ସଇଁନ୍ଧା ନୋଡାଲ ହାଇସ୍କୁଲ ର ଚତୁର୍ଥ ଶ୍ରେଣୀ କର୍ମଚାରୀଦ୍ବୟ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା: OMMTV କଳିଙ୍ଗ ବିକାଶ

କଟକ ତେଲେଙ୍ଗାପେଣ୍ଠ ରୁ ଡ଼ନ ଙ୍କ ରିପୋର୍ଟ .....: କଟକ ସଦର ଥାନା ଅଧିନସ୍ଥ ଉରାଳୀ ଗ୍ରାମ ପଂଚାୟତ ଅନ୍ତର୍ଗତ ସଇନ୍ଧା ଠାରେ ଥିବା ସଇନ୍ଧା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁବାସ ଚନ୍ଦ୍ର ଦାସ ଏବଂ ରମେଶ ଚନ୍ଦ୍ର ସାହୁ ଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l

ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତାରାଣୀ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା " ଦିବ୍ୟାଲୋକ ସନ୍ଧାନେ"ର ମୁଖ୍ୟ ସମ୍ପାଦକ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଡଃ ଶରତ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ଶିକ୍ଷକ ଅଜୟ ସାହୁ, ପରିଚାଳନା କମିଟି ସଭାପତି ପ୍ରଦୀପ ସାହୁ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ସୁବାସ ଏବଂ ରମେଶ ଙ୍କୁ ଜଣେ କର୍ତ୍ତବ୍ୟନିଷ୍ଟ କର୍ମଚାରୀ ବୋଲି ଅଭିହିତ କରିବା ସହ ସେଭଳି କର୍ମଚାରୀ ବିଦ୍ୟାଳୟ ପାଇଁ ମିଳିବା ଦୁର୍ଲଭ ବୋଲି ବର୍ଣ୍ଣନା କରିଥିଲେ l ସୁବାସ ଏବଂ ରମେଶ ଙ୍କୁ ପୁରାତନ ଛାତ୍ର ଛାତ୍ରୀ, ପରିଚାଳନା କମିଟି, ଏବଂ ବିଦ୍ୟାଳୟ ତରଫରୁ ଉପଢୌକନ,ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ଉଭୟ ଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।