ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗ୍ରୀଷ୍ମକାଳୀନ ଶିବିର ୨୦୨୫:Ommtv
ଚନ୍ଦ୍ରଶେଖପୁର, ୧୬/୫ (KV): ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆରମ୍ଭ ହୋଇଛି ମେ ମାସ ଗ୍ରୀଷ୍ମ ଶିବିର ଜମ୍ପ୍ ଇନଟୁ ସମର ଫନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶକୁ ଲକ୍ଷ୍ୟକରି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁର ବିଶେଷ କରି ଅଦରକାରୀ କାଗଜରେ ସୁନ୍ଦର ଓ ଆକର୍ଷଣୀୟ ମଡ଼େଲ ପ୍ରସ୍ତୁତି, ସ୍ୱାସ୍ଥ୍ୟ ସଂପର୍କିତ ଯୋଗ, ନିଜର ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ବା କରାଟେ, ସହ ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର, ଚିତ୍ରକଳା, କ୍ଲେ ଆର୍ଟ, ୱାଲ୍ ହେଙ୍ଗିଙ୍ଗ୍, ବାସ୍କେଟବଲ, କ୍ରିକେଟ୍, ସନ୍ତରଣ, ପ୍ରେସ୍ ମିଟ୍, ଗ୍ଳାସ ପେଣ୍ଟିଂ, ବିନା ଇନ୍ଧନରେ ଖାଦ୍ୟ ପ୍ରସ୍ତୁତି, ଅନ୍ୟଙ୍କ ପ୍ରତି ସେବା ଆଦର ଆଚରଣ, ଫେସନ-ଶୋ ଇତ୍ୟାଦି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଭିନ୍ନ ବିଷୟରେ କୃତୀ ଛାତ୍ର, ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ନିର୍ଦ୍ଦେଶକ ସୂର୍ଯ୍ୟପ୍ରକାଶ ପତି, ମ୍ୟାନେଜର ବସନ୍ତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ଜି.ରାମ କିଶୋର, ଉପ-ସଭାପତି ଶଶାଙ୍କ ଶେଖର ପତି, ପ୍ରଶାସକ ହିଂମାଶୁ ଶେଖର ପତି, ସଂପାଦକ ବିଜୟ କୁମାର ନାୟକ ଓ ଉପାଧ୍ୟକ୍ଷ ମହେଶ କୁମାର ମିଶ୍ର, ମିନତି ରଥ, ସମିର ମହାପାତ୍ର, ବିନିତା ଦାସ, କଳ୍ପନା ସାହୁ, ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଉକ୍ତ ଦିବସରେ ବିଦ୍ୟାଳୟର ଦ୍ଵାଦଶ ଏବଂ ଦଶମ ପରୀକ୍ଷାରେ ଶ୍ରେଷ୍ଠ ଆସନରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।