ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଏକାଦଶ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି:Ommtv

ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଏକାଦଶ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି:Ommtv

ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଏକାଦଶ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି:Ommtv

ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଏକାଦଶ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି:Ommtv

କଳାହାଣ୍ଡି ଜିଲ୍ଲା,୨୧/୦୫ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଲାଞ୍ଜିଗଡ଼ ପଞ୍ଚାୟତ ସମିତିର ଏକାଦଶ ଅଧିବେଶନ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲୋକସଭା ସାଂସଦ ପ୍ରତିନିଧି ଭାଗିରଥି ଧଙ୍ଗଡ଼ାମାଝୀ,ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ,ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ,ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ I ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଅଧିବେଶନରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ଠାକୁର ସ୍ୱାଗତ ଅଭିଭାଷଣ ସହିତ ବିବରଣୀ ପାଠ କରିଥିଲେ I ଅଧିବେଶନରେ ବ୍ଲକ ଅଞ୍ଚଳବାସୀଙ୍କ ଅଭଯୋଗ ସ୍ଵାସ୍ତ୍ୟ,ଶିକ୍ଷା, ପାନୀୟ ଜଳ ଓ ବିଦୂତ ଭଳି ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ଜନପ୍ରତିନିଧିମାନେ ଗର୍ଜିଥିଲେ I ଅଧିକାଂଶ ସ୍ୱାସ୍ଥ୍ୟକର୍ମୀ ନିଜେ ନିଜ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଯୋଗୁଁ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳୁ ପାରୁନାହିଁ I ଶିଶୁ, ଗର୍ଭବତୀ,ପ୍ରସ୍ତୁତି ମହିଳା ଗୁରୁତ୍ୱର ରୋଗୀ ବୁଢାବୁଢ଼ୀମାନେ ପ୍ରାଥମିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହୁଥିବା ଅଭିଯୋଗ ଆଣିଥିଲେ I ସେହିପରି ଅଧିକାଂଶ ବିଦ୍ୟାଳୟରେ ପନ୍ଦର ଷୋହଳ ବର୍ଷ ଧରି ଶିକ୍ଷକ ଶିକ୍ଷୟତ୍ରୀମାନେ ବଦଳି ନ ହେବା ଯୋଗୁଁ ଶିକ୍ଷା ବ୍ୟବସ୍ତା ଭୁଶୁଡିବାରେ ଲାଗିଛି I ତେଣୁକରି ସମସ୍ତ ଶିକ୍ଷକ ଶକ୍ଷୟତ୍ରୀଙ୍କୁ ବଦଳି କରାଯାଉ ବୋଲି ଜନପ୍ରତିନିଧିମାନେ ଦାବୀ କରିଥିଲେ I ସେହିପରି ଗ୍ରୀଷ୍ମପ୍ରବହ ଆରମ୍ଭରୁ ପ୍ରତେକ ପଞ୍ଚାୟତର ପ୍ରତେକ ଗ୍ରାମରେ ପାନୀୟଜଳ ଅଭାବ ଦେଖା ଦେଇଛି I ଏହି ଅଭିଯୋଗ ବିଭାଗକୁ ଅଭିଯୋଗ କଲା ପରେ ମଧ୍ୟ ବାରମ୍ବାର ଜଣେଇବା ନ ଶୁଣିବା ହେତୁ ଜନପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ I ସେହିପରି ବିଦୂତ ବିଭାଗର ଅଘୋଷିତ ବିଦୂତ କାଟ ଚରମସୀମାରେ ପହଞ୍ଚିଥିବାରୁ ଉଦବେଗ ପ୍ରକାଶ ପାଇଥିଲା I ଏହି ଏକାଦଶ ପଞ୍ଚାୟତ ସମିତି ଅଧିବେଶନରେ ଏଥିରେ ଜିଲ୍ଲା ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ I ସେହିପରି ବ୍ଲକର ୨୬ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ,ସଭ୍ୟାମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ I