ମୁଗଭଙ୍ଗା ଗ୍ରାମରେ ମା ଖରଖାଇ ଙ୍କ ପୀଠ ସ୍ଥଳୀ ରେ ଏକାଦଶ ବାର୍ଷିକୀ ରାମଲୀଳା:Ommtv

ମୁଗଭଙ୍ଗା ଗ୍ରାମରେ ମା ଖରଖାଇ ଙ୍କ ପୀଠ ସ୍ଥଳୀ ରେ ଏକାଦଶ ବାର୍ଷିକୀ ରାମଲୀଳା:Ommtv

ମୁଗଭଙ୍ଗା ଗ୍ରାମରେ ମା ଖରଖାଇ ଙ୍କ ପୀଠ ସ୍ଥଳୀ ରେ ଏକାଦଶ ବାର୍ଷିକୀ ରାମଲୀଳା:Ommtv

ଫୁଲନଖରା (ରିପୋର୍ଟ : ଡନ ): କଟକ ମହାନଗର ନିଗମର ୫୯ନଂ ୱାର୍ଡ ର ସଦର ଥାନା ଅନ୍ତର୍ଗତ ଫୁଲ ନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମରେ ମା ଖରଖାଇ ଙ୍କ ପୀଠ ସ୍ଥଳୀ ରେ ଏକାଦଶ ବାର୍ଷିକୀ ରାମଲୀଳା ମହୋତ୍ସବ ମହା ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି |ଉକ୍ତ ଉତ୍ସବ ଟି ୩ ଦିନ ଧରି ଚାଲିଥିବା ବେଳେ ପ୍ରଥମ ଦିନ ଉଦଘାଟନ ସଂନ୍ଧ୍ୟା କୁ ମୁଖ୍ୟ ଅତିଥି ରୂପେ ୫୯ ନଂ ୱାର୍ଡ କର୍ପୋରେଟର ମମତା ମହାନ୍ତି ଅନୁଷ୍ଠାନିକ ଭାବରେ ଉଦଘାଟନ କରି ଥିବା ବେଳେ ସନମ୍ମାନିତ ଅତିଥି ରୂପେ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ୟାସୀ ଅତିଥି ରୂପେ ଲିଭ ଲାଇଭ ଚ୍ୟାନେଲ ଏମ. ଡି ଶ୍ରୀଯୁକ୍ତ ଟିଟନ ସାହୁ, ସମାଜସେଵୀ ସୁଧୀର କୁମାର ପଟ୍ଟନାୟକ ଓ ଅଞ୍ଚଳ ର ପ୍ରତିଷ୍ଟିତ ଭଦ୍ର ବ୍ୟକ୍ତି, ବୁଦ୍ଧିଜୀବି, ଗଣମାଧ୍ୟମ ର ପ୍ରତିନିଧି ଯୋଗ ଦେଇଥିଲେ |ଅନୁଷ୍ଠାନ ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲେକ୍ଷ୍ୟନିୟ କାର୍ଯ୍ୟ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇ ସନମ୍ମାନିତ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ହେମନ୍ତ କୁମାର ଦଳାଇ ଙ୍କ ପ୍ରତକ୍ଷ୍ୟ ତତ୍ଵା ବର୍ଦ୍ଧନା ଚାଲିଥିଲା ବେଳେ ସଭାପତି ରୂପେ ବିଭୁତି ଭୂଷଣ ଦଳାଇ ଓ ମା ଖରଖାଇ ଯୁବକ ସଙ୍ଘ ମୁଗଭଙ୍ଗା ଗ୍ରାମବାସୀ ମାନେ ସହଯୋଗ କରି ଥିଲେ | ପ୍ରଥମ ସଂନ୍ଧ୍ୟା ରେ ମା ଜେନା ଦେଇ ଶ୍ରୀ ରାମଲୀଳା ଯୁବ ପରିଷଦ ଧୂରୁସିଆ, ଆଠଗଡ ର କଳାକାର ଙ୍କ ଦ୍ୱାରା "ସୀତା ହରଣ"ରାମଲୀଳା ପରିବେସିତ ହୋଇ ଥିଲା |ଦ୍ୱତୀୟ ସଂନ୍ଧ୍ୟା ରେ ମହାବୀର ରାମ ଲୀଳା ପ୍ରଚାର ସମିତି ଫୁଲ ପୋଖରୀ,ବାରଙ୍ଗ ର କଳାକାର ଙ୍କ ଦ୍ୱାରା "ମୂତ୍ୟୁଯଂଜ୍ଞେ ରାବଣ"ରାମଲୀଳା ପରିବେଷିତ ହୋଇଥିଲା |ଉଦଯାପନୀ ସଂନ୍ଧ୍ୟା ରେ ମା ଜାଗୁଳାଇ ରାମଲୀଳା ପ୍ରଚାର ସମିତି ନଖରା, ଖୋର୍ଦ୍ଧା ର କଳାକାର ଙ୍କ ଦ୍ଵାରା "ମୁକ୍ତି ପଥେ ଦଶାନନ "ରାମ ଲୀଳା ପରିବେଷିତ ହୋଇ ଥିଲା | ଉଦଯାପନୀ ସଂନ୍ଧ୍ୟା ରେ ମୁଖ୍ୟ ଅତିଥି ରୂପେ ବିଭୁତି ଭୂଷଣ ତ୍ରିପାଠୀ, ସନମ୍ମାନିତ ଅତିଥି ରୂପେ କାନନ ବିହାରୀ ନାୟକ, ସୁଶୀଲ ମହାନ୍ତି ଯୋଗ ଦେଇ ମର୍ଯ୍ୟାଦା ପୁରୁଷ ରାମ ଙ୍କ ରାମ ନାମ ର ମହତ ଉପରେ ଅଭିଭାଷଣ ରଖି ଥିଲେ |ଏହାକୁ ଦେଖିବା ଲାଗି ଆଖ ପାଖ ଗ୍ରାମ ର ଲୋକ ଙ୍କ ର ଗହଳି ଲାଗି ଥିଲା ସ୍ଥାନୀୟ ବାଗଧରପୁର ଗ୍ରାମ ର ଗୋପାଳ ଭାଇ ମାନଙ୍କ ଦ୍ୱାର ଲଉଡ଼ି ଖେଳ ଅନୁଷ୍ଠିତ ହୋଇ ଆୟଜନ କୁ ଆହୁରି ଚିତାକର୍ଷକ କରିଥିଲା ଏହି କାର୍ଯ୍ୟକ୍ରମ ର ସମ୍ବର୍ଦ୍ଧନାସଭା କୁ ବିଚିତ୍ରା ନନ୍ଦ ଦଳାଇ,ସଚିତ୍ରା ନନ୍ଦ ଦଳାଇ,ନବ କିଶୋର ଦଳାଇ,ମନ ରଞ୍ଜନ ଭୂୟାଁ ,ଅଶୋକ ଦଳାଇ, ଅଞ୍ଜନ ଦଳାଇ,ମୁକେଶ ସ୍ୱାଇଁ,ଗଜେନ୍ଦ୍ର ବାରିକ,ଗଣେଶ ନନା ପ୍ରମୁଖ ସହଯୋଗ କରି ଥିଲେ...ଫୁଲନଖରା ରୁ ଡ଼ନ ଚନ୍ଦ୍ର ବାରିକ ଙ୍କ ରିପୋର୍ଟ କଳିଙ୍ଗ ବିକାଶ.