ଲାଞ୍ଜିଗଡ ବିଧାୟକଙ୍କୁ ଭେଟିଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ କମିଟି :Ommtv Kalinga Vikas
ଲାଞ୍ଜିଗଡ ବିଧାୟକଙ୍କୁ ଭେଟିଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ କମିଟି :Ommtv Kalinga Vikas
ଲାଞ୍ଜିଗଡ ବିଧାୟକଙ୍କୁ ଭେଟିଲେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ କମିଟି :Ommtv Kalinga Vikas
କଳାହାଣ୍ଡି ଜିଲ୍ଲା,୨୪/୦୮ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଗତକାଲି ରବିବାର ଦିନ ସକାଳ ୧୧ ଘଣ୍ଟା ସମୟରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ,ସମ୍ପାଦକ ନିର୍ମଳ ସାମଲ, କୋଷIଦକ୍ଷ ମହେଶ୍ୱର ପତି,ଉପଦେଷ୍ଟା ଚନ୍ଦ୍ରଧ୍ଵଜ ପେସନିଆ, ଟ୍ରକ ସଙ୍ଘ ସଭାପତି ଚନ୍ଦ୍ର ଶେଖର ବେହେରା,ଉପ ସଭାପତି ବଟକୃଷ୍ଣ ପୃଷ୍ଟି, ରଞ୍ଜିତ ପାଢ଼ୀ, ଶ୍ରୀମୁଖ ଅଗସ୍ତି,ସ୍ବେଛାସେବୀ ସୁବାଷ ଅଗ୍ରୱାଲ, ଶଙ୍କର ପରିଡା,ଅଶୋକ ପଟ୍ଟନାୟକ, ସୁରେଶ ତଡି ଓ ସମସ୍ତ ୨୦ ଜଣିଆ ସଦସ୍ୟ ଦଳ ଯାଇ ଲାଞ୍ଜିଗଡ ବିଧାୟକ ଶ୍ରୀ ଦିଶାରୀଙ୍କୁ ଭେଟିଥିଲେ I ଶ୍ରୀ ବିଧାୟକଙ୍କୁ ଲାଞ୍ଜିଗଡ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାର ଯେ କୌଣସି ବକ୍ସIଇଡ଼ ଖଣିରୁ କଞ୍ଚାମାଲ ଉତ୍ତଳନ କରି ଲାଞ୍ଜିଗଡ ସ୍ଥିତ କାରଖାନାକୁ କାଞ୍ଚମାଲ ଯୋଗେଇ ଦିଆଯାଉ ବୋଲି କହିଥିଲେ I

ଲାଞ୍ଜିଗଡ ସ୍ଥିତ ଆଲୁମିନା କାରଖାନା ବାହାର ଦେଶରୁ ବା ବିଦେଶରୁ ବକ୍ସIଇଡ ଆଣି ଅଧିକ ଟେକ୍ସ ଦେଇ ଆଣିଛି ଆଜକୁ ୨୨ ବର୍ଷ ହେଲା ତାର ନିଜସ୍ୱ ବୋଲି ଖଣି ନ ଥାଇ ଆଜି ପର୍ଯ୍ୟନ୍ତ ବିଦେଶରୁ କଞ୍ଚାମାଲ ଆଣି ପ୍ଲାଣ୍ଟ ଚଳେଇ ଆସିଛି ବୋଲି ସମସ୍ତ ସଦସ୍ୟ ଶ୍ରୀ ଦିଶାରୀଙ୍କ ପାଖରେ ପରି ପ୍ରକାଶ କରିଥିଲେ I ତାପରେ ସମସ୍ତେ ଆଞ୍ଚଳିକ ବିକାଶ ପରିଷଦ ୨୦ ଜଣିଆ ଦଳ ବିଧାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ, ସେଠାରେ ଲାଞ୍ଜିଗଡ ବିଧାୟକ ପ୍ରତି ଉତ୍ତରରେ କହିଥିଲେ ମୁଁ ବିଧାନସଭାରେ ପ୍ରଶ୍ନ ଉତ୍ତର ରଖିବି ଓ ତତ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ,ଖଣି ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀଙ୍କ ମୁଁ ଦେଖା କରି କହିବି ଯଦି ଲାଞ୍ଜିଗଡ ସ୍ଥିତ ଶିଳ୍ପକୁ କଳାହାଣ୍ଡି ଜିଲ୍ଲା ହେଉବା ରାୟଗଡା ଜିଲ୍ଲାର କେଉଁଠିର ହେଲେ ବକ୍ସIଇଡ଼ ଖଣୀରୁ କଞ୍ଚାମାଲ ଯୋଗାଇ ଦିଆଯାଉ ବୋଲି ସରକାରଙ୍କୁ ଜଣେଇବି ବୋଲି ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସମସ୍ତ ସଦସ୍ୟ ଙ୍କ ପାଖରେ ମତ ବ୍ୟକ୍ତ କରିଥିଲେ I ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ଯାଇଥିବା ୨୦ ଜାଣିଆ ଦଳ ଶ୍ରୀ ଦିଶାରୀଙ୍କ ସାଥିରେ ଭେଟି କଥା ହେଇ ଫେରିଥିଲେ I
