ମିଟିଙ୍ଗ ଘନ ଘନ କମ ଶୂନ ଶୂନ
Cuttack news
କେବଳ ବୈଠକ କିନ୍ତୁ ସମାଧାନ ଶୂନ୍ୟ ! କଟକ ବାରବାଟୀ ୧ନଂ ଓ ୨ନଂ ୱାର୍ଡକୁ କାହିଁକି ଅବହେଳିତ ? ଗତ -୩୧/୮/୨୦୧୭ ବିଡାନାସୀ ୧ନଂ ୱାର୍ଡର ନୂତନ ଭାବେ ଶୌଚାଳୟ ନିର୍ମାଣ ହୋଇଥିଲା । କିଛିଦିନ ବା କିଛି ମାସ ଶୌଚାଳୟ ଚାଲୁଥିଲା । ବର୍ତ୍ତମାନ ୪ବର୍ଷରୁ ଉର୍ଦ୍ଧ ହେବ ଶୌଚାଳୟ ବନ୍ଦ ହୋଇ ପଡ଼ିଛି । ଏ ଶୌଚାଳୟ କୁ କଟକ ମ୍ୟୁନିସିପାଲିଟିର ମେହେର ଅଣଦେଖା କରୁଛନ୍ତି । କଟକ ଯୁବନେତା ଦୀପ୍ତିରଞ୍ଜନ ପଣ୍ଡା କଟାକ୍ଷ କରି କହିଛନ୍ତି କେବଳ ସମୀକ୍ଷା ବୈଠକ କିନ୍ତୁ ସମାଧାନ ଶୂନ୍ୟ ! କଟକ ବିଧାୟିକାକୁ ମଧ୍ୟ କହିଛନ୍ତି ୧ନଂ ଓ ୨ନଂ ୱାର୍ଡର କେବେ ପେଟାଧାର ନାଳ ସଫା ହେବ ? ଏବଂ ମଶାମାନଙ୍କ ଠାରୁ ମୁକ୍ତି ମିଳିବ ? ବିଡାନାସୀ ରାସ୍ତାଘାଟ ସୁଧୁରିବ ? ଦୀପ୍ତିରଞ୍ଜନ ପଣ୍ଡାଙ୍କ ଅଧୀନରେ ଲିପୁନା ଦଳେଇ , ପ୍ରକାଶ ବେହେରା , ବିଭୂତି ଦଳେଇ , ଆଶୁତୋଷ ଦାସ , ଅମନ ପରିଡ଼ା ଯୋଗ ଦେଇ ଉପସ୍ଥିତ ରହିଥିଲେ । କଟକର ରିପୋର୍ଟ - ଅମୀୟ ସିଂ

