ବିଷମକଟକ ବିଧାୟକ ନୀଳମାଧଵ ହକକାଙ୍କୁ ଭେଟି ଦାବି ପତ୍ର ଦେଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ :Ommtv Kalingavikas

ବିଷମକଟକ ବିଧାୟକ ନୀଳମାଧଵ ହକକାଙ୍କୁ ଭେଟି ଦାବି ପତ୍ର ଦେଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ :Ommtv Kalingavikas

ବିଷମକଟକ ବିଧାୟକ ନୀଳମାଧଵ ହକକାଙ୍କୁ ଭେଟି ଦାବି ପତ୍ର ଦେଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ :Ommtv Kalingavikas

ବିଷମକଟକ ବିଧାୟକ ନୀଳମାଧଵ ହକକାଙ୍କୁ ଭେଟି ଦାବି ପତ୍ର ଦେଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଦସ୍ୟ :Ommtv Kalingavikas

କଳାହାଣ୍ଡି ଜିଲ୍ଲା,୨୬/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଗତକାଲି ସୋମବାର ଦିନ ସକାଳ ୧୧ଘଣ୍ଟା ୪୫ ମିନିଟ ସମୟରେ ରାୟଗଡା ଜିଲ୍ଲା ବିଷମକଟକ ବିଧାୟକ ନୀଳମାଧବ ହିକକାଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ସମ୍ପାଦକ ନିର୍ମଳ ସାମଲ, କୋଷIଦକ୍ଷ ମହେଶ୍ୱର ପତି,ଉପ ସଭାପତି ବାଳି ନାଏକ, ସଦସ୍ୟ ସେନାପତି ନାଏକ,ସଦସ୍ୟ ଅନନ୍ତ ପାଲ, ସଦସ୍ୟ ରୋମିଓ ରଞ୍ଜନ ସାମଲ, ଉପଦେଷ୍ଟା ଚନ୍ଦ୍ରଧ୍ଵଜ ପେସନିଆ, ଟ୍ରକ ସଙ୍ଘ ସଭାପତି ଚନ୍ଦ୍ର ଶେଖର ବେହେରା,ଉପ ସଭାପତି ବଟକୃଷ୍ଣ ପୃଷ୍ଟି, ରଞ୍ଜିତ ପାଢ଼ୀ, ଶ୍ରୀମୁଖ ଅଗସ୍ତି,ସ୍ବେଛାସେବୀ ସୁବାଷ ଅଗ୍ରୱାଲ, ଶଙ୍କର ପରିଡା,ଅଶୋକ ପଟ୍ଟନାୟକ, ସୁରେଶ ତଡି ଓ ସମସ୍ତ ୨୦ ଜଣିଆ ସଦସ୍ୟ ଦଳ ଯାଇ ବିଷମକଟକ ବିଧାୟକ ଶ୍ରୀ ହିକକାଙ୍କୁ ଭେଟିଥିଲେ I

ବିଧାୟକଙ୍କୁ ଲାଞ୍ଜିଗଡ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର ଯେ କୌଣସି ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଉତ୍ତଳନ କରି ଲାଞ୍ଜିଗଡ ସ୍ଥିତ ବେଦାନ୍ତ କାରଖାନାକୁ କାଞ୍ଚମାଲ ଯୋଗେଇ ଦିଆଯାଉ ବୋଲି ଦାବି କରଥିଲେ I ଲାଞ୍ଜିଗଡ ସ୍ଥିତ ଆଲୁମିନା କାରଖାନା ବାହାର ଦେଶରୁ ବା ବିଦେଶରୁ ଆଜି ପର୍ଯ୍ୟନ୍ତ କଞ୍ଚାମାଲ ବକ୍ସIଇଡ ଅଧିକ ଟେକ୍ସ ଦେଇ ଆଣୁଅଛି ଆଜକୁ ୨୨ ବର୍ଷ ହେଲା ବେଦାନ୍ତ କମ୍ପାନୀର ନିଜସ୍ୱ ବୋଲି ଖଣି ନ ଥାଇ ବି ଆଜି ପର୍ଯ୍ୟନ୍ତ ବିଦେଶରୁ କଞ୍ଚାମାଲ ଆଣି ପ୍ଲାଣ୍ଟ ଚଲେଇ ଆସିଛି ବୋଲି ସମସ୍ତ ସଦସ୍ୟ ଶ୍ରୀ ହିକକାଙ୍କ ପାଖରେ ଉପସ୍ଥାପନ ରଖିଥିଲେ ଓ ତତ ସଙ୍ଗେ ସଙ୍ଗେ ସମସ୍ତ ସଦ୍ୟସ ବିଧାୟକଙ୍କୁ କହିଥିଲେ ଯେ ଯଦି ଲାଞ୍ଜିଗଡ ସ୍ଥିତ କମ୍ପାନୀକୁ ଯଥାଶୀଘ୍ର କଞ୍ଚାମାଲ ବକ୍ସIଇଡ଼ ଯୋଗେଇ ନ ଦିଆଯାଏ ତେବେହେଲେ ବହୁତ ଶୀଘ୍ର କମ୍ପାନୀ ବନ୍ଦ ହେଇଯିବାର ବହୁତ ସମ୍ଭାବନା ଅଛି,ଯଦି କାଲି ଦିପ୍ରହରରେ ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ବନ୍ଦ ହୋଇଯାଏ ତେବେହେଲେ ସମଗ୍ର କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର ହିଁ ଅଧିକ ଖେତୀ ହେବ ତେଣୁକରି ଆପଣ ରାଜ୍ୟ ସରକାରଙ୍କ ପାଖରେ ଆମର ଏଇ କଥା ଟିକୁ ନେଇ ଉପସ୍ଥାପନା କରନ୍ତୁ ବୋଲି ଦାବି କରିଥିଲେ I ତାପରେ ସମସ୍ତେ ଆଞ୍ଚଳିକ ବିକାଶ ପରିଷଦ ୨୦ ଜଣିଆ ଦଳ ବିଧାୟକ ଶ୍ରୀ ହିକକIଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ, ସେଠାରେ ବିଷମକଟକ ବିଧାୟକ ପ୍ରତି ଉତ୍ତରରେ କହିଥିଲେ ମୁଁ ବିଧାନସଭାରେ ପ୍ରଶ୍ନ ରଖିବି ଓ ତତ ସଙ୍ଗେ ସଙ୍ଗେ ମଧ୍ୟ ମୁଖ୍ୟମନ୍ତ୍ରୀ,ଖଣି ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀଙ୍କ ମୁଁ ଦେଖା କରି କହିବି ଯଦି ଲାଞ୍ଜିଗଡ ସ୍ଥିତ ଶିଳ୍ପକୁ କଳାହାଣ୍ଡି ଜିଲ୍ଲା ହେଉବା ରାୟଗଡା ଜିଲ୍ଲାର କେଉଁଠିର ହେଲେ ବକ୍ସIଇଡ଼ ଖଣୀରୁ କଞ୍ଚାମାଲ ଯୋଗାଇ ଦିଆଯାଉ ବୋଲି ସରକାରଙ୍କୁ ଜଣେଇବି ବୋଲି ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସମସ୍ତ ସଦସ୍ୟ ଙ୍କ ପାଖରେ ମତ ପ୍ରକାଶ କରିଥିଲେ I ତାପରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ଯାଇଥିବା ୨୦ ଜାଣିଆ ଦଳ ଶ୍ରୀ ହିକକାଙ୍କୁ ଧନ୍ୟବାଦ ଦେଇ ସେଠାରୁ ସମସ୍ତେ ଫେରି ଆସିଥିଲେ I