ବିଶ୍ଵ ପରିବେଶ ଦିବସ ପାଳନ:Ommtv Kalinga Vikas
ବିଶ୍ଵ ପରିବେଶ ଦିବସ ପାଳନ:Ommtv Kalinga Vikas
ବିଶ୍ଵ ପରିବେଶ ଦିବସ ପାଳନ:Ommtv Kalinga Vikas

ଢେଙ୍କାନାଳ ରତିକାନ୍ତ ଗଡନାୟକ।
ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ବାଙ୍କଟିଆ ସ୍ଥିତ ଗଣେଶ୍ଵର କ୍ଲବ ଆନୁକୁଲ୍ୟରେ ଆଜି ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ହିନ୍ଦୋଳ ବ୍ଲକ୍ ର ସମସ୍ତ ମାଟ୍ରିକ୍ ଓ +୨ ମେଧା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ହିନ୍ଦୋଳ ବ୍ଲକ୍ ଶିକ୍ଷା ପ୍ରକଳ୍ପ ସଂଯୋଜକ ଅନାଦି ଚାରଣ ନାଏକ ମୁଖ୍ୟ ବକ୍ତାଭାବେ ଢେଙ୍କାନାଳ ଜିଲ୍ଲା ପରିବେଶ କେନ୍ଦ୍ର ସଂଯୋଜକ ପରିବେଶବିତ୍ ରତିକାନ୍ତ ଗଡନାୟକ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ଓ ସଭାସଦ୍ ମାନଙ୍କୁ ସଚେତନ କରିଥିଲେ। ସ୍କୁଲ୍ ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ସଙ୍ଗୀତ ସହ ନାଟିକା ପ୍ରଦର୍ଶନ କରିଥିଲେ। କ୍ଲବ୍ ସମ୍ପାଦକ ରାଜେନ୍ଦ୍ର ପାଲ ମଞ୍ଚ ସଂଯୋଜନା କରିଥିଲାବେଳେ ସ୍ଵେଚ୍ଛାସେବୀ ମରୁତ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
