ସଂଗୀତ ଝଙ୍କାର କଳା ସଂସଦ

ସଂଗୀତ ଝଙ୍କାର କଳା ସଂସଦ

ସଂଗୀତ ଝଙ୍କାର କଳା ସଂସଦ

ଓ଼ମ୍ ଟିଭି କଳିଙ୍ଗ ବିକାଶ ହିନ୍ଦୋଳ -ସଂଗୀତ ଝଙ୍କାର କଳା ସଂସଦ:Ommtv Kalinga Vikas

ହିନ୍ଦୋଳ ପକ୍ଷରୁ ଗତ 12 ତାରିଖ ସନ୍ଧ୍ୟାରେ ହିନ୍ଦୋଳ ମାଟିର ସୁନାମଧନ୍ୟ ଅଭିଜ୍ଞା କଣ୍ଠଶିଳ୍ପୀ ମାନଙ୍କୁ ନେଇ ଗଠିତ ହିନ୍ଦୋଳ ଆଇଡ଼ିଆଲ ସିଙ୍ଗର୍ସ ଗ୍ରୁପର ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଡୁଡୁରକୋଟ ସ୍ଥିତ ଶ୍ରୀ ପ୍ରଶ୍ନମଣୀ ମଠ ପ୍ରାଙ୍ଗଣରେ ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୁର୍ଗା ଚରଣ ମିଶ୍ର ଙ୍କ ଦ୍ୱାରା ଉଦଘାଟିତ ହୋଇଛିI ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ହିନ୍ଦୋଳ ବ୍ଲକ ସାଂସ୍କୃତିକ ସଙ୍ଘ ଉପାଧ୍ୟକ୍ଷ ବିମଳ କୁମାର ବିଶ୍ୱାଳ, ସାମାଜସେବି ତ୍ରିନାଥ ବେହେରା ପ୍ରମୁଖ ଯୋଗଦାନ କରିଥିଲେI ଏହି ଗ୍ରୁପ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ସାଇନା ସର, ଅଙ୍କିତା ବାରିକ, ସ୍ବର୍ଣ୍ଣମୟୀ ପ୍ରଧାନ, ସୁଭଦ୍ରା ମାଝୀ, ଶ୍ରାବଣୀ ଦାସ ଓ ବରିଷ୍ଠ କଣ୍ଠଶିଳ୍ପୀ ଟିଟନ ଦାସ, ସତ୍ୟାନନ୍ଦ ସାହୁ,ମୁକେଶ ନାଥ, ସୁମଙ୍ଗଳ ମହାପାତ୍ର, ଲିକୁନ ପତି ପ୍ରମୁଖ ଦଶ ଜଣ କଳାକାର ସ୍ଥାନ ପାଇଛନ୍ତିI ବାଦ୍ୟ ଯନ୍ତ୍ର ରେ ଯୁଗଳ ସାହୁ, ଲିଟୁ ସାହୁ, ସଞ୍ଜୟ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି। ଅନୁଷ୍ଠାନ ର ସଭାପତି ରତିକାନ୍ତ ଗଡ଼ନାୟକ ଙ୍କ ପ୍ରଚେଷ୍ଠା ରେ ଏଭଳି ଏକ ଭଜନ ସନ୍ଧ୍ୟା ଗ୍ରୁପ ହିନ୍ଦୋଳ ରେ ପ୍ରଥମ କରି ଶୁଭାରମ୍ଭ ହୋଇ ପାରି ଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ହିନ୍ଦୋଳ ଗ୍ରାମାଞ୍ଚଳ ରେ ଥିବା କଳାକାର ମାନଙ୍କୁ ରାଜ୍ୟରେ ପରିଚୟ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ୟେଶ। ଅନୁଷ୍ଠିତ ଭଜନ ସନ୍ଧ୍ୟା ରେ ବହୁ ଦର୍ଶକ ଯୋଗ ଦେଇ କଣ୍ଠଶିଳ୍ପୀ ମାନଙ୍କ ଉଚ୍ଚ କୋଟିର ଭଜନ ପରିବେଷଣ ଉପଭୋଗ କରିଥିଲେ। ହିନ୍ଦୋଳ ର ଏହି ଗ୍ରୁପ ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ତଥା ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଜଗନ୍ନାଥ ଙ୍କ ଭଜନ ପରିବେଷଣ ସହ ମହିମା ପ୍ରଚାର ପ୍ରସାର କରି ହିନ୍ଦୋଳ କଳାକାର ମାନଙ୍କ ଦକ୍ଷତା ପ୍ରଦର୍ଶନ କରି ପାରିବ।