ମା'ଖରାଖାଇଙ୍କ ପୀଠରେ ଗଣେଶ ପୂଜା ଉପଲକ୍ଷେ ନୃତ୍ୟ* *ପ୍ରତିଯୋଗିତା-୨୦୨୫ : Ommtv କଳିଙ୍ଗ ବିକାଶ

ମା'ଖରାଖାଇଙ୍କ ପୀଠରେ ଗଣେଶ ପୂଜା ଉପଲକ୍ଷେ ନୃତ୍ୟ* *ପ୍ରତିଯୋଗିତା-୨୦୨୫ : Ommtv କଳିଙ୍ଗ ବିକାଶ

ମା'ଖରାଖାଇଙ୍କ ପୀଠରେ ଗଣେଶ ପୂଜା ଉପଲକ୍ଷେ ନୃତ୍ୟ* *ପ୍ରତିଯୋଗିତା-୨୦୨୫ : Ommtv କଳିଙ୍ଗ ବିକାଶ

ମା'ଖରାଖାଇଙ୍କ ପୀଠରେ ଗଣେଶ ପୂଜା ଉପଲକ୍ଷେ ନୃତ୍ୟ* *ପ୍ରତିଯୋଗିତା-୨୦୨୫ : Ommtv କଳିଙ୍ଗ ବିକାଶ

କଟକସଦର ଖବର (ବ୍ୟୁରୋ) : ( ଫୁଲନଖରା ରୁ ଡନ ଙ୍କ ରିପୋର୍ଟ )

 କଟକ ମହାନଗର ନିଗମର ୫୯ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ମୁଗଭଙ୍ଗା ଗ୍ରାମର ଆରାଧ୍ୟା ଦେବୀ ମା' ଖରାଖାଇଙ୍କ ପୀଠସ୍ଥଳୀରେ ମା' ଖରାଖାଇ ଗଣେଶ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଗଣେଶ ପୂଜା ଉପଲକ୍ଷେ ଏକ ନୃତ୍ୟ ସଙ୍ଗୀତ ଭିତ୍ତିକ ରଙ୍ଗାରଙ୍ଗ ନୃତ୍ୟ ପ୍ରତିଯୋଗୀତା - ୨୦୨୫ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଭୁତି ବିହାରୀ ତ୍ରିପାଠୀ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବିଚାରପତି ଭାବେ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ଓ ନୃତ୍ୟଗୁରୁ ବଵି ଇସ୍‌ଲାମ ଓ ଅନ୍ୟତମ ବିଚାରପତି ଭାବେ ନୃତ୍ୟଗୁରୁ ସୈlଭାଗ୍ୟ ଲେଙ୍କା ଯୋଗ ଦେଇଥିଲେ କାର୍ଯ୍ୟକ୍ରମ ଟିକୁ ସଂଯୋଜନା ଓ ଉପସ୍ଥାପନା କରିଥିଲେ ଲେଖକ ଓ ଗୀତିକାର ତଥା ଯୁବନିର୍ଦ୍ଦେଶକ ପ୍ରସନ୍ନ କୁମାର ବିଶ୍ବାଳ।

ନୃତ୍ୟ ପ୍ରତିଯୋଗୀତାରେ ଅଞ୍ଚଳର ବହୁ ପ୍ରତିଭାବାନ ନୃତ୍ୟଶିଳ୍ପୀ ମାନେ ଭାଗ ନେଇ ନିଜର ନୃତ୍ୟ ପଦର୍ଶନ କରିଥିଲେ।ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟ୍ୟରେ ଯଥାକ୍ରମେ ଦୁଇଟି ବିଭାଗ ଜୁନିୟର ଓ ସିନିୟର କରାଯାଇଥିଲା। ଜୁନିୟର ବିଭାଗରେ ୧୯ ଜଣ ଅଂଶଗ୍ରହଣ କରିଥିବା ବେଳେ ସିନିୟର ବିଭାଗରେ ୧୭ଜଣ ଅଂଶଗ୍ରହଣ କରି ନିଜର ପ୍ରତିଭା ପଦର୍ଶନ କରିଥିଲେ। ବିଚାରକ ମାନେ ନୃତ୍ୟର ଅଙ୍ଗଭଙ୍ଗୀ ପରଖି ନିଜର ସୁଚନ୍ତିତ ମତକୁ ମୂଲାୟନ କରିଥିଲେ। ଜୁନିୟର ବିଭାଗରେ* *ପ୍ରଥମ ସ୍ଥାନ ରୋଶ୍ମି ପରିଡା ( ପ୍ରତାପ ନଗରୀ, କଟକ ) ଦ୍ଵିତୀୟ ସ୍ଥାନ ଶୁଭାଶିଷ ବେହେରା (ନୂଆ କାଚରାମାଳ, କଟକ )ତୃତୀୟ ସ୍ଥାନ ଅନନ୍ୟା ଦଳାଇ (ମୁଗଭଙ୍ଗା,କଟକ) ଅଧିକାର କରିଥିବା ବେଳେ ସିନିୟର ବିଭାଗ ରେ ପ୍ରଥମ ସ୍ଥାନ ପ୍ରତ୍ୟାଶା ପ୍ରଧାନ (କୁଳସରଚୁଆଁ, ବେଶ୍ଟକାର, କଟକ) ଦ୍ୱତୀୟ ସ୍ଥାନ ସାଇସ୍କୃତି ମହାନ୍ତି (ତେଲେଙ୍ଗାପେଣ୍ଠ, କଟକ) ତୃତୀୟ ସ୍ଥାନ ସ୍ଵୟଂପ୍ରଭା ସାହୁ (ତେଲେଙ୍ଗାପେଣ୍ଠ, କଟକ ) ଚତୁର୍ଥ ସ୍ଥାନ ଅନୁଷ୍କା ରାୟ (ନଖରା, ଖୋର୍ଦ୍ଧା ) ଅଧିକାର କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ସହ ଭାରତୀୟ ମୁଦ୍ରା ଦେଇ ପୁରସ୍କୂତ କରାଯାଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଟିକୁ ଦେଖିଵା ଲାଗି ଆଖ ପାଖ ଗ୍ରାମର ବହୁ .ଲୋକଙ୍କ ସମାଗମ ହୋଇଥିଲା। ଶାନ୍ତି ଶୃଙ୍ଖଳା ଲାଗି ପୋଲିସ ପ୍ରଶାସନ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମଟିକୁ ମା' ଖରାଖାଇ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଏଵଂ ମୁଗଭଙ୍ଗା ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।*