ହିନ୍ଦୋଳରୁ ଆସିଲା ବଡ଼ ଖବର

Hindol news

ହିନ୍ଦୋଳରୁ ଆସିଲା ବଡ଼ ଖବର

କଳିଙ୍ଗ ବିକାଶ ଢେଙ୍କାନାଳ : ହିନ୍ଦୋଳ ନବ ନିଯୁକ୍ତ ବ୍ଲକ କଂଗ୍ରେସ ସଭାପତି ଇଁ ଗୋବର୍ଦ୍ଧନ ଶେଖର ନାଏକ ଙ୍କ ଆହ୍ୱାନ କ୍ରମେ ଗତକାଲି ସାତ ମାଇଲ ସ୍ଥିତ ଜଳ ସେଚନ ଡାକ ବଙ୍ଗଳା ଠାରେ କଂଗ୍ରେସ ଦଳ କର୍ମୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା କଂଗେସ ସଭାପତି ଛ ବିରାଜ ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପ ସଭାପତି ସୁବାସ ପାଳ, ସମ୍ପାଦକ ରସାନନ୍ଦ ବେହେରା, ଯୁବ କଂଗ୍ରେସ ବ୍ଲକ ସଭାପତି ସୌମ୍ୟ ରଞ୍ଜନ ନାଥ ପ୍ରମୁଖ ଯୋଗ ଦେଇ ବିଗତ ଚବିଶ ବର୍ଷ ର ଅପାରଗ ବିଜେଡି ସରକାର ଓ ଚଳିତ ଡବଲ ଇଂଜିନ ସରକାର ଙ୍କ ଦୁର୍ନୀତି, ଦରିଦ୍ର ମାରଣ ନୀତି, ଚାଷୀ ମାରଣ ନୀତି, ଜନ ବିରୋଧୀ ପ୍ରଶାସନ,ବାବୁରାଜ ବିରୁଦ୍ଧରେ ଗର୍ଜିଥିଲେ। ହିନ୍ଦୋଳ ବ୍ଲକ, ତହସିଲ, ଥାନା,ଡାକ୍ତରଖାନା, ଶିକ୍ଷା ଅଧିକାରୀ,ଗ୍ରାମୀଣ ଜଳ ଯୋଗାଣ, ବନ ବିଭାଗ ପ୍ରତ୍ୟେକ ବିଭାଗ ରେ ଖୁଲମଖୁଲା ଶୋଷଣ ଚାଲିଥିବାର ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ ହୋଇଥିଲା।