ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୃର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ : OMMTV କଳିଙ୍ଗ ବିକାଶ

 କଟକ ସଦର ଖବର (ବ୍ୟୁରୋ ) :- ସଇନ୍ଦା-ନଛିପୁରରୁ (ଡ଼ନ ଙ୍କ ରିପୋର୍ଟ ) କଟକ ସଦର ଥାନା ଅଧିନସ୍ଥ ଉରାଳୀ ଗ୍ରାମ ପଂଚାୟତ ଅନ୍ତର୍ଗତ ସଇନ୍ଦା-ନଛିପୁର ଅଞ୍ଚଳରେ ପବିତ୍ର ସୁନିଆଁ ଅବସରରେ ମା' ଗଜଲକ୍ଷ୍ମୀ ଙ୍କର ମୁଣ୍ମୟୀ ମୁର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି।

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ୧୧ ଗୋଟି ମଣ୍ଡପ ଯଥା ମା ଜାଗେଶ୍ଵରୀ ଗଜଲକ୍ଷ୍ମୀ ପୂଜା କମିଟି (ବାଲିସାହି), ବାପୁଜୀ ସ୍ମାରକୀ ଗଜଲକ୍ଷ୍ମୀ ପୂଜା କମିଟି (ସଇନ୍ଦା ),ମା ଜୟନ୍ତୀ ଗଜଲକ୍ଷ୍ମୀ ପୂଜା କମିଟି (ସଇନ୍ଧା ), ମା ଗୁପ୍ତେଶ୍ଵରୀ ଗଜଲକ୍ଷ୍ମୀ ପୂଜା କମିଟି (ଅମଣିଆଗୋରଡା),ମା ଦୁଲାଦେଇ ଗଜଲକ୍ଷ୍ମୀ ପୂଜା କମିଟି (କାଜିପୁର), ମା ବିମଳା ଗଜଲକ୍ଷ୍ମୀ ପୂଜା କମିଟି (କାଜିପୁର), ମା ମଙ୍ଗଳା ଗଜଲକ୍ଷ୍ମୀ ପୂଜା କମିଟି (ନଛିପୁର), ବଳରାମ ବାବା ଗଜଲକ୍ଷ୍ମୀ ପୂଜା କମିଟି (ବଢେଇ ସାହି), ବାଳୁତ କୁମାର ଗଜଲକ୍ଷ୍ମୀ ପୂଜା କମିଟି(ନଛିପୁର) , ମା ଜାଗୁଳାଇ ଗଜଲକ୍ଷ୍ମୀ ପୂଜା କମିଟି (ଢିଅ ନଛିପୁର),ବାବା ବିବେକାନନ୍ଦ ଗଜଲକ୍ଷ୍ମୀ ପୂଜା କମିଟି (କୋଠସାହି) ସମସ୍ତ କମିଟିର କର୍ମକର୍ତ୍ତା ଏକତ୍ରିତ ହୋଇ ସିଢୁଆ ନଦୀ କୂଳରେ ପୂଜାର୍ଚ୍ଚନା କରି ମା'ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କରିଛନ୍ତି। ପୂଜା ବିଧି ସମାପନ ପରେ ଅନୁକୂଳ ମାଟିକୁ ସସମ୍ମାନେ ଧରି ଘଣ୍ଟ, ଘଣ୍ଟାର ତାଳେ ତାଳେ ନିଜ ନିଜର ପୂଜାମଣ୍ଡପରେ ସ୍ଥାପନ କରିଥିଲେ।