ଆମ ପ୍ରତିଭା ଆମ ଆଦର୍ଶ:Ommtv Kalinga Vikas
ଆମ ପ୍ରତିଭା ଆମ ଆଦର୍ଶ:Ommtv Kalinga Vikas
ଆମ ପ୍ରତିଭା ଆମ ଆଦର୍ଶ:Ommtv Kalinga Vikas

Ommtv Kalinga Vikash ଢେଙ୍କାନାଳ ରତିକାନ୍ତ ଗଡନାୟକ।
ଆମ ପ୍ରତିଭା ଆମ ଆଦର୍ଶ ହିନ୍ଦୋଳ ପକ୍ଷରୁ ଆଜି ସାତ ମାଇଲ ସ୍ଥିତ ଜନତା କଲେଜ ପରିସରରେ ହିନ୍ଦୋଳ ଓଡାପଡା ବ୍ଲକ୍ ର ମାଟ୍ରିକ୍ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଅନୁଷ୍ଠାନ ଦ୍ଵାରା ଆୟୋଜିତ ସମ୍ବର୍ଦ୍ଧନା କୁ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ଉପ ଜିଲ୍ଲାପାଳ ଶ୍ରୀ ପ୍ରଭାସ କୁମାର ବେହୁରା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଦେବୀ ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ବକ୍ତାଭାବେ ଏସ୍ ଡି ପି ଓ ସତ୍ୟ ପ୍ରକାଶ ନନ୍ଦ ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ତହସିଲଦାର ଦିଲ୍ଲୀପ ସେଠୀ, ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶ୍ରୀନିବାସ ମିଶ୍ର, ଆଲୁମିନା ସଭାପତି ଜନତା କଲେଜ ରତିକାନ୍ତ ଗଡନାୟକ, କଲେଜ ଅଧ୍ୟକ୍ଷା ଡଃ ପୁଷ୍ପରାଣୀ ନାଥ,ଉପଦେଷ୍ଠା ପ୍ରିୟ ରଞ୍ଜନ ମାହୁନ୍ତ ପ୍ରମୂଖ ଯୋଗ ଦେଇ ଦୁଇ ବ୍ଲକ୍ ର ୧୪୦ ଜଣ ପ୍ରତିଭା ଙ୍କୁ ସମ୍ଵର୍ଦ୍ଧିତ କରିଥିଲେ। ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ କୋଷାଧ୍ୟକ୍ଷ ଗୁଡୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
