିଧାୟକ ପ୍ରତି ଉତ୍ତରରେ କହିଥିଲେ ବେଦାନ୍ତ କମ୍ପାନୀ ହେଲା କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ପାଇଁ ଗୋଟିଏ ଆକାଂକ୍ଷ୍ୟI ମୁଁ ବିଧାନସଭାରେ ପ୍ରଶ୍ନ କାଳରେ ପ୍ରଶ୍ନ ରଖିବି ଓ ତତ ସଙ୍ଗେ ସଙ୍ଗେ ମଧ୍ୟ ମୁଖ୍ୟମନ୍ତ୍ରୀ,ଖଣି ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀଙ୍କ ମୁଁ ଦେଖା କରି କହିବି ଯଦି ଲାଞ୍ଜିଗଡ ସ୍ଥିତ ଶିଳ୍ପକୁ କଳାହାଣ୍ଡି ଜିଲ୍ଲା ହେଉବା ରାୟଗଡା ଜିଲ୍ଲାର କେଉଁଠିର ହେଲେ ବକ୍ସIଇଡ଼ ଖଣୀରୁ କଞ୍ଚାମାଲ ଯୋଗାଇ ଦିଆଯାଉ ବୋଲି ସରକାରଙ୍କୁ ଜଣେଇବି ବୋଲି ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସମସ୍ତ ସଦସ୍ୟ ଙ୍କ ପାଖରେ ମତ ବ୍ୟକ୍ତ କରିଥିଲେ I ତାପରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ଯାଇଥିବା ୨୦ ଜାଣିଆ ଦଳ ଶ୍ରୀ ପାଟ୍ଟଯୋଶୀଙ୍କୁ ଅନୁରୋଧ କରି କହିଥିଲେଯେ ଆପଣଙ୍କର କେନ୍ଦ୍ର ଓ ରାଜ୍ୟ ଦୁଇଟି ଯାକରେ ସରକାର ଅଛି ତେଣୁ ଆପଣ ଚେଷ୍ଟା କରିବେ ବୋଲି ଆମ୍ଭମାନଙ୍କର ସମ୍ପୂର୍ଣ ଆଶା ଅଛୁ ବୋଲି କହି ସମସ୍ତ ୨୦ ଜଣିଆ ଦଳ ସେଠାରୁ ସମସ୍ତେ ଫେରି ଆସିଥିଲେ I
