ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ପାଲିଟିଛି ମରଣ ଯନ୍ତା:Ommtv
ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ପାଲିଟିଛି ମରଣ ଯନ୍ତା:Ommtv
ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ପାଲିଟିଛି ମରଣ ଯନ୍ତା:Ommtv

କଳାହାଣ୍ଡି ଜିଲ୍ଲା, ୦୫/୦୫ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ ଚଳିତ ବର୍ଷ ଜାନୁଆରୀ ମାସ ୧୦ ତାରିଖ ଦିନ ଆରମ୍ଭ ହେଲା ମୁଖ୍ୟ ରାସ୍ତା କଡରେ ଥିବା ଡ୍ରେନକୁ ସଫା କରା ଗଲା ତାରି ଦଶ ପନ୍ଦର ଦିନ ଭିତରେ କାମ ସରିଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ଯେଉଁ ଡ୍ରେନ ଥିଲା ତାରି ଉପରେ ଆଘରୁ ପ୍ଲେଟ ପଡିଥିଲା I ସେହି ଡ୍ରେନ ସଫା କରିବା ସମୟରେ ପୁରୁଣା ପ୍ଲେଟ ଭାଙ୍ଗିଗଲା ଯାହା ଫଳରେ ସେହି ଡ୍ରେନ ମାଧ୍ୟ୍ୟରୁ ଅପରିଷ୍କାର ଆବର୍ଜନା କାଢ଼ଗଲା ପରେ ଚାରି ମାସ ପୁରିବାକୁ ଯାଉଛି ପଛେ ତାରି ଉପରେ ନୂତନ ପ୍ଲେଟ ବନାଇ ପକେଇବାର ନା ଧରୁ ନାହାନ୍ତି ଲାଞ୍ଜିଗଡ ପଞ୍ଚାୟତ I ଡ୍ରେନ ଉପରେ ନେଇ ଲାଞ୍ଜିଗଡ ପଞ୍ଚାୟତର ସରପଞ୍ଚଙ୍କୁ ଆମେ ଦୁଇ ମାସ ତଳେ ଭେଟି ପଚାରିଥିଲୁ ସେ ଆମକୁ ପ୍ରତି ଉତ୍ତର ଦେଇ କହିଥିଲେ ଯେ ଯଥା ଶୀଘ୍ର ନୂତନ ସିମେଣ୍ଟ ପ୍ଲେଟ ବନେଇ ଆମେ ଡ୍ରେନ ଉପରେ କଭର କରିଦେବୁ I ତାପରେ ଆମେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମେହେରଙ୍କୁ ପଚାରିଥିଲୁ ସେ ସେହି ସମାନ ବକ୍ତବ୍ୟ ଆମରି ପାଖରେ ରଖିଥିଲେ I ଲାଞ୍ଜିଗଡ ଗୋଟେ କଳ କାରଖାନା ଇଲାକା ଅଟେ ଏଠାରେ ପ୍ରତେକ ଦିନ ଶହଶହ ଗାଡି ଚଳାଚଳ କରିଥାଏ,ସହରର ମୁଖ୍ୟ ରାସ୍ତାର ଦୁଇ ପାଖର ଡ୍ରେନ ସଫା କରିଦେଇ ପ୍ଲେଟ ଡ୍ରେନ ଉପରେ ପକେଇବା ଫଳରେ ଜନସାଧାରଣ ହୋଉ ବା ଗାଡି ଯିବା ଆସିବା ପାଇଁ ବୋହୁତ ଅସୁବିଧା ଓ ଅଘଟଣ ମାନ ଘଟୁଛି I ଯାହାଫଳରେ ସେହି ଡ୍ରେନ ମୁକୁଳା ପଡି ଥିବା ହେତୁ ସେହି ଡ୍ରେନ ଭିତରେ ବୋହୁ ଲୋକ,ଗାଇ,ଗୋରୁ ଗଳି ପଡୁଛନ୍ତି ଯାହାକି ଧନ ଜୀବନ କ୍ଷତି ହେଉଅଛି I ଲାଞ୍ଜିଗଡ ପଞ୍ଚାୟତ ଏଇ ପ୍ରକାର ପଞ୍ଚାୟତଯେ ସେଠାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ସପ୍ତାହକୁ ଗୋଟି ଦିନ ସେ ପୁଣି ମଙ୍ଗଳ ବାର ଦିନ ଆସିଥାନ୍ତି I ସମାନ ସେହି ଭଳି ସରପଞ୍ଚ ପଞ୍ଚାୟତକୁ ପ୍ରତେକ ସପ୍ତାହରେ ଥରେ ବା ଦୁଇ ଥର ଆସିଥାନ୍ତି ଯାହାକି ଲାଞ୍ଜିଗଡ ପାନୀୟ ଜଳ ପାଇଁ ହୋଉବା ପରିଚୟ ପତ୍ର ବା ବିକାଶ ମୂଳକ କାମ ପାଇଁ ପଞ୍ଚାୟତକୁ ସମସ୍ତ ଲୋକେ ଦୁଃଖ କହିବାକୁ ଆସିଥାନ୍ତି ସେତେବେଳେ ସରପଞ୍ଚ ଆସିଥାନ୍ତି ନା କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସିନଥାନ୍ତି I ଯେଉଁ ଲୋକଟିର କାମ ଥାଏ ସେ ନିରାଶ ହୋଇ ଫେରି ଯାଇଥାନ୍ତି ଶେଷରେ ସେ ଲୋକଟି ବାଧ୍ୟ ହୋଇ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଫୋନ୍ କରଥାନ୍ତି ସେମାନେ ପ୍ରତି ଉତ୍ତରରେ କହିଥାନ୍ତି ଯେ ମୁଁ ବ୍ଲକ କାମରେ ବ୍ୟସ୍ତ ଅଛି ପଛେ ଆପଣଙ୍କୁ ମୁଁ ଫୋନ୍ କରିବି କିନ୍ତୁ ସେ କାର୍ଯ୍ୟ ନିର୍ବାହ ଅଧିକାରୀ ହୋଉବା ସରପଞ୍ଚ ଲୋକଙ୍କୁ ଫୋନ୍ କରି କୌଣସି କାର୍ଯ୍ୟ ସୁଚାରୁ ରୂପେ ତୁଲାନ୍ତି ନାହିଁ I ସରପଞ୍ଚ ନା ଲାଞ୍ଜିଗଡରେ ରହୁଛନ୍ତି ତାଙ୍କ ଘରକୁ ଯାଇ କାମ କରିବାକୁ ପଡିଥାଏ I କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ଲକ କାମରେ ନଥାଇ ମଧ୍ୟ ଲୋକଙ୍କୁ ମିଛ କହିଥାନ୍ତି ଏହା ଯେ ମୁଁ ବ୍ଲକ କାମରେ ବ୍ୟସ୍ତ ଅଛି ଆରି ତାତ୍ପର୍ଯ୍ୟ କଣ ? ଯାହା ଫଳରେ ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ I ଆଜି ସକାଳୁ ଆମେ ଲାଞ୍ଜିଗଡ ପଞ୍ଚାୟତକୁ ସକାଳ ୦୯ ଘଣ୍ଟା ୪୮ ମିନିଟ ସମୟରେ ଯାଇଥିଲୁ ଆମ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ,ଏ ଡି ଓ କେଦାର ହିଆଲ, ପରମାନନ୍ଦ ନାଏକ, ଗଜେନ୍ଦ୍ର ମାଝୀ,ଜି ଆର ଏସ ରାଜେନ୍ଦ୍ର ମାହାଙ୍କୁଡ ଉପସ୍ଥିତ ଥିବା ସମୟରେ ଆମେ ସେଠାରେ ପହଞ୍ଚିଥିଲୁ କିନ୍ତୁ ସେତ ବେଳକୁ ସରପଞ୍ଚ ମେଡମ ଆସିନଥିଲେ ତାପରେ କିଛି ସମୟ ପରେ ସରପଞ୍ଚ ମେଡମ ଆସିଥିଲେ ତାପରେ ଆମେ ମେଡମଙ୍କୁ ଲାଞ୍ଜିଗଡର ମୁଖ୍ୟ ରାସ୍ତା ଅବର୍ଜନା ଓ ମୁକୁଳା ପଡ଼ିଥିବା ଡ୍ରେନ କଥା ପଚାରିଥିଲୁ କିନ୍ତୁ ସରପଞ୍ଚ ମେଡମ ପୂର୍ବରୁ କହିଥିବା କଥାକୁ ଦୋହରେଇ ଥିଲେ I ଶେଷରେ ମେଡମ ରାଗିଯାଇ କହିଥିଲେଯେ ତମେ ବେଦାନ୍ତ ବିରୋଧରେ କାହିଁଙ୍କି ନିୟୁଜ କରୁନ ବେଦାନ୍ତତ କିଛି ହେଲେ ଲାଞ୍ଜିଗଡ ପାଇଁ କିଛି କାମ କରୁନି ତମେ ତାରି ବିରୋଧରେ ନିୟୁଜ କର ତାପରେ ଆମେ ମେଡମଙ୍କୁ ପ୍ରତି ଉତ୍ତରରେ କହିଥିଲୁଯେ ଏଇ କାମ ବେଦାନ୍ତ କରିବନି ପଞ୍ଚାୟତ କରିବ କହି ଆମେ ସେଠାରୁ ଚାଲି ଆସିଥିଲୁ I ଏହି ରାସ୍ତା ଡ୍ରେନ କାମ ଯଥାଶୀଘ୍ର ସମ୍ପୂର୍ଣ ନ କରାଯାଏ ତେବେହେଲେ ଭବିଷତରେ ମହା ଜନ ଆନ୍ଦୋଳନ ହୋଇ ମୁଣ୍ଡ ଟେକିବ ବା ପ୍ରଖର ରୂପ ନେବ I
