କଟକ ସହର ର ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ନୂଆପଡା ଅଞ୍ଚଳରେ ଗଣେଶ ପୂଜା : Ommtv କଳିଙ୍ଗ ବିକାଶ
କଟକ ସହର ର ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ନୂଆପଡା ଅଞ୍ଚଳରେ ଗଣେଶ ପୂଜା : Ommtv କଳିଙ୍ଗ ବିକାଶ
କଟକ ସହର ର ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ନୂଆପଡା ଅଞ୍ଚଳରେ ଗଣେଶ ପୂଜା : Ommtv କଳିଙ୍ଗ ବିକାଶ

କଟକ ଖବର (ବ୍ୟୁରୋ) : - ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ନୂଆପଡାରୁ (ଡ଼ନ୍ ଙ୍କ ରିପୋର୍ଟ) ପାର୍ବଣ ଋତୁର ଆଗମନରେ କଟକ ସହରରେ ବଡ଼ ଧୁମ୍ଧାମ୍ରେ ପାଳିତ ହେଉଛି ଆଗ୍ରପୂଜ୍ୟ ବିଘ୍ନନାଶନ ବୁଦ୍ଧିଦାତା ପ୍ରଭୁ ଶ୍ରୀ ଗଜାନନ ଙ୍କ ପୂଜା। ଚ଼ଳିତ ବର୍ଷ ଏହି କ୍ରମରେ କଟକ ସହର ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ନୂଆପଡା ଅଞ୍ଚଳରେ ବେଶ ଜାକ ଜମକ ସହକାରେ ପାଳିତ ହେଉଛି। ଭାଦ୍ରବ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ମହା ଆଡ଼ମ୍ବର ସହ ପାଳିତ ହୁଏ ଅଗ୍ରପୂଜ୍ୟ ଶ୍ରୀବିଘ୍ନନାଶନ ଙ୍କ ପୂଜା।ବର୍ଷକୁ ଥରେ ଧାରାକୁ ଅବତରଣ କରନ୍ତି ଗୌରୀ ନନ୍ଦନ ଶ୍ରୀ ଗଜାନନ। ଗାଁ ଠୁ ସହର ସବୁଠି ଉତ୍ସବମୁଖର ଓ ଚଳଚଞ୍ଚଳ।ବିଭିନ୍ନ ଶିକ୍ଷାନୁଷ୍ଠାନ,ଯୁବଗୋଷ୍ଠି ,କ୍ଲବ ଓ ସଂଗଠନ ତରଫରୁ ପ୍ରତିଯୋଗୀତା ମୂଳକ ସାଜ୍ଜସଜ୍ଜା ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକ ମାଳରେ ସଜେଇ ହେଇ ବିଦ୍ୟାଦାତା ଗଣପତି ନୂଆପଡା ଅଞ୍ଚଳରେ ୪୦ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି।ବୈଦିକ ରୀତିନୀତି,ଷୋଢଶ ଉପଚାର ପୂଜା ଵିଧିରେ ବିଘ୍ନହତ୍ରା ଶ୍ରୀଗଣେଶ ଆବାହନ କରାଯାଉଛି।ସାରା ଅଞ୍ଚଳରେ ଆଧ୍ୟ୍ୟତ୍ମିକ,ଭକ୍ତିମୟ ପରିବେଶ ସୃଷ୍ଟି କରୁଛି।ମଙ୍ଗଳମୂର୍ତ୍ତି କ୍ଲବ 2K13 ନୂଆପଡା ପ୍ରେସ କଲୋନୀ ଆନୁକୂଲ୍ୟରେ ଦୀର୍ଘ ୨ ବର୍ଷ ହେବ ଗଣେଶପୂଜା ପାଳିତ ହୋଇଆସୁଛି।ପ୍ରାୟ ୩୦ ଜଣ ସ୍ଥାୟୀ ସଭ୍ୟ ଓ କର୍ମକର୍ତ୍ତା ନେଇ "ମଙ୍ଗଳ ମୂର୍ତ୍ତି" କ୍ଲବ ଗଠିତ ହୋଇଛି ସଭାପତି - ଅମିତ କୁମାର ମହାନ୍ତି ,ସମ୍ପାଦକ - ସୁବ୍ରଜିତ ପଶାୟତ,କୋଷାଧ୍ଯକ୍ଷ- ଚିନ୍ମୟ ସାହୁ ଅନ୍ୟାନ ସକ୍ରିୟ ସଦସ୍ୟଙ୍କ ସହଯୋଗ ପୂଜାକାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହେଉଛି।ଶ୍ରଦ୍ଧାଳୁ ଓ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ମିନା ବଜାର ଖୋଲିଛି।

ଗଣେଶ ପୂଜା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଜନସାଧାରଣ ବହୁ ମାତ୍ରାରେ ସମାଗମ ହେଉଛି।ଏଥି ପାଇଁ ମଙ୍ଗଳମୂର୍ତ୍ତି କ୍ଲବର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।୪୦ଜଣ ସକ୍ରିୟ ସଭ୍ୟ ଓ କର୍ମକର୍ତ୍ତାଙ୍କୁ ନେଇ ଗଠିତ ଦ ବୟଜ କ୍ଲବ, ନୂଆପଡା,କଟକ ସଭାପତି - ଆକାଶ କୁମାର ଦାସ, ସମ୍ପାଦକ - ସତ୍ୟଜିତ ଦଣ୍ଡସେନା, କୋଷାଧ୍ୟକ୍ଷ - ଆଦର୍ଶ କୁମାର ଦେବତା ଓ ଅନ୍ୟ ସମସ୍ତ ସକ୍ରିୟ ସଭ୍ୟ ଙ୍କୁ ନେଇ କ୍ଲବ ଗଠିତ ହୋଇଛି।ତୃତୀୟ ବର୍ଷରେ ପଦାର୍ପଣ କରିଛି ପୂଜା।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭସାଣୀ ଶୋଭାଯାତ୍ରା ଚଳିତ ମାସ ୭ ତାରିଖ ରେ ଅନୁଷ୍ଠିତ ହେବା ନେଇ ଆୟୋଜକ ପୂଜା ମଣ୍ଡପରୁ ପ୍ରକାଶ।
